ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ,ସାଙ୍ଗରେ ଯିବେ ପାଞ୍ଚ ଆଇଏଏସ ଅଧିକାରୀ

ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ବ୍ୟକ୍ତିଗତ ସଚିବ(୫-ଟି) ଭି.କେ.ପାଣ୍ଡିଆନ୍, ଖାଦ୍ୟ ଓ ଯୋଗାଣ ବିଭାଗର ପ୍ରମୁଖ ସଚିବ ଭି.ଭି. ଯାଦବ, ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା, ଦିଲ୍ଲୀ ଆବାସିକ କମିସନର ରବି କାନ୍ତ ଯିବେ।

ଇଟାଲିର ରୋମ୍ ରହଣୀ କାଳରେ ମୁଖ୍ୟମନ୍ତ୍ରୀ ପୋପ୍ ଫ୍ରାନସିସ୍ କୁ ଭେଟିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି
ୟୁରୋପର ବିଭିନ୍ନ ଅଞ୍ଚଳରେ ଥିବା ପ୍ରବାସୀ ଓଡ଼ିଆ ନିବେଶକଙ୍କ ସହ ଆଲୋଚନା କରିବେ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଦେଶ ଗସ୍ତ କାର୍ଯ୍ୟସୂଚୀ ଆଜି ପ୍ରକାଶ ପାଇଛି । ୫ ଜଣିଆ ପ୍ରତିନିଧି ଦଳ ସହ ୨୦ ତାରିଖ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଇଟାଲି ଅଭିମୁଖେ ଯାତ୍ରା କରିବେ । ଇଟାଲିରୁ ୨୬ ତାରିଖରେ ଦୁବାଇ ଆସିବେ । ଦୁବାଇରୁ ୩୦ ତାରିଖରେ ଦିଲ୍ଲୀ ଆସି ଭୁବନେଶ୍ୱର ଫେରିବେ । ଇଟାଲିର ରୋମ୍ ରହଣୀ କାଳରେ ମୁଖ୍ୟମନ୍ତ୍ରୀ ପୋପ୍ ଫ୍ରାନସିସ୍ କୁ ଭେଟିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ପ୍ରଥମ ଭାରତୀୟ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପୋପ୍ ଙ୍କୁ ଭେଟି ଆଲୋଚନା କରିବେ । ଦ ୱାଲର୍ଡ ଫୁଡ୍ ପ୍ରୋଗ୍ରାମ ବା ବିଶ୍ୱ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଆମନ୍ତ୍ରଣକ୍ରମେ ମୁଖ୍ୟମନ୍ତ୍ରୀ ଏହାର ମୁଖ୍ୟ କାର୍ଯ୍ୟାଳୟ ରୋମ୍ ଯାଉଛନ୍ତି । ଓଡ଼ିଶାର ଖାଦ୍ୟ ସୁରକ୍ଷା ଏବଂ ବିପର୍ଯ୍ୟୟ ପରିଚାଳନାର ସଫଳ କାହାଣୀ ମୁଖ୍ୟମନ୍ତ୍ରୀ ସେଠାରେ ଉପସ୍ଥାପନ କରିବେ । ଏକଦା ଖାଦ୍ୟ ନିରାପତ୍ତା ପାଇଁ ଅନ୍ୟ ଉପରେ ନିର୍ଭର କରୁଥିବା ଓଡ଼ିଶା ଆଜି କିଭଳି ଖାଦ୍ୟ ସୁରକ୍ଷାରେ ବଳକା ରାଜ୍ୟ ହୋଇପାରିଛି ଏବଂ ୧୯୯୯ ମହାବାତ୍ୟାରେ ବିଧ୍ୱଂସ୍ତ ଓଡ଼ିଶା ବର୍ତ୍ତମାନ ବିପର୍ଯ୍ୟୟ ପରିଚାଳନାରେ କିଭଳି ମଡେଲ ରାଜ୍ୟ ହୋଇପାରିଛି ତାହା ଉପରେ ବକ୍ତବ୍ୟ ରଖିବେ । ଏହି ଅବସରରେ ଦ ୱାଲର୍ଡ ଫୁଡ୍ ପ୍ରୋଗ୍ରାମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡାଭିଡ୍ ବେସଲେ ଏବଂ ଅନ୍ୟ ବରିଷ୍ଠ ପଦାଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀ ସାକ୍ଷାତ ଆଲୋଚନା କରିବେ । ଓଡ଼ିଶାକୁ ଖାଦ୍ୟ ସୁରକ୍ଷାରେ ନିରନ୍ତର ଭାବେ ସଶକ୍ତ କରିବାକୁ ବିଭିନ୍ନ ପ୍ରକଳ୍ପ ଏବଂ ଡବ୍ଲୁଏଫପିର ସହଭାଗିତା ଉପରେ ମୁଖ୍ୟମନ୍ତ୍ରୀ ମଧ୍ୟ ଆଲୋଚନା କରିବେ । ଏହାପରେ ମୁଖ୍ୟମନ୍ତ୍ରୀ ଭାଟିକାନ୍ ସିଟିର ଦ ହୋଲି ସି ରେ ପୋପ୍ ଙ୍କୁ ଭେଟିବେ । ରୋମ୍ ଅବସ୍ଥାନ କାଳରେ ମୁଖ୍ୟମନ୍ତ୍ରୀ ୟୁରୋପର ବିଭିନ୍ନ ଅଞ୍ଚଳରେ ଥିବା ପ୍ରବାସୀ ଓଡ଼ିଆ ନିବେଶକଙ୍କ ସହ ଆଲୋଚନା କରିବେ । ଓଡିଶାର ରୂପାନ୍ତର କାର୍ଯ୍ୟକ୍ରମରେ ସେମାନଙ୍କ ସହଭାଗିତା ଏବଂ ଓଡିଶାର କଳା ଏବଂ ସଂସ୍କୃତିର ବିକାଶ କାର୍ଯ୍ୟକ୍ରମରେ ସେମାନଙ୍କୁ ସାମିଲ କରିବା ପାଇଁ ଆଲୋଚନା ହେବ । ରୋମ୍ ରୁ ୨୬ ତାରିଖରେ ଫେରିବା ବାଟରେ ମୁଖ୍ୟମନ୍ତ୍ରୀ ଦୁବାଇରେ ଅଟକିବେ । ମଧ୍ୟପ୍ରାଚ୍ୟର ନିବେଶକଙ୍କୁ ମୁଖ୍ୟମନ୍ତ୍ରୀ ସେଠାରେ ଭେଟିବେ । ଓଡିଶାରେ ପୁଞ୍ଜି ଖଟାଇବାକୁ ଆଗ୍ରହୀ ଥିବା ନିବେଶକଙ୍କୁ ଆମନ୍ତ୍ରିତ କରାଯାଇ ଏଠାରେ ଶିଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇଦେବାର ପ୍ରତିଶ୍ରୁତି ଦିଆଯିବ । କିଛି ଶିଳ୍ପପତିଙ୍କ ସହ ମୁଖ୍ୟମନ୍ତ୍ରୀ ୱାନ୍ ଟୁ ୱାନ୍ ଆଲୋଚନା କରିବେ । ଇନଭେଷ୍ଟର୍ସ ମିଟ୍ କାର୍ଯ୍ୟକ୍ରମରେ ଓଡିଶାରୁ ଯାଇଥିବା ଏକ ଉଚ୍ଚସ୍ତରୀୟ ଶିଳ୍ପ ପ୍ରତିନିଧି ଦଳ ଉପସ୍ଥିତ ରହିବେ । ପ୍ରବାସୀ ଓଡ଼ିଆ ନିବେଶକଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ସେଠାରେ ଭେଟିବାର କାର୍ଯ୍ୟକ୍ରମ ଅଛି । ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ବ୍ୟକ୍ତିଗତ ସଚିବ(୫-ଟି) ଭି.କେ.ପାଣ୍ଡିଆନ୍, ଖାଦ୍ୟ ଓ ଯୋଗାଣ ବିଭାଗର ପ୍ରମୁଖ ସଚିବ ଭି.ଭି. ଯାଦବ, ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା, ଦିଲ୍ଲୀ ଆବାସିକ କମିସନର ରବି କାନ୍ତ ଯିବେ । ସୂଚନାଯୋଗ୍ୟ, ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଲା ପରେ ନବୀନ ପଟ୍ଟନାୟକଙ୍କର ଏହା ଦ୍ୱିତୀୟ ବିଦେଶ ଗସ୍ତ । ୨୦୧୨ ମେ’ ମାସରେ ମୁଖ୍ୟମନ୍ତ୍ରୀ ଲଣ୍ଡନ ଗସ୍ତ କରିଥିଲେ ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବିଜୁ ଜନତା ଦଳର ଜନ ସଂପର୍କ ପଦଯାତ୍ରା 

Sunil Chandra Nayak

ଶିକ୍ଷକତାକୁ ଚାକିରି ନ ଭାବି ସଙ୍କଳ୍ପ ଭାବ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Sunil Chandra Nayak

ବିକାଶ ବିଦ୍ୟାଳୟର ବାର୍ଷିକ ଉତ୍ସବ “ହାରଭେଷ୍ଟ୍”ଉଦଯାପିତ

Sunil Chandra Nayak

Leave a Comment

error: Content is protected !!