ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିର୍ଦ୍ବନ୍ଦରେ ନିର୍ବାଚିତ ହେଲେ ସଭାପତି

ବାଲେଶ୍ବର,୨୩/୬/୨୨ – ଗତ ତା ୨୨/୬/୨୨ ରିଖ ବୁଧବାର ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଗୋଳିହା ସେବା ସମବାୟ ସମିତିର ସଭାପତି ପଦବୀ ନିମନ୍ତେ ନିର୍ବାଚନ ଥିଲା । ଏହି ପଦବୀ ପାଇଁ ଶ୍ରୀଯୁକ୍ତ ରମେଶ ଘଡ଼ାଇ(ସମ୍ପଦ ଭାଇ ) ମନୋନୟନ ପତ୍ର ଦାଖଲ କରିଥିଲେ । ତାଙ୍କୁ ପ୍ରତିଦ୍ବନ୍ଦିତା କରିବା ପାଇଁ ଅନ୍ୟ କେହି ମନୋନୟନ ପତ୍ର ଦାଖଲ କରି ନଥିଲେ । ନିର୍ବାଚନ ଅଧିକାରୀ ଚକ୍ରଧର ନାୟକ ସରକାରଙ୍କ ସମସ୍ତ ନୀତିନିୟମକୁ ପାଳନ କରିଥିଲେ । ଧାର୍ଯ୍ୟ ସମୟ ପରେ ନିର୍ବାଚନ ଅଧିକାରୀ ଶ୍ରୀ ଘଡାଇଙ୍କୁ ବିଜୟ ଘୋଷଣା କରିଥିଲେ । ତେଣୁ ଅପ୍ରତିଦ୍ଵନ୍ଦୀ ଭାବେ ଶ୍ରୀ ଘଡେଇ ସଭାପତି ନିର୍ବାଚିତ ହେଇଛନ୍ତି । ଏହି ନିର୍ବାଚନରେ ଗୋଳିହା ସେବା ସମବାୟ ଅଧିନରେ ଥିବା ସମସ୍ତ ଚାଷୀ ଭାଇ ଓ ଭଉଣୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ନିର୍ବାଚିତ ହେବାପରେ ସମସ୍ତଙ୍କର ପ୍ରିୟ ରମେଶ ଘଡାଇ ଓରଫ ସମ୍ପଦ ଭାଇ ଗୋଳିହା, ଝିଙ୍କିରିଆ, ଶୁଣ୍ଢିରା ଗଣ୍ଡିବେଡ଼ ଓ ସାରଡାଙ୍ଗ ଗ୍ରାମପଞ୍ଚାୟତର ସମସ୍ତ ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ଅଭିନନ୍ଦନ ଶୁଭେଚ୍ଛା ଜଣାଇଛନ୍ତି । ଆଗାମୀ ଦିନରେ ଚାଷୀ ମାନଙ୍କ ଚାଷର ଉନ୍ନତି ନିମନ୍ତେ ଧ୍ୟାନ ଦେବେ ବୋଲି ନବନିର୍ବାଚିତ ସଭାପତି ଶ୍ରୀ ଘଡାଇ ଚାଷୀ ମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଆହୁରି ମଧ୍ୟ କହିଛନ୍ତି ସମସ୍ତଙ୍କ ସାହାଯ୍ୟ ଓ ସହଯୋଗରେ ସେବା ସମବାୟ ଆଗକୁ ଆଗେଇ ପାରିବ, ଏଥିପାଇଁ ସମସ୍ତ ଚାଷୀ ମାନଙ୍କ ସାହାଯ୍ୟ ଓ ସହଯୋଗ ଏକାନ୍ତ କାମ୍ଯ । ଏହି ପରିପ୍ରେକ୍ଷୀରେ ସେବା ସମବାୟ ସମିତିର ଉନ୍ନତି ପାଇଁ ସମସ୍ତ ଚାଷୀ ବନ୍ଧୁ ସଭାପତିଙ୍କୁ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି । ଶ୍ରୀ ଘଡାଇ ଜଣେ ସଚ୍ଚୋଟ, ସରଳ, ମିଷ୍ଟଭାଷୀ, ସ୍ନେହୀ, ନିଷ୍କପଟ, ଉଦାର ହୃଦୟବାନ, ପରୋପକାରୀ ଓ ସମାଜସେବୀ ହୋଇଥିବାରୁ ସବୁ ମହଲରୁ ଅଭିନନ୍ଦନ ଓ ଶୁଭେଚ୍ଛା ବାର୍ତ୍ତା ଶ୍ରୀ ଘଡାଇଙ୍କ ନିକଟକୁ ଆସିବାରେ ଲାଗିଛି ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ ।।

Related posts

ବିଳାସିନୀ ପୃଷ୍ଟି ଙ୍କ କବିତା ଶେଷ ଶ୍ରଦ୍ଧାଞ୍ଜଳି

Sunil Chandra Nayak

ଭୁର୍ଟିଗଡ଼ରେ ଲୋକଙ୍କ ହାତରେ ଧରାପଡ଼ିଲେ ଦୁଇଜଣ ଛେଳିଚୋର, ପୁଲିସ ଜିମାରେ ଦେଲେ ଲୋକେ 

ଭାଲୁଖାଇ କଲୋନୀ ବାସିନ୍ଦା ଙ୍କ ବିରୋଧ – ଜାତୀୟ ରାଜପଥ ନିର୍ମାଣ ସ୍ଥଗିତ

Leave a Comment

error: Content is protected !!