ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମଣଦାରେ କାଳବୈଶାଖୀ ବଜ୍ରପାତରେ ଅକାଳରେ ମହିଳା ସମେତ ଦୁଇଜଣଙ୍କର ଗଲା ପ୍ରାଣ

ମୟୂରଭଞ୍ଜ – ୨୨/୬/୨୨ (ମସିହା) ମୟୂରଭଂଜ ଜିଲ୍ଲାର ବିଶୋଇ ଥାନା ଅଂଚଳରେ ମଣଦା ଫାଣ୍ଡି ଅଧିନସ୍ଥ ମଣଦା ଗ୍ରାମରେ ଆଜି ଖରାବେଳେ ବଜ୍ରପାତରେ ଜଣେ ମହିଳାଙ୍କ ସମେତ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନାଯୋଗ୍ୟ ମଣଦା ଗ୍ରାମର ଶୁଶାନ୍ତ ଗିରି(୪୭) ୧୨/୧୨.୩୦ ଟା ପାଖାପାଖି ସମୟରେ ନଦୀରୁ ଗାଧୋଇ ଫେରୁଥିବା ବେଳେ ବାଟରେ ଚଡ଼କ ମାରିବା ଫଳରେ ଘଟଣାସ୍ଥଳରେ ଟଳି ପଡ଼ିଥିଲେ ।

ସେହିଭଳି ସେହି ଗ୍ରାମର ଜାଲେ ପିଙ୍ଗୁଆ (୬୪)ଜଙ୍ଗଲ ପାଖ ବିଲକୁ କାମ କାମ କରୁଥିବା ବେଳେ ବଜ୍ରପାତରେ ଟଳି ପଡ଼ିଥିଲେ । ସେମାନଙ୍କୁ ମଣଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ମୃତ ଘୋଷଣା କରିଥିଲେ । ସେମାନଙ୍କୁ ଶବ ବ୍ୟବଚ୍ଛେଦ କରାଯିବାପାଇଁ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଦୁଇ ଦୁଇଟି ଅପମୃତ୍ୟୁ ମାମଲା ୧୫/୨୨ ଏବଂ ୧୬/୨୨ ରୁଜୁ କରିଛି । ଅପରାହ୍ନ ୫.୧୦ ରେ ପହଞ୍ଚିବା ଏବଂ ବୀଦ୍ଯୁତ ସରାବରାହ ବିଛିନ୍ନ ଯୋଗୁଁ ଶବ ବ୍ୟବଚ୍ଛେଦ ହୋଇପାରିଲା ନାହିଁ ।ଶବ ବ୍ୟବଚ୍ଛେଦ ଗୃହକୁ ଡିଜି ଦ୍ବାରା ଵିଦ୍ଯୁତ ସଂଯୋଗ ନଥିବାରୁ ଶବ ବ୍ୟବଚ୍ଛେଦ ନ ହୋଇପାରିବାରୁ ମୃତକଙ୍କ ପରିବାର ଲୋକେ ଅସନ୍ତୋଷ ପ୍ରକାଶ କରିଥିଲେ । ସେମାନେ କହୁଥିଲେ ସରକାର ତ ନିୟମ କରିଛନ୍ତି ରାତି ହେଲେ ବି ଶବ ବ୍ୟବଚ୍ଛେଦ ହୋଇ ପାରିବ ହେଲେ ତାହା କାର୍ଯ୍ୟକାରୀ ହୋଇପାରୁନାହିଁ ।ବହୁ ଦୂରରୁ ଆସି ହଇରାଣ ହରକତ ହେଉଛନ୍ତି । ତେଣୁ ପ୍ରଶାସନ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ଅନୁରୋଧ କରିଛନ୍ତି ।

ମୟୂରଭଞ୍ଜ ଅକ୍ଷୟ ବିଶ୍ବାଳଙ୍କ ରିପୋର୍ଟ

Related posts

ଗୈାନ୍ତିଆପଡା ପୂଜା କମିଟିରେ ଶିଶୁଙ୍କ ପ୍ରତିଯୋଗୀତା

Sunil Chandra Nayak

ଦୁଃଖିନୀ ନିସ୍ତୃଙ୍କା ହେଲେ ମୁନିଗୁଡା ବ୍ଳକ ଅଧ୍ଯକ୍ଷା

Sunil Chandra Nayak

ଦାବି ପୂରଣ ନହେଲେ ୭ରୁ କଳାବ୍ୟାଜ, ୧୪ ତାରିଖରୁ ଅସହଯୋଗ ଆନ୍ଦୋଳନ

Sunil Chandra Nayak

Leave a Comment

error: Content is protected !!