ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରଥଯାତ୍ରା ରେ ଅଘଟଣ ,ରଥ ଚକତଳେ ଚାପି ହୋଇ ଜଣକ ଙ୍କ ହାତ କଟିଲା

କଲମପୁର ୯/୭(ମସିହା) କଲମପୁର ନିର୍ମାଲ୍ୟ କ୍ଷେତ୍ର ବାହୁଡା ରଥ ଯାତ୍ରା ସମୟରେ ଅଘଟଣ ଘଟିଥିବା ଜଣାପଡିଛି । ମାଉସୀ ମାଆ ମନ୍ଧିର ରୁ ବାହୁଡା ରଥ ଆସୁଥିବା ବେଳେ କଲମପୁର ର ନେପାଳ ବାରିକ ୫୦ ପଡିଯାଇ ତାଙ୍କ ବାମ ହାତରେ ରଥ ଚକ ଚଡିଯିବାରୁ ଗୁରୁତର ହୋଇଛନ୍ତି। ସେ ରଥ ରେ ଲାଗିଥିବା ଅଙ୍କୁଶକୁ ହଟାଉ ଥିବାବେଳେ ଏପରି ଘଟିଛି ବୋଲି ପ୍ରତେକ୍ଷ ଦର୍ଶୀ ଙ୍କ ମହଲରୁ ଜଣାପଡିଛି । ଗୁରୁତର ଶ୍ରୀ ବାରିକ ଙ୍କୁ କଲମପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ସଂକଟପୂର୍ଣ ହୋଇଥିବା ରୁ ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ପ୍ରକାଶ ଯେ କଲମପୁର ଅଞ୍ଚଳ ର ଚୁରାଗାଁ ,ବ୍ରାହ୍ମଣ କେନ୍ଧୁଗୁଡା,କଲମପୁର ,ଦେପୁର ବଡ଼ କୁଟୁରୁ ,ବିଜମରା, ନୂଆଗାଁ ,ଭାଟିଗାଁ,ମଣ୍ଡଳ ଆଦିସ୍ଥାନ ରେ ବାହୁଡା ଯାତ୍ରା ମହାସମାରୋହ ରେ ପାଳିତ ହୋଇଯାଇଛି ।

ପରମାନନ୍ଦ ଠାକୁର ମସିହା ପ୍ରତିନିଧି କଲମପୁର କଳାହାଣ୍ଡି

Related posts

ରାଉରକେଲା – ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ଯୁବକବି ଅଶୋକ କୁମାର ରାଉତ ସମ୍ବର୍ଦ୍ଧିତ

ଶୋଷିଆ ହଳଦି ଆରଡ଼ି ରାସ୍ତାର ଗାର୍ଡ ୱାଲ କାର୍ଯ୍ୟ ନିମ୍ନ ମାନର  ଅଭିଯୋଗ

Sunil Chandra Nayak

କଳାହାଣ୍ଡି ଦିବ୍ୟାଙ୍ଗ ମଞ୍ଚ ତରଫରୁ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!