ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଲାଞ୍ଜିଗଡ଼ରୋଡ଼ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଜନ ଆରୋଗ୍ୟ ସମିତିର ବୈଠକ ଅନୁଷ୍ଠିତ

ଲାଞ୍ଜିଗଡ଼,୨୦/୦୬(ମନିସ)-ଲାଞ୍ଜିଗଡ଼ ବ୍ଲକ ବିଶ୍ବନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅନ୍ତର୍ଗତ ଲାଞ୍ଜିଗଡ଼ରୋଡ଼ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଆଜି ଜନ ଆରୋଗ୍ୟ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି ! ଜିଲ୍ଲା ପରିଷଦ ସଦସ୍ୟା ଅଞ୍ଜଳି ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଶ୍ବନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର୍ ଡା. ନିହାରରଞ୍ଜନ ସାହୁ, ବିପିଏମ୍ ସୁରଜିତ ସିଂ କୁମାର, ଲାଞ୍ଜିଗଡ଼ରୋଡ଼ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଅକ୍ଷୟ ଗୋଛାୟତ, ଫାର୍ମାସିଷ୍ଟ ରବୀନ୍ଦ୍ର କୁମାର ସାହୁ, ଲାଞ୍ଜିଗଡ ରୋଡ଼ ସରପଞ୍ଚ ସୁଶ୍ରୀ ମମତା ଶବର, ଲାଞ୍ଜିଗଡରୋଡ଼ ୟୁପି ସ୍କୁଲର ପ୍ରଧାନଶିକ୍ଷକ ନଗେନ୍ଦ୍ରନାଥ ପଟ୍ଟନାୟକ, ମହିଳା ସ୍ବାସ୍ଥ୍ୟକର୍ମୀ ଜାହ୍ନବୀ ପଣ୍ଡା, ସମାଜସେବୀ ଚନ୍ଦ୍ରଶେଖର ମହାପାତ୍ର , ଯୁବ ସ୍ବେଚ୍ଛାସେବୀ କେ. ବାସୁ, ବାମ୍ ମିତ୍ରଭାନୁ ଦାସ, ପୂର୍ତ୍ତ ଏବଂ ଜନସ୍ବାସ୍ଥ୍ୟ ବିଭାଗର କନିଷ୍ଠ ଯନ୍ତ୍ରୀ ଉପସ୍ଥିତ ଥିଲେ ! କାର୍ଯ୍ୟକ୍ରମ ପରିଚାଳନାରେ ଲଳିତ ବିଶ୍ବାଳଙ୍କ ସହିତ ସ୍ବାସ୍ଥ୍ୟକେନ୍ଦ୍ର କର୍ମଚାରୀମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ !

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ।

Related posts

କୋକସରା ଗ୍ରାମରେ ଝାଡ଼ାବାନ୍ତି ବ୍ୟାପିବା ପରେ ଚେଇଁଲା ପ୍ରଶାସନ, ସ୍ଥିତି ଅନୁଧ୍ୟାନ କଲେ ବିଡ଼ିଓ, ବ୍ଲକ ଉପାଧ୍ୟକ୍ଷ ଓ ମେଡ଼ିକାଲ ଟିମ 

Sunil Chandra Nayak

ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସାମାଜିକକର୍ମୀଙ୍କ ଦ୍ୱାରା ଯୁଦ୍ଧକାଳୀନ ଭିତ୍ତିରେ ରକ୍ତଦାନ ଶିବିର

ଥୁଆମୂଳ ରାମପୁର – କାହା ସ୍ବାର୍ଥରେ ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟ 

Leave a Comment

error: Content is protected !!