ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୀବନରେ କେଉଁ କାମ କରିବା ଉଚିତ, ଆସନ୍ତୁ ଜାଣିବା ଗୁରୁଙ୍କ ଠାରୁ

ଜୀବନରେ କେଉଁ କାମ କରିବା ଉଚିତ, ଆସନ୍ତୁ ଜାଣିବା ଗୁରୁଙ୍କ ଠାରୁ

ଏକଦା କିଛି ଶିଷ୍ୟ ଗୁରୁଙ୍କ ପାଖରେ ବସି ବିଦ୍ଯା ଗ୍ରହଣ କରୁଥିଲେ । ଏହି ସମୟରେ ଜଣେ ଶିଷ୍ୟ ଗୁରୁଙ୍କୁ ପଚାରିଲେ ଜୀବନରେ କେଉଁ କାମ କରିବା ଉଚିତ, ଯାହାକଲେ ଜୀବନ ସାର୍ଥକ ହେବ । ଗୁରୁ ଶିଷ୍ୟଙ୍କ ଏହି ପ୍ରଶ୍ନରେ ସାମାନ୍ୟ ହସିଲେ ଏବଂ କହିଲେ ଏହି ପ୍ରଶ୍ନର ଉତ୍ତର କାଲି ଦିଆଯିବ । ପରଦିନ ସକାଳ ହେଲା । ଗୁରୁ ନିଜ ଶିଷ୍ୟମାନଙ୍କୁ ନେଇ ଗୋଟିଏ ଗାଁକୁ ଯାଉଥାନ୍ତି । ଗୁରୁ ଶିଷ୍ୟମାନଙ୍କୁ କହିଲେ ତୁମେମାନେ ଘର ଘର ଯାଇ ଭିକ୍ଷା ମାଗିଆଣ । ସମସ୍ତ ଶିଷ୍ୟ ଭିକ୍ଷା ମାଗିବା ଉଦ୍ଦେଶ୍ୟରେ ବାହାରିଲେ । କେତେକ ଶିଷ୍ଯଙ୍କୁ କିଛି ଭିକ୍ଷା ମିଳିଲା ଏବଂ ଆଉ କେତେକଙ୍କୁ କିଛି ଖାଇବାକୁ ମିଳିଲା । ଶିଷ୍ୟମାନେ ସବୁ ଏକତ୍ର କରି ଗୁରୁଙ୍କ ନିକଟରେ ପହଞ୍ଚିଲେ । ଏହି ସମୟରେ ପୂର୍ବଦିନ ପ୍ରଶ୍ନ ପଚାରିଥିବା ଶିଷ୍ୟଙ୍କ କଥା ଗୁରୁ ମନେ ପକାଇଲେ । ପ୍ରଶ୍ନ ପଚାରିଥିବା ଶିଷ୍ୟ ଜଣଙ୍କ ଛିଡା ହେଲେ । ଗୁରୁ କହିଲେ- ସମସ୍ତେ ଭିକ୍ଷା ମାଗିବା ପାଇଁ ଯାଇଥିଲ । ଭିକ୍ଷାଦାତାଙ୍କ ମଧ୍ୟରୁ କେହି କେହି ନିଜ ଆଗ୍ରହରେ ଭିକ୍ଷା ପ୍ରଦାନ କରିଥିବେ ଏବଂ ଅନ୍ୟ କେହି କେହି ଅନିଚ୍ଛାରେ ଭିକ୍ଷା ପ୍ରଦାନ କରିଥିବେ । ଏକଥା ତୁମେମାନେ ଜାଣି ପାରିଥିବ ଯେ, କିଏ ଆଗ୍ରହ ସହକାରେ ଭିକ୍ଷା ପ୍ରଦାନ କରିଛି ଏବଂ କିଏ ଅନାଗ୍ରହରେ । ଯେଉଁମାନେ ଆଗ୍ରହର ସହ ଭିକ୍ଷା ପ୍ରଦାନ କରିଛନ୍ତି ସେମାନଙ୍କ ଜୀବନ ସାର୍ଥକ ହେବ । ଆମେ ସମସ୍ତେ ସେହି ଅନୁସାରେ କାମ କଲେ ଜୀବନ ସାର୍ଥକ ହେବ ବୋଲି ଗୁରୁ ଶିଷ୍ୟମାନଙ୍କୁ ବୁଝାଇଲେ । ଆସନ୍ତୁ ଆମ୍ଭେମାନେ ଜୀବନରେ ଏମିତି କିଛି କାମ କରିବା ଯେଉଁଥିରେ ଅନ୍ୟମାନେ ଖୁସି ହେବେ ।।

 

ସଂଗ୍ରାହକ – କବିକମଳ ନରେନ୍ଦ୍ର ପ୍ରସାଦ ବେହେରା
ସମ୍ପାଦକ – ମୋ ଅନୁଷ୍ଠାନ, ଆଳଦା, ଖଇରା, ବାଲେଶ୍ବର

Related posts

ବିଶୋଇ ଅଞ୍ଚଳର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ଷ୍ଟାଣ୍ଡ ଫର୍ ନିଡି ୟୂଥ କ୍ଲବ ପକ୍ଷରୁ ବିଶୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ହୁଇଲ ଚେୟାର ପ୍ରଦାନ

Sunil Chandra Nayak

ଭାଲୁ ଆକ୍ରମଣ ରେ ଜଣେ ଗୁରୁତର

Sunil Chandra Nayak

କୃଷି ଭିତ୍ତିକ ପର୍ବ ମା ଠାକୁରାଣୀ ଡୋକରି ବୁଡ଼ି ଙ୍କ ମଣ୍ଡେଇ ଯାତ୍ରା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!