ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

 

ଶାନ୍ତି ମୁଁ ମାଗୁଛି ଶାନ୍ତି ମିଳୁ ନାହିଁ

   କେଉଁ ଦୋଷ ମୋର ଅଛି

ସେହି ପଥ କୁହ ଦିଅ ଶିଖାଇ ହେ

       ପାଦେ ଶରଣ ପଶୁଛି।

ଫଟା କପାଳରେ ପ୍ରଭୁ ସୁଖ ଟିକେ

   ଜୀବନରେ ଯମା ନାହିଁ

ଯାଇଥିଲି ଦ୍ବାର ଦର୍ଶନ କରିଲି 

   ଗୁପ୍ତେ ମନ୍ତ୍ର ସିଧା କହିଁ।

ତା ଆଖି ମୋ ଆଖି ମିଶି ଗଲା ପରେ

     ପ୍ରେମର ହୁଏ ବନ୍ଧନ

ତୁମେ ମୋର ବନ୍ଧୁ ଜଗତ ଜାଣିଛି

   କହିବ ଭାଷା ଚୁମ୍ବନ।

ଏମିତି ଭାବରେ ବଞ୍ଚିଛି ସଂସାର

   ଟିକେ ଆଡ ଆଖି ଚାହିଁ

ଠାରିଲେ ସଂକେତ ବଢିବ ସଂପଦ

     ପ୍ରଭୁ ଚିରଦିନ ପାଇଁ।

ତୁମ ରୂପ ଛବି ମୋ ଚକ୍ଷୁ ଆସିଲେ

    ଉଠି ବସି ନମସ୍କାର

ଭକ୍ତିରେ ଡାକୁଛି ଶକ୍ତି ଦିଅ ପ୍ରଭୁ

   ପାପ କର୍ମ ହେଉ ଦୂର।

 

ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା

Related posts

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ପାଷାଣ

ସାପ କାମୁଡାରେ ବୃଦ୍ଧା ଙ୍କ ମୃତ୍ୟୁ

Sunil Chandra Nayak

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୫ତମ ଜୟନ୍ତୀରେ ସହରର ବିଭିନ୍ନ ସଂଗଠନ ତରଫରୁ ଶ୍ରଦ୍ଧାଞ୍ଜଳି

Sunil Chandra Nayak

Leave a Comment

error: Content is protected !!