ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସଦଜ୍ଞାନ ଜାଗୃତି ସେବାଶ୍ରମ ତଳତାପଣ୍ତାରେ ଯୋଗ ଦିବସ

ବାଲେଶ୍ବର,୨୧/୬/୨୨- ଯୋଗ ଶାରୀରିକ ମାନସିକ ଓ ବୌଦ୍ଧିକ ପ୍ରଗତିର ମୂଳ ଉତ୍ସ । ଏହା ଏକ ଆଧ୍ଯାତ୍ମିକ ଅଭ୍ଯାସ ଯାହା ଶାନ୍ତି, ଆତ୍ମବିଶ୍ବାସ ଓ ସାହସକୁ ପ୍ରୋତ୍ସାହନ କରେ । ଶରୀର, ମନ ଓ ମସ୍ତିଷ୍କକୁ ସାକାରାତ୍ମକ ମାର୍ଗରେ ନିଅନ୍ତ୍ରଣକରେ । ଏହି ବାର୍ତ୍ତାର ପ୍ରଚାର ଆନ୍ତର୍ଜାତୀୟ ଯୋଗଦିବସର ଲକ୍ଷ ବୋଲି ଅତିଥିମାନେ ମତବ୍ଯକ୍ତ କରିଥିଲେ । ବସ୍ତା ବ୍ଳକ ଅଧିନରେ ଥିବା ବିଭିନ୍ନ ସ୍ଥାନରେ ଯୋଗ ଦିବସ ପାଳି ହୋଇଯାଇଛି । ସେଥିମଧ୍ଯରୁ ବାହାର୍ଦ୍ଦା ପଞ୍ଚାୟତ ତଳତାପଣ୍ତା ଗ୍ରାମରେ ଥିବା ସଦଜ୍ଞାନ ଜାଗୃତି ସେବାଶ୍ରମରେ ପ୍ରାତରୁ ପ୍ରଭାତଫେରି, ନଗର ପରିକ୍ରମା ସହିତ ବୃକ୍ଷରୋପଣ କାର୍ଯ୍ଯକ୍ରମ ଓ ସଭା କାର୍ଯ୍ଯ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ଯକ୍ରମରେ ସମୟଚକ୍ରର ସମ୍ପାଦକ ସର୍ବେଶ୍ବର ଜେନା ସଭାପତିତ୍ବ କରିଥିବା ବେଳେ ସମାଜସେବୀ ସୁମନ୍ତ କୁମାର ଜେନା କାର୍ଯ୍ଯକ୍ରମର ଶୁଭ ଉଦଘାଟନ କରିଥିଲେ । ମୂଖ୍ଯଅତିଥି ଅନ୍ତରାଷ୍ଟ୍ର କ୍ଷାତି ସମ୍ପନ୍ନ ଚିତ୍ରଶିଳ୍ପୀ କେଶୁ ଦାସ, ମୁଖ୍ଯବକ୍ତା ସମାଜସେବୀ କୁମୁଦ ରଞ୍ଜନ ଗିରି, ସମ୍ମାନୀତ ଅତିଥି ବରିଷ୍ଠ ସାମ୍ବାଦିକ ବିଜୟ କୁମାର ଭୂୟାଁ, ସେକ ଅବଦୁଲ ଆକବର, ଯୋଗ ଶିକ୍ଷକ ଦାମୋଦର ମୁନୀ ଯୋଗ ଦେଇଥିବା ବେଳେ ସେବାଶ୍ରମର ମୂଖ୍ଯ ଅର୍ନ୍ତଯ୍ଯାମି ରାଉଳ ମଞ୍ଚ ପରିଚାଳନା କରିଥିଲେ । ମୁନୀ ମତୀ କୁନି ଦେବୀ ପ୍ରାରମ୍ଭିକ ସଂଗୀତ ଗାନକରିଥିଲେ । ଦୁଃଖହରୀ ଦାସ, ଅର୍ପିତା ରାଉଳ, ହାରାମଣୀ ଯେନା, ପୁରୁଷତ୍ତୋମ ଗାହାଣ, ମହେଶ୍ବର ମୁନି, ସଂଗଠକ ପ୍ରତାପ ରୁଦ୍ର ପାତ୍ର, ସଦାଶିବ ଯେନା ସମେତ ଆଶ୍ରମର ସମସ୍ତ ସଭ୍ଯ ସଭ୍ଯା ମୁନି ମତୀ ଉପସ୍ଥିତ ରହି ବିଭିନ୍ନ ପ୍ରଜାତିର ବୃକ୍ଷରୋପଣ କରିଥିଲେ ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

କାଙ୍ଗାଳୀ ଚରଣ ସେଠୀ ଙ୍କ କବିତା ଶୀତୁଆ ସକାଳ 

Sunil Chandra Nayak

କୋକସରା ବ୍ଲକ ଅଙ୍ଗନବାଡି କର୍ମି ସମୁହଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

Sunil Chandra Nayak

ନାମାଚାର୍ଯ୍ୟ ଶ୍ରୀମଦ ବାୟାବାବାଙ୍କ ସ୍ମରଣ ମହୋତ୍ସବ ଓ ପ୍ରଫେସର ପର୍ଶୁରାମ ପଣ୍ଡାଙ୍କ ସ୍ମୃତିରେ ପତ୍ରିକା ଉନ୍ମୋଚନ ଓ ସାରସ୍ବତ ସମାବେଶ

Sunil Chandra Nayak

Leave a Comment

error: Content is protected !!