ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୁନାଗଡ଼ ବ୍ଲକରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା – ଶିକ୍ଷାଦାନ ଓ ଶିକ୍ଷକ ଅଭାବ, ଅନିଶ୍ଚିତତା ମଧ୍ୟରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ

ଅନେକ ସ୍କୁଲରେ ଶିକ୍ଷକ ମରୁଡି, କେମିତି ପାଠ ପଢିବେ ଛାତ୍ରଛାତ୍ରୀ

ଚିଲିଗୁଡା ସ୍କୁଲରେ ୨୩୨ ଜଣ ଛାତ୍ରଛାତ୍ରୀଙ୍କୁ ୪ ଶିକ୍ଷକ, ମୁଣ୍ଡରାଗୁଡା ସ୍କୁଲରେ ୨୧୮ ଜଣଙ୍କୁ ୩ ଶିକ୍ଷକ ଓ ଦାସିଗାଁ ସ୍କୁଲରେ ୩୦୮ ଜଣଙ୍କୁ ୪ ଶିକ୍ଷକ

ଚିଲିଗୁଡା, ୧୮।୬(ମ ନି ସ) : ଗତ ୨୦୧୯ ମସିହାରୁ ଲଗାତାର ଦୁଇ ବର୍ଷ କରୋନା କଟକଣା ଯୋଗୁଁ ଛାତ୍ରଛାତ୍ରୀ ମାନେ ସ୍କୁଲ ବାରଣ୍ଡା ମାଡି ନଥିଲେ । ପାଠ ପଢା ତ ଦୂରର କଥା ବହିବସ୍ଥାନୀକୁ ମଧ୍ୟ ଭୁଲି ଯାଇଥିଲେ । କିନ୍ତୁ କରୋନା ଆୟତ୍ତକୁ ଆସିବା ପରେ ସ୍କୁଲ କଲେଜ ଖୋଲିବା ଆରମ୍ଭ କରିଥିଲେ ସରକାର । ବର୍ତ୍ତମାନ ସ୍କୁଲକୁ ଛାତ୍ରଛାତ୍ରୀ ମାନେ ଆସୁଥିବା ବେଳେ କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ବ୍ଲକରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । କେଉଁଠି ଶ୍ରେଣୀ ଗୃହର ଅଭାବ ରହିଥିବା ବେଳେ ଛାତ୍ରଛାତ୍ରୀ ବାରଣ୍ଡାରେ ବସି କିମ୍ବା ଗୋଟିଏ କୋଠରିରେ ୩ ରୁ ୪ ଟି ଶ୍ରେଣୀ ବସି ପାଠ ପଢ଼ୁଥିବା ବେଳେ ଅନ୍ୟ କେଉଁ ସ୍କୁଲରେ ଶିକ୍ଷକ ମରୁଡି ଦେଖା ଦେଇଛି । ଫଳରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଶିକ୍ଷା ବିଭାଗ ଖେଳ ଖେଳୁ ଥିବା ନେଇ ଅଭିଭାବକ ମହଲରେ ଉଦବେଗର ବିଷୟ ହୋଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୨୩୨ ଜଣ ଛାତ୍ରଛାତ୍ରୀ ଅଛନ୍ତି । ହେଲେ ଏହି ସ୍କୁଲରେ ମାତ୍ର ୪ ଜଣ ଶିକ୍ଷକ ଶିକ୍ଷାଦାନ କରନ୍ତି । ଶିକ୍ଷା ବିଭାଗଙ୍କ ନିୟମ ଅନୁସାରେ ଏଠାରେ ୮ ଜଣ ଶିକ୍ଷକ ରହିବା କଥା କିନ୍ତୁ ୪ ଜଣ ମଧ୍ୟରେ କାମ ଚଳି ଯାଉଥିବା ଯୋଗୁଁ ଶିକ୍ଷା ବିଭାଗ ମଧ୍ୟ ଧ୍ୟାନ ଦେଉନାହାନ୍ତି । ଅନ୍ୟ ପକ୍ଷରେ ଗ୍ରାମବାସୀ ଏହି ସ୍କୁଲରେ ଶିକ୍ଷକ ନ ଦେଲେ ସ୍କୁଲରେ ତାଲା ବନ୍ଦ ପାଇଁ ଜଣାଇଥିଲେ । ସେହି ସମୟରେ ଜୁନାଗଡ଼ ବିଇଓ ଶିକ୍ଷକ ଦେବା ପାଇଁ କହିବାରୁ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ହେଲେ ଆଜି ପର୍ଯ୍ୟନ୍ତ ସ୍କୁଲରେ ଶିକ୍ଷକ ଦେଇନାହାନ୍ତି , ୪ ଜଣ ଶିକ୍ଷକରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ଚାଲିଛି । ସେହିଭଳି ମୁଣ୍ଡରାଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୨୧୮ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ଶିକ୍ଷକ ସଂଖ୍ୟା ୩ ଜଣ । ଏହି ସ୍କୁଲରେ ମଧ୍ୟ ଶିକ୍ଷକ ଅଭାବ ଦେଖା ଦେଇଛି । ସେହିଭଳି ଦାସିଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୩୦୮ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ୪ ଜଣ ଶିକ୍ଷକ ପାଠ ପଢ଼ାଉଛନ୍ତି । ଯଦି କୌଣସି ଶିକ୍ଷକ ଦୁର୍ଭାଗ୍ୟ ବଶତଃ ସ୍କୁଲକୁ ନ ଆସିଲେ ଅନେକ ଶ୍ରେଣୀ ମାନଙ୍କରେ ପାଠ ପଢା ଠପ ହେବାରେ ଲାଗିଛି ।ଖରା ଛୁଟି ପରେ ସ୍କୁଲ ଖୋଲିଲା ତଥାପି ନିଯୁକ୍ତି ହେଲେନି ଶିକ୍ଷକ ପ୍ରଶାସନର ଅବହେଳା ଯୋଗୁଁ ସ୍କୁଲ ଗୁଡିକରେ ଶିକ୍ଷକ ନିଯୁକ୍ତି ହୋଇ ପାରୁନାହିଁ ।କେଉଁ ସ୍କୁଲରେ ଅଧିକା ପରିମାଣରେ ଶିକ୍ଷକ ଅଛନ୍ତି ତାହାର ତଦନ୍ତ କରିବା ନିହାତି ଆବଶ୍ୟକ ଅଛି ।ମାତ୍ର ତଦନ୍ତ ହୋଇ ପାରୁନାହିଁ ।ଯାହା ଫଳରେ ଜୁନାଗଡ଼ ବ୍ଲକର ଅନେକ ସ୍କୁଲରେ ଶିକ୍ଷକ ଅଭାବ ଦେଖାଦେଇଥିବାରୁ ଶିକ୍ଷା ଦାନ ଠପ ହେଉଛି ।କେବଳ ଛାତ୍ରଛାତ୍ରୀ ମାନେ ମଧ୍ୟହ୍ନ ଭୋଜନ ଖାଇ ସ୍କୁଲରୁ ଘରକୁ ଫେରିବା ହି ଏକ ମାତ୍ର ବାଟ ବୋଲି ବୁଦ୍ଧିଜୀବି ମହଲରେ ସମାଲୋଚନା ଚାଲିଛି । ଶିକ୍ଷକ ଅଭାବ ଓ ଶିକାଦାନରେ ଅବହେଳା ଯୋଗୁଁ ଛାତ୍ରଛାତ୍ରୀମାନେ ନିଜର ଭବିଷ୍ୟତ ଅନିଶ୍ଚିତତା ଦିଗକୁ ଠେଲି ହେଇ ଯାଉଥିବା ନେଇ ଚିନ୍ତାରେ ଅଛନ୍ତି । ତୁରନ୍ତ ରାଜ୍ୟ ସରକାର ହସ୍ତକ୍ଷେପ କରି ଖାଲି ପଡିଥିବା ଶିକ୍ଷକ ପଦବୀ ପୂରଣ କରିବା ସହିତ ଛାତ୍ରଛାତ୍ରୀ ବସି ପାଠ ପଢିବା ପାଇଁ ଶ୍ରେଣୀ ଗୃହ ନିର୍ମାଣ କରିବାକୁ ସାଧାରଣରେ ଦାବୀ ହୋଇଛି ।

ଚିଲିଗୁଡା ରୁ ସୁନ୍ଦର ମୋହନ ଛତ୍ରିଆ ଙ୍କ ରିପୋର୍ଟ ।

Related posts

ଅବକାରୀ ବିଭାଗର ଅବହେଳା ପାଇଁ ହିନ୍ଦୋଳରେ ବଢ଼ିଲା ରନ୍ଧା ମଦ ର ଆସର 

Sunil Chandra Nayak

ମଣିଷ ବଦଳରେ ମେସିନ୍ କରୁଛି ମନରେଗା କାର୍ଯ୍ୟ

Sunil Chandra Nayak

ରାଜ୍ଯ ସରକାରଙ୍କ ଅର୍ଥ ବିଭାଗ ନିର୍ଦ୍ଦେଶରେ ଭବାନୀପାଟଣା ବ୍ଳକ ସଭା ଗୃହରେ ଏକ ସଚେତନ କାର୍ଯ୍ଯକ୍ରମ

Leave a Comment

error: Content is protected !!