ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରାକୃତିକ ବିପର୍ଯ୍ୟୟ ର ମୁକାବିଲା କରିବା ନେଇ ସମନ୍ୱୟ ବୈଠକ ଅନୁଷ୍ଠିତ

ଥୁଆମୂଳ ରାମପୁର:୧୯/୬- ବର୍ଷାଋତୁର ଆଗମନ ହେଲାଣି। ଏହି ସମୟରେ ବନ୍ୟା ପରିସ୍ଥିତି ଭୟାଭୟ ହେବା ସମ୍ଭାବନା ରହିଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଭବାନୀପାଟଣା ପିଏଆଇଟିଡିଏ ଶ୍ରୀ ବିରଞ୍ଚି ନାରାୟଣ ଦରୁଆନଙ୍କ ଅଧ୍ଯକ୍ଷତାରେ ଦୁଇଦିନିଆ ବ୍ଳକ ସଭାଗୃହରେ ସମସ୍ତ ଅଧିକାରୀଙ୍କୁ ନେଇ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବନ୍ୟା ପରିସ୍ଥିତି ଭୟାଭୟ ପରିସ୍ଥିତି ଉପୁଜିଲେ ଲୋକଙ୍କ ଖାଇବା ସାମଗ୍ରୀ ଠାରୁ ଆରମ୍ଭ କରି ଜନଜୀବନ ଅସ୍ତବ୍ୟସ୍ତ ହୋଇଥାଏ। ଜୁଲାଇ ୧ ତାରିଖ ଠାରୁ ନଭେମ୍ବର ମାସ ପାଇଁ ବ୍ଳକରେ ଏକ କଣ୍ଟ୍ରୋଲରୁମର ବ୍ଯବସ୍ଥା କରାଯାଇଛି। ବନ୍ୟା ସମୟରେ ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ପାଇଁ ସ୍ଥାନୀୟ ଅଗ୍ନି ଶମ ବିଭାଗ ସଜାଗ ରହିଛନ୍ତି। ଏହି ବୈଠକରେ ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ଯ ସଭ୍ଯା ସମେତ୍ ବ୍ଳକ କାର୍ଯ୍ଯାଳୟର କର୍ମଚାରୀ ଉପସ୍ଥିତ ରହିଥିଲେ। ବନ୍ଯା ପରିସ୍ଥିତି ଓ ବିଭିନ୍ନ ପ୍ରକାର ଘଟଣାରୁ କେଉଁ ପ୍ରକାରରେ ଉଦ୍ଧାର କରାଯାଏ ସେନେଇ ଲୋକଙ୍କୁ ଅଗ୍ନିଶମ ବିଭାଗ ପକ୍ଷରୁ ଡେମୋ ଦେଖାଇ ସଚେତନତା ସୃଷ୍ଟି କରାଇଥିଲେ। ଏଠାରେ ପ୍ରକାଶ ଥାଉକି ଯେ, ଏହି ଭଳି ଗୁରୁତ୍ୱ ପୂର୍ଣ୍ଣ କାର୍ଯ୍ଯ ସମୟରେ ଥୁଆମୂଳ ରାମପୁର ବ୍ଳକର ସରପଞ୍ଚ ଓ ସମିତି ସଭ୍ଯସଭ୍ଯା ମାନଙ୍କୁ ବ୍ଳକ ପ୍ରଶାସନ ପକ୍ଷରୁ ଅବଗତ କରାଯାଇଥିଲା କି ନାହିଁ, ଯେ କମ ସଂଖ୍ୟାରେ ଲୋକପ୍ରତିନିଧି ଓ ଜନସାଧାରଣ ଯୋଗଦାନ କରିଥିଲେ। ଏହାକୁ ନେଇ ବିଭିନ୍ନ ମହଲରେ ଆଲୋଚନାର ବିଷୟ ପାଲଟିଛି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଶରତ ଚନ୍ଦ୍ର ପଣ୍ଡା ଙ୍କ ଜଣାଣ ହେ ଗଜ ବଦନ

Sunil Chandra Nayak

ଦୁଇ ବାଇକ୍ ମୁହାମୁହିଁ ଧକ୍କା ଦୁଇ ଗୁରୁତର 

Sunil Chandra Nayak

ନିକୁଞ୍ଜ କୁମାର ଘୋଷ ଙ୍କ କବିତା ଅଗ୍ରପୂଜ୍ୟ ଗଣେଶ 

Sunil Chandra Nayak

Leave a Comment

error: Content is protected !!