ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ସାନ ଦଧିବାମନ ମନ୍ଦିର ପ୍ରାଙ୍ଗଣରେ ଚଳିତ ବର୍ଷ ହେବାକୁ ଥିବା ରଥ ଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ କିପରି ଭାବରେ ଆସନ୍ତା ରଥ ଯାତ୍ରାକୁ ସୁଚାରୁ ରୂପେ ପାଳନ କରାଯିବ ସେ ନେଇ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ପୂର୍ବତନ ସଭାପତି ଯୋଗଧ୍ୟାନ ବୈଠାରୁଙ୍କ ସ୍ଵସ୍ଥା ଅବସ୍ଥା ଭଲନ ଥିବା ହେତୁ ଚଳିତ ବର୍ଷ ନୂତନ ଭାବେ ସଭାପତି ଚୟନ କରାଯିବା ସହ ଅନ୍ୟ ପଦବୀ ଗୁଡ଼ିକ ମଧ୍ୟ ଚୟନ କରାଯାଇଥିଲା । ନୂତନ ସଭାପତି ଭାବେ ପ୍ରଦୀପ କୁମାର ମିଶ୍ର, ଉପ ସଭାପତି ଶୈଳେନ୍ଦ୍ର ମୋହନ ପାଣିଗ୍ରାହୀ, ସମ୍ପାଦକ ଚନ୍ଦନ ସାହୁ, ସହ ସଂପାଦକ ଖୁସିରାମ ଭୋଇ, କୋଷାଧ୍ୟକ୍ଷ ନିର୍ମଳ କୁମାର ଦଣ୍ଡସେନାଙ୍କୁ ଚୟନ କରାଯାଇଥିବା ବେଳେ ମନ୍ଦିର ସଦସ୍ୟ ବ୍ରହ୍ମା ଶଙ୍କର ପ୍ରଧାନ, ଶ୍ୟାମ ସୁନ୍ଦର ସାହୁ, ରାଧା କାନ୍ତ ବେହେରା, ହରେ କୃଷ୍ଣ ଶବର, ଆହ୍ଵାନ ଚନ୍ଦ୍ର ଯୋଶୀ, ବିଦ୍ୟୁତ୍ ପ୍ରକାଶ ମୁଣ୍ଡ, ଆର୍ତ୍ତ ତ୍ରାଣ ମହାଉତି, ସରୋଜ ଶବର, ଚିନ୍ତାମଣି ଭୋଇ, ଘନଶ୍ୟାମ ଭୋଇ, ପୂର୍ଣ୍ଣଚନ୍ଦ୍ର ସାହୁ, ଅରବିନ୍ଦ ଯୋଶୀ, ଗଦାଧର ବୈଠାରୁ, ବଂଶୀଧର ଆଚାର୍ଯ୍ୟ, ମାନସ ରଞ୍ଜନ ସାହୁ, ସୁମିତ କୁମାର ସାହୁ, ଆଶୁତୋଷ ଯୋଶୀ, ରବିକାନ୍ତ ଠେଲା ପ୍ରମୁଖ ଉପସ୍ଥିତ ଥିଲେ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଖୁଡୁଖୁଡି ଖେଳ ଉପରେ ଚଢାଉ, ୫ ଗିରଫ

Sunil Chandra Nayak

ଲଡୁ ଦୁର୍ନୀତି ର ଉଚ୍ଚ ସ୍ତରୀୟ ତଦନ୍ତ ଦାବି

Sunil Chandra Nayak

ନର୍ଲା – ଗ୍ରାମ ପଞ୍ଚାୟତ ମାନଙ୍କରେ ନାଏବ ସରପଞ୍ଚ ପାଇଁ ନିର୍ବାଚନ ଶାନ୍ତି ଶୃଙ୍ଖଳା ମଧ୍ୟରେ ଶେଷ

Sunil Chandra Nayak

Leave a Comment

error: Content is protected !!