ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଫୁଲବାଣୀ ସେବିକା ମହା ବିଦ୍ୟାଳୟ ଠାରେ ଅଷ୍ଟମ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

  ଫୁଲବାଣୀ -: ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ମହାବିଦ୍ୟାଳୟ ,ଗୁଡୁରିସାହି ପରିସରରେ ଅଷ୍ଟମ ଆନ୍ତର୍ଜାତିକ ଯୋଗ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହାକୁ ସେବିକା ତାଲିମ ମହାବିଦ୍ୟାଳୟ ର ଅଧ୍ୟାକ୍ଷା ଶ୍ରୀମତୀ   ସଂଘମିତ୍ରା ସିଂହ ପ୍ରଦୀପଜାଳି ଉଦଘାଟନ କରିଥିଲେ। ଯୋଗ ଗୁରୁମା ଶ୍ରୀମତୀ ସାଧନା ଦାସ ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ଯୋଗାଭ୍ୟାସ କରାଇଥିଲେ। ଜନସାଧାରଣ ଙ୍କ ଅବଗତି ପାଇଁ ଏକ ସଚେତନତା ପଦଯାତ୍ରା ର ମଧ୍ୟ ଆୟୋଜନ କରାଯାଇଥିଲା । ପରେ ପରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବକୃତା, କୁଇଜ, ଓ ଯୋଗ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ ମୁଖ୍ୟ ଅତିଥି ଙ୍କ ଦ୍ଵାରା ପୁରସ୍କାର ବିତରଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ , କେନ୍ଦ୍ରୀୟ ସଂଚାର ବ୍ୟୁରୋ ,କ୍ଷେତ୍ରୀୟ କାର୍ଯ୍ୟାଳୟ , ଫୁଲବାଣୀ କ୍ଷେତ୍ର ପ୍ରଚାର ସହାୟକ ଶ୍ରୀ ସତ୍ୟନାରାୟଣ ନନ୍ଦ ପରିଚାଳନା କରିଥିଲେ ଏବଂ ସେବିକା ତାଲିମ ମହାବିଦ୍ୟାଳୟ ର ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ସନ୍ତୋଷ କୁମାର ମିଶ୍ର ସହଯୋଗ ପ୍ରଦାନ କରିଥିଲେ।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ ।

Related posts

ଜୁନାଗଡ଼ ବ୍ଲକରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା – ଶିକ୍ଷାଦାନ ଓ ଶିକ୍ଷକ ଅଭାବ, ଅନିଶ୍ଚିତତା ମଧ୍ୟରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ

Sunil Chandra Nayak

ବ୍ରେକ ଡାଉନ ଯୋଗୁଁ ଅଟକିଲା ଆମ୍ବୁଲାନ୍ସ, ରୋଗି ହନ୍ତସନ୍ତ

Sunil Chandra Nayak

ବିପଦ ସଂକୁଳ ଅବସ୍ଥାରେ ଚାରବାହାଲ ୟୁ ପି ସ୍କୁଲ ଭଙ୍ଗା ଦଦରା ଘରେ ପାଠ ପଢୁଛନ୍ତି ପ୍ରଥମରୁ ଷଷ୍ଠ ଶ୍ରେଣୀର ଛାତ୍ର ଛାତ୍ରୀ

Sunil Chandra Nayak

Leave a Comment

error: Content is protected !!