ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଫୁଲବାଣୀ ସେବିକା ମହା ବିଦ୍ୟାଳୟ ଠାରେ ଅଷ୍ଟମ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

  ଫୁଲବାଣୀ -: ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ମହାବିଦ୍ୟାଳୟ ,ଗୁଡୁରିସାହି ପରିସରରେ ଅଷ୍ଟମ ଆନ୍ତର୍ଜାତିକ ଯୋଗ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହାକୁ ସେବିକା ତାଲିମ ମହାବିଦ୍ୟାଳୟ ର ଅଧ୍ୟାକ୍ଷା ଶ୍ରୀମତୀ   ସଂଘମିତ୍ରା ସିଂହ ପ୍ରଦୀପଜାଳି ଉଦଘାଟନ କରିଥିଲେ। ଯୋଗ ଗୁରୁମା ଶ୍ରୀମତୀ ସାଧନା ଦାସ ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ଯୋଗାଭ୍ୟାସ କରାଇଥିଲେ। ଜନସାଧାରଣ ଙ୍କ ଅବଗତି ପାଇଁ ଏକ ସଚେତନତା ପଦଯାତ୍ରା ର ମଧ୍ୟ ଆୟୋଜନ କରାଯାଇଥିଲା । ପରେ ପରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବକୃତା, କୁଇଜ, ଓ ଯୋଗ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ ମୁଖ୍ୟ ଅତିଥି ଙ୍କ ଦ୍ଵାରା ପୁରସ୍କାର ବିତରଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ , କେନ୍ଦ୍ରୀୟ ସଂଚାର ବ୍ୟୁରୋ ,କ୍ଷେତ୍ରୀୟ କାର୍ଯ୍ୟାଳୟ , ଫୁଲବାଣୀ କ୍ଷେତ୍ର ପ୍ରଚାର ସହାୟକ ଶ୍ରୀ ସତ୍ୟନାରାୟଣ ନନ୍ଦ ପରିଚାଳନା କରିଥିଲେ ଏବଂ ସେବିକା ତାଲିମ ମହାବିଦ୍ୟାଳୟ ର ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ସନ୍ତୋଷ କୁମାର ମିଶ୍ର ସହଯୋଗ ପ୍ରଦାନ କରିଥିଲେ।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ ।

Related posts

ଲାଠିକଟା ମହିଳା କୃଷକ ଉତ୍ପାଦକ ସଂଗଠନ ର ପଞ୍ଜିକରଣ ପ୍ରକ୍ରିୟା ଶେଷ.

Sunil Chandra Nayak

ନବୀନ ପଟ୍ଟନାୟକଙ୍କ ୭୬ତମ ଜନ୍ମ ଦିନକୁ ସ୍ମରଣୀୟ କରିବ କଳାହାଣ୍ଡି ଯୁବ ଓ ଛାତ୍ର ଜନତା ଦଳ

Sunil Chandra Nayak

ଧର୍ମଗଡ ଠାରେ ଅହିଂସା ରଥ କୁ ଭବ୍ୟ ସ୍ଵାଗତ

Sunil Chandra Nayak

Leave a Comment

error: Content is protected !!