ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସଂଗୀତ ଶିଳ୍ପୀ ସମାଜ ତରଫରୁ ବିଶ୍ବ ସଂଗୀତ ଦିବସ ୨୦୨୨ ପାଳିତ

ସବୁ କଳାର ଉତ୍ସ ସଂଗୀତ,ନୀରବତା ରୁ ସଂଗୀତ ସୃଷ୍ଟି…

ରାଉରକେଲା/ ସବୁବେଳେ କଳାର ଉତ୍ସ ସଂଗୀତ। ନୀରବତାରୁ ସଂଗୀତ ସୃଷ୍ଟି ବୋଲି ଅତିଥି ମାନେ ବିଶ୍ବ ସଂଗୀତ ଦିବସ ପାଳନ ଅବସରରେ ମତ ପ୍ରକାଶ କରିଥିଲେ। ସଂଗୀତ ଶିଳ୍ପୀ ସମାଜ, ରାଉରକେଲା ଆୟୋଜିତ ବିଶ୍ବ ସଂଗୀତ ୨୦୨୨ ସ୍ଥାନୀୟ ସିଭିକ ସେଣ୍ଟର ଠାରେ ପାଳିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଶରତ ଧଳଙ୍କ ସଭାପତିତ୍ବ ଓ ସାଧାରଣ ସଂପାଦକ ଗୁରୁ ପ୍ରଫୁଲ୍ଲ ମଙ୍ଗଳ ଙ୍କ ଆବାହକତ୍ବ ତଥା ରଶ୍ମିରଂଜନ ଦାସଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଆରଏସପି ର ଭାରପ୍ରାପ୍ତ ମହାପ୍ରବନ୍ଧକ ବିଜୟ କୁମାର ରାଉତ ମୁଖ୍ୟ ଅତିଥି , ଓଡିଶା ସଂଗୀତ ନାଟକ ଏକାଡେମୀ ର କାର୍ଯ୍ୟକାରୀ ସଦସ୍ୟ ଡଃ ସମର ମୁଦାଲି ସମ୍ମାନିତ ଅତିଥି ଓ ଅବସରପ୍ରାପ୍ତ ପ୍ରାଧ୍ୟାପକ ପାରେଶ୍ବର ବିଶ୍ବାଳ,ହୃଷିକେଶ ରାୟ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଭବେଶ ଚନ୍ଦ୍ର ସାହୁ,ଭୁବନେଶ୍ବର ଉତ୍କଳ ସଂଗୀତ ମହାବିଦ୍ୟାଳୟର ଅଧ୍ୟାପକ ଗୁରୁ ନିମକାନ୍ତ ରାଉତରାୟ ଓ କବୟିତ୍ରୀ ତଥା ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଗୀତାଞ୍ଜଳୀ ପତ୍ରୀ ପ୍ରମୁଖ ସମ୍ମାନିତ ବକ୍ତା ଭାବେ ଯୋଗଦେଇ ଆଲୋଚ୍ୟ ବିଷୟ ଜୀବନ ସଂଗୀତ ବିଷୟ ସଂପର୍କରେ ଆଲୋଚନା କରିଥିଲେ। ଅତିଥି ମାନେ ସେମାନଙ୍କ ବକ୍ତବ୍ଯରେ କହିଲେ ଯେ ସଂଗୀତ ମଣିଷ କୁ ଭଦ୍ର କରେ। ଡାକ୍ତର , ସଂଗୀତ ତଥା କଳା ଜୀବନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥାଏ। ୭ଟି ଲଳିତ କଳା ମଧ୍ୟରୁ ସଂଗୀତ ଅନ୍ୟତମ ଓ ଏହା ଆଧ୍ୟାତ୍ମିକ କଳା ମଧ୍ୟ । ସଂଗୀତ କୁ ଗନ୍ଧର୍ବ ମାନେ ସୃଷ୍ଟି କରିଛନ୍ତି। ଏହି ଅବସରରେ ଭଞ୍ଜ କଳା କେନ୍ଦ୍ର,ସପ୍ତେଶ୍ବର କଳା ନିକେତନ ଓ ସ୍ବରବ୍ରହ୍ମ ର ଶିଳ୍ପୀମାନେ ଶାସ୍ତ୍ରୀୟ ସଂଗୀତ ପରିବେଷଣ କରିଥିବା ବେଳେ ମାରଙ୍ଗ ବୁରୁ କଳା ଅନୁଷ୍ଠାନ ତରଫରୁ ଆଦିବାସୀ ନୃତ୍ୟ ପରିବେଷଣ କରାଯାଇଥିଲା। ପ୍ରାରମ୍ଭରେ ବାଳକୃଷ୍ଣ ପାଣିଗ୍ରାହୀ ବେଦ ଉଚ୍ଚାରଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ସଂଗୀତ ଶିଳ୍ପୀ ସମାଜ ତରଫରୁ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ଦ୍ବିତୀୟ ପର୍ଯ୍ୟାୟରେ ସମାଜସେବୀ କାଜଲ ଦାସ ମୁଖ୍ୟ ଅତିଥି ଓ ଚଳଚ୍ଚିତ୍ର ଓ ମଂଚ ଶିଳ୍ପୀ ମାନସ ରଂଜନ ଉପାଧ୍ୟାୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଥିଲେ। ଏହି ଅବସରରେ ଗୁରୁ ଜଗନ୍ନାଥ ଦାସଙ୍କ ନେତୃତ୍ଵରେ ୭୨ ଜଣ ବୃନ୍ଦ ତବଲା ବାଦନ, ଗୁରୁ ଫକୀର ଚରଣ ପତିଙ୍କ ଛାତ୍ର ଛାତ୍ରୀ ମାନେ ସରସ୍ବତୀ ବନ୍ଦନା,ଗୁରୁ ପ୍ରଫୁଲ୍ଲ ମଂଗଳ ଙ୍କ ଶ୍ରୀ ସିଦ୍ଧି ଏକାଡେମୀ ଅଫ୍ ଆର୍ଟ ନେତୃତ୍ଵରେ ଓଡିଶୀ ବୃନ୍ଦ ଗାୟନ, ଗୁରୁ ନରେନ୍ଦ୍ର ନାୟକ ଙ୍କ କୋମଳ ଗାନ୍ଧାର ଅନୁଷ୍ଠାନ ନେତୃତ୍ୱରେ ବୃନ୍ଦ ବଂଶୀ ବାଦନ, ଗୁରୁ ନିମକାନ୍ତ ରାଉତରାୟ,ଗୁରୁ ଆଶାଲତା ଷଡଙ୍ଗୀ,ଡଃ ପଦ୍ମିନୀ ପାଣିଗ୍ରାହୀ,ଇଂ ପ୍ରତାପ କୁମାର ରାୟ, ବଂଶୀଧର ସାହୁ,ଗୁରୁ ପ୍ରଦୀପ ପଣ୍ଡା, ସୌମ୍ଯ ଶୁଭମ ସାହୁ,ଡା ସୁଶାନ୍ତ ପାଣି, ଗୁରୁ ପଞ୍ଚାନନ ମଲ୍ଲିକ, ଦୃଷ୍ଟି ତ୍ରିପାଠୀ ପ୍ରମୁଖ ସୁଗମ ସଂଗୀତ ଗାନ କରିଥିଲେ। ସମସ୍ତ କାର୍ଯ୍ୟକ୍ରମରେ ଗୁରୁ ସୁଶାନ୍ତ କୁମାର ସାହୁ,ତବଲାରେ ଜଗନ୍ନାଥ ଦାସ,ବଂଶୀ ରେ ନରେନ୍ଦ୍ର ନାୟକ, ବେହେଲାରେ ଗୌରାଙ୍ଗ ମଲ୍ଲିକ, ପ୍ରିୟଙ୍କା,ପ୍ରତ୍ୟାଶା,ସୃତିପ୍ରିୟା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ

Related posts

ଗାନ୍ଧୀ ଜୟନ୍ତୀ ଉତ୍ସବ ପାଳନ ନିମନ୍ତେ ପ୍ରାକ୍ ପ୍ରସ୍ତୁତି ବୈଠକ

Sunil Chandra Nayak

ବାଘିଆଟାଙ୍ଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅସୁରକ୍ଷିତ , ଶ୍ରେଣୀଗୃହ ମରାମତି ନେଇ ଛାତ୍ରଛାତ୍ରୀଙ୍କ ରାସ୍ତା ଅବରୋଧ

Sunil Chandra Nayak

ମଟରସାଇକେଲ ଦୁର୍ଘଟଣାରେ ଦୁଇ ଶଢୁ ଭାଇଙ୍କ ମୃତ୍ୟୁ

Leave a Comment

error: Content is protected !!