ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାହୁଲ ଓ ସୋନିଆଙ୍କୁ ଇଡି ଜେରାକୁ ବିରୋଧ

ବିଶ୍ୱନାଥପୁରଠାରେ କଂଗ୍ରେସର ବିଶାଳ ବିକ୍ଷୋଭ ଶୋଭାଯାତ୍ରା

ଲାଞ୍ଜିଗଡ,୨୦/୦୬(ମନିସ)- କଂଗ୍ରେସର ଶୀର୍ଷ ନେତା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ଇଡି ଜେରାକୁ ବିରୋଧ କରି ଏବେ ସାରା ଦେଶରେ କଂଗ୍ରେସ ତାତି ଉଠିଛି । ରାଜନୈତିକ ଆକ୍ରୋଶ ରଖି ବିଜେପି ଓ ମୋଦୀ ସରକାର ଇଡିକୁ ସୋନିଆ ଓ ରାହୁଲଙ୍କ ପଛରେ ଲଗାଇଥିବା ଅଭିଯୋଗ କରି ଦେଶର ବିଭିନ୍ନ ସ୍ଥାନରେ ଦଳୀୟ କର୍ମୀମାନେ ଲଗାତାର ବିରୋଧ ପ୍ରଦର୍ଶନ କରି ଆସୁଛନ୍ତି । ଏହାକୁ ନେଇ ଆଜି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁରଠାରେ ଏକ ବିକ୍ଷୋଭ ଶୋଭାଯାତ୍ରା କରାଯିବା ସହିତ ବ୍ଲକ କାର୍ଯ୍ୟାଳୟ ସାମ୍ନାରେ ଏକ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଥିଲା । କଂଗ୍ରେସ ନେତା ଚାଞ୍ଚେର ମାଝୀ ଓ ବ୍ଲକ କଂଗ୍ରେସ ସଭାପତି ହରିହର କୁମାରଙ୍କ ନେତୃତ୍ୱରେ ବ୍ଲକର ୨୬ଗୋଟି ଗ୍ରାମପଞ୍ଚାୟତ ଅଞ୍ଚଳରୁ ତିନିଶହରୁ ଉର୍ଦ୍ଧ୍ୱ କର୍ମୀ ସାମିଲ ହୋଇଥିବାବେଳେ କଂଗ୍ରେସକୁ ଦୁର୍ବଳ କରିବାକୁ ଚକ୍ରାନ୍ତକୁ ଦଳର କୌଣସି କର୍ମୀ ବରଦାସ୍ତ କରିବେ ନାହିଁ ବୋଲି ଆହ୍ୱାନ ଦେଇଥିଲେ । ଏନେଇ ଏକ ବିକ୍ଷୋଭ ଶୋଭାଯାତ୍ରା ବିଶ୍ୱନାଥପୁର କଲେଜ ଛକରୁ ବାହାରି ବ୍ଲକ କାର୍ଯ୍ୟାଳୟ ପହଞ୍ଚିବା  ରେ ସେଠାରେ ଏକ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଥିଲା । ଏଥିରେ ଶ୍ରୀ ମାଝୀ ଓ ଶ୍ରୀ କୁମାରଙ୍କ ସହିତ କଂଗ୍ରେସ ନେତା ବିଜୟ ନାଏକ, ରଞ୍ଜିତା ମୁଣ୍ଡା, ପୁରୁଷୋତ୍ତମ ଦଣ୍ଡସେନା, ଦୁର୍ଯ୍ୟୋଧନ ରାଉତ, ପିତାମ୍ବର ପୁଟେଲ, ଖିତ ନାଏକ, ନିତ୍ୟାନନ୍ଦ ସାହୁ, ନବୀନ ସୁନା, ପୂର୍ଣ୍ଣଚନ୍ଦ୍ର ଗଉଡ, କନୌଜ ରାଉତ, ବଳଭଦ୍ର ସାହୁ, ପଠାଣୀସାମନ୍ତ ନାଗ, ଭଗବାନ ମାଝୀ, ଫଗଣୁ ନାଗ ପ୍ରମୁଖ ନେତୃତ୍ୱ ନେଇଥିବାବେଳେ ୩୦୦ରୁ ଉର୍ଦ୍ଧ୍ୱ କର୍ମୀ ସାମିଲ ହୋଇଥିଲେ ।

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ।

Related posts

କନ୍ଧ ସମାଜ ପକ୍ଷରୁ ବିଶ୍ଵ ଆଦିବାସୀ ଦିବସ

Sunil Chandra Nayak

ଗୋହିରାଆପଦର ରେ ନୁଆଁଖାଇ ଭେଟଘାଟ କାର୍ଯକ୍ରମ

Sunil Chandra Nayak

ଓଡିଶୀ ହେଉଛି ସର୍ବପ୍ରାଚୀନ ଶାସ୍ତ୍ରୀୟ ନୃତ୍ୟ

Sunil Chandra Nayak

Leave a Comment

error: Content is protected !!