ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୟ କୁମାର ମିଶ୍ର ଙ୍କ କବିତା ସାଧନାର ପଥ, ନୁହଁ କୁସୁମିତ

ସାଧନାର ପଥ, ନୁହଁ କୁସୁମିତ

 

ଜୟ କୁମାର ମିଶ୍ର, ବୁଦୁରା, ଗଜପତି 

 

ସାଧନାର ପଥ, ନୁହଁ କୁସୁମିତ 

ନୁହଁଟି ସୁଗମ, ସୁଖ  

କେତେଯେ ସମସ୍ୟା, କେତେଯେ ତପସ୍ୟା 

କେତେ ସେ ପ୍ରତିବନ୍ଧକ ll

କେତେ ଯେ ବୁଲାଣି, ଉଠା ପକା ପୁଣି 

ସାଥେ ଭରା ଝଡ଼, ଝଞ୍ଜା, 

ବାଦ, ପ୍ରତିବାଦ, କେତେ ବିଷମ୍ବାଦ

କଣ୍ଟା ଲଟା ସାଥେ ରଞ୍ଜା ll

ତିକ୍ତ କଟୁ ଭରା, ବଚନ ପସରା 

ତୁଚ୍ଛ, ତାଛଲ୍ୟର ବାଣୀ 

ହିତ ଶତ୍ରୁଙ୍କର, ଚକ୍ରାନ୍ତ ବେଭାର 

ଅସି ହୁଏ ଭେଟ ପୁଣି ll

କେତେ ଯେ ନିରାଶ, କେତେ ବା ହତାଶ 

କେତେ ମରୁ ମରୀଚିକା, 

ସମ୍ଭାବ୍ୟ ସ୍ଵାକ୍ଷର, ହୁଏ ଅଗୋଚର 

ମିଳେନି ତାହାର ଦେଖା ll

କେତେ ଅନ୍ଧକାର,କେତେ ହା -ହାକାର, 

ଘନ ଯୁଝିଟିକା ଦିଶେ, 

ବରଷା ତୋଫାନ, ଜଙ୍ଗଲିଆ ସ୍ଥାନ 

ବିକଟାଳ ଭୟ ଗ୍ରାସେ ll

ପାହାଡ଼ ଅରଣ୍ୟ,, ଜୀବ, ଜନ୍ତୁ, ସ୍ୱାନ 

ସରିସୃପ ଆଦି କେତେ, 

ପଥ ଆବୋରଧ, ବିକଟ ଶବଦ 

ଦ୍ବନ୍ଦ ଭାବନାଟି ଚିତେ ll

ସାଧକ ବିବେକ, ବୁଦ୍ଧି କରି ଏଜ 

ମନବଳ କରି ଟାଣ , 

ଭୋକ ଉପବାସ, ହୋଇ ରୋଗଗ୍ରସ୍ତ

ହୁଏଇ ଲହୁଲୁହାଣ ll

ଅଭାବ ପ୍ରଭାବ, ବାଧା ଦେଉଥିବ 

ସଭିଙ୍କ ସଂଗତେ ମିଳି, 

ଅସହିଷ୍ଣୁ ବାଣୀ,ବ୍ୟଙ୍ଗ ଓ ବିଦୃପ

ଦୂରେ ଦେଉଥିବେ ତାଳି ll

କୁମନ୍ତ୍ରଣା ସବୁ, ହୋଇ ଧୂଆଁଧାର

ଶୂନ୍ୟରେ ବହୁଥିବ, 

ଲକ୍ଷର ପଥରେ, ସେତ ନିରନ୍ତରେ 

ମନସ୍ତାପ କେତେ ଦେବ ll

ସାଧକ ପଥିକ, ଦୃଢ଼ ସଂକଳ୍ପ 

କଠିନ ଶ୍ରମରେ ଗଲେ, 

ସାଧନାର ଫଳ, ସ୍ୱାଡିଷ୍ଟ ରସାଳ 

ସଂଯମ ବଳରେ ମିଳେ ll

ଜୟ କୁମାର ମିଶ୍ର

ଗ୍ରାମ-ବୁଦୁରା ଡାକି-ଗୋରିବନ୍ଧା, ମାଧ୍ଯମ-କାଶୀନଗର,
ଜିଲ୍ଲା-ଗଜପତି ଓଡିଶା, 761206

 

Related posts

ଚାରବାହାଲରେ ଋଣ ସମନ୍ଵୟ ମେଳା , ୫୧ ଏସଏଚଜିଙ୍କୁ ୧.୮୪ କୋଟି ଟଙ୍କାର ପ୍ରଦାନ

Sunil Chandra Nayak

ବିଜୟ କୁମାର ଜେନା ଙ୍କ କବିତା କଳା ମେଘ

Sunil Chandra Nayak

୩୧ ଟି ଅଭିଯୋଗ ଶୁଣିଲେ ଜିଲ୍ଲାପାଳ 

Sunil Chandra Nayak

Leave a Comment

error: Content is protected !!