ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଟ୍ରାକ୍ଟର ଧକ୍କାରେ ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ, ଉପରେ ପଡ଼ିଯିବାରୁ ମହିଳା ଶ୍ରମିକଙ୍କ ମୃତ୍ୟୁ

ଲାଞ୍ଜିଗଡ଼,୧୮/୦୬(ମନିସ)-ଆଜି ଅପରାହ୍ନରେ ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ରୋଡ଼ ଗ୍ରାମପଞ୍ଚାୟତ ନର୍ଲା ଥାନା ସିକେରକୁପା ଫାଣ୍ଡି କାଉଗୁଡ଼ା ଗାଁରେ ଇଟା ବୋଝେଇ ଟ୍ରାକ୍ଟର ଏକ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେବାରୁ ଖୁଣ୍ଟଟି ଭାଙ୍ଗିପଡ଼ି ସାମ୍ନାରେ ଥିବା ଜଣେ ମହିଳା ଶ୍ରମିକଙ୍କ ଉପରେ ପଡ଼ିଯିବାରୁ ତାଙ୍କର ମ୍ରୁତ୍ୟୁ ଘଟିଛି ! ଗୁରୁତର ଭାବେ ତାଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମ୍ରୁତ ଘୋଷଣା କରିଛନ୍ତି ! ସୂଚନାନୁସାରେ, ଲାଞ୍ଜିଗଡ଼ରୋଡ଼ ଗ୍ରାମପଞ୍ଚାୟତ ସିକେରକୁପା ଗାଁର ଜଣେ ବ୍ୟକ୍ତିଙ୍କ ଟ୍ରାକ୍ଟର ଆଜି ଅପରାହ୍ନରେ କାଉଗୁଡ଼ାକୁ ଇଟା ଆଣିବାକୁ ଯାଇଥିଲା ! ସେଠାରେ ଇଟା ବୋଝେଇ କରି ଫେରୁଥିବାବେଳେ ସାମ୍ନାରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟକୁ ଜୋରରେ ଧକ୍କା ଦେଇଥିଲା ! ଏଇ ସମୟରେ ଟ୍ରାକ୍ଟରରୁ ଓହ୍ଲାଇ ଚାରିଜଣ ଯାକ ମହିଳା ଶ୍ରମିକ ଟ୍ରାକ୍ଟର ପାଖରେ ଠିଆ ହୋଇଥିବାବେଳେ ଟ୍ରାକ୍ଟର ଧକ୍କା ପରେ ବିଦ୍ୟୁତ ଖୁଣ୍ଟଟି ଭାଙ୍ଗିଯାଇ ଜଣେ ମହିଳା ଶ୍ରମିକ ଅଇଲି ଗଉଡ଼ଙ୍କ ଉପରେ ପଡ଼ିଯାଇଥିଲା ! ଘଟଣାସ୍ଥଳରେ ଅଇଲି ଗୁରୁତର ହୋଇ ପଡ଼ିଥିବାବେଳେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା ! ସେଠାରେ ଡାକ୍ତର ତାଙ୍କୁ ମ୍ରୁତ ଘୋଷଣା କରିଥିଲେ ! ତେବେ ରାତି ହୋଇଯିବାରୁ ଆଜି ଶବ ବ୍ୟବଚ୍ଛେଦ ହୋଇପାରିନାହିଁ ! ଏ ସଂପର୍କରେ ଖବର ପାଇ ସିକେରକୁପା ଫାଣ୍ଡି ଅଧିକାରୀ ସୁବାସ କୁମାର ଗୁରୁ ଘଟଣାସ୍ଥଳରେ ପହଞ୍ଚି ଟ୍ରାକ୍ଟରଟିକୁ ଜବତ କରିଛନ୍ତି ! ଦୁର୍ଘଟଣା ଘଟାଇ ଚାଳକ ଜଣକ ଫେରାର ହୋଇଯାଇଛି !

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ।

Related posts

ପଣ୍ଡିକୋଟ ପଂଚାୟତର ଦୁଇ ୱାର୍ଡବାସୀ 4 ମାସ ହେଲା ଚାଉଳ ପାଇବାରୁ ବଞ୍ଚିତ

Sunil Chandra Nayak

ବେଣୁଧର ସୂତାର  ଙ୍କ କବିତା ଭବମୟ ତୁମେ ଜଗନ୍ନାଥ

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!