ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୟ କୁମାର ମିଶ୍ର ଙ୍କ କବିତା ମନ ଝୁରେ, ନିରନ୍ତରେ

ମନ ଝୁରେ, ନିରନ୍ତରେ 

 

ଜୟ କୁମାର ମିଶ୍ର 

 

ମନ ଝୁରେ ବାରେ, ନିତ୍ୟ ନିରନ୍ତରେ 

ତୁମ କଥା ଭାଳି ଭାଳି, 

ଖୋଜଇ ଠିକଣା, ଖୋଜେ ସମ୍ଭାବନା 

ପ୍ରୀରତି ପ୍ରଦୀପ ଜାଳି ll

ଅଜଣା ରାଇଜ, ରାଜ କୁମାରୀଗୋ 

ରୂପ ରାଇଜର ରାଣୀ, 

ତୁମେ ଅନୂପପା, ଲାବଣ୍ୟ ପ୍ରତିମା 

ମନେ ମନେ ହୁଏ ଗୁଣି ll

ଥାଆନ୍ତାକି ଡେଣା, ନହୋଇ ମୁଁ ବଣା 

ପାଶକୁ ଆସନ୍ତି ନିତି, 

କରି ଆଲିଙ୍ଗନ, ସରାଗ ଚୁମ୍ବନ 

ଦେଇ ହୁଅନ୍ତି ଗୋ ସାଥି ll

ପ୍ରେମର ପାଉଣା,କରି କେତେ ଘେନା

ନିଅନ୍ତି ମୁଁ ବାରବାର, 

ଅନ୍ତରରେ ଝୁରେ, ସଦା ନିରନ୍ତରେ 

ହୃଦୟ ଅସ୍ଥିର ମୋର ll

ଦୂର ଦେଶୀ ବନ୍ଧୁ, ଦେଇ କୃପା ସିନ୍ଧୁ

କେବେ କରିବନି ପର,  

ହୃଦ ଯେତେ ଦୂରେ, ମନ ସେତେ ଝୁରେ  

କହିବାକୁ ନାହିଁ ଗୀର ll

ଆଗୋ ରୂପ ଗୋରୀ, ମୋ ମନ ମୟୂରୀ 

ମନକୁ କରିଲ ଚୋରି, 

ପ୍ରଥମ ଦେଖାରେ, ସ୍ମିତ ହସଟିରେ 

ପରସ ଶରଧା ଶିରୀ ll

ମନ ବାନ୍ଧି ଦେଲା, ହୃଦୟ ଜିଣିଲା 

ତୁମପାଶେ ସଦା ଘୁରେ ll

ଦୂର ବ୍ୟବଧାନ, ହେଉଛି ସଂକୀର୍ଣ୍ଣ 

ମନ ଭାବନାର ପଥେ, 

ହିସାବ ନଥାଏ,, କେତେ ଆସେ ଯାଏ 

ନାହିଁ ଅବିରାମ ସତେ ll

ସବୁ ଶକତିଠୁ, ବଳିଯାଏ ତାହା 

କଳି ହୁଏନାହିଁ ଜମା, 

ନୁହେଁ ସରିସମ, ପ୍ରତିଯୋଗୀ କ୍ଷମ

ନାହିଁଟି ତାହାର ସୀମା ll

ନାହିଁ ତା ବିଲୟ, ନାହିଁ ଅବକ୍ଷୟ 

ଚିର ଯଉବନା ସେହି , 

ବୟସ ଅଟଇ, ମାନଦଣ୍ଡ ସେହି 

କନ୍ଦରର୍ପକୁ ଜିଣେ ନାହିଁ, ll

ସଜ ଫୁଟା ଫୁଲ, ମହକ ଅତୁଲ 

କେତେ ଯେ ମାଦକ ଭରା, 

ଯେତେ ବା ଘେନିଲେ, ଉପଭୋଗ କଲେ 

ଅକ୍ଷୟ ପାତ୍ରଟି ଭରା ll

ଦୁନିଆଁ, କହନ୍ତୁ, ଯାହା ବି ବୁଝନ୍ତୁ 

କିଛି ଯାଇ ଆସେ ନାହିଁ, 

ଅଜବ ଗୁଜବ, ଏମନ ସହିବ

ମଥାପାତି ଯିବି ସହି ll

ଆଗୋ ପ୍ରିୟତମା, ଅବୁଝା ହୁଅନା 

ବୁଝିବାକୁ ଦିଅ ମନ, 

ସମୟଟି ସାକ୍ଷୀ ହୋଇ ମଧୁମାଖି 

ମଧୁପକୁ କରନ୍ତି ପାନ ll

ଜୟ କୁମାର ମିଶ୍ର

ଗ୍ରାମ-ବୁଦୁରା , ଡାକ-ଗୋରୀବନ୍ଧା, ମାଧ୍ୟମ-କାଶୀନଗର,
ଜିଲ୍ଲା-ଗଜପତି , ଓଡିଶା, 761206

 

Related posts

ଅମଠା ହାଇସ୍କୁଲ ଦଶମ ଶ୍ରେଣୀ ଛାତ୍ର ଙ୍କ କୃତିତ୍ବ 

Sunil Chandra Nayak

କିସ୍ ଶିକ୍ଷାନୁଷ୍ଠାନକୁ ଜାତିସଂଘର ସର୍ବଶ୍ରେଷ୍ଠ ସାକ୍ଷରତା ପୁରସ୍କାର: ଉତ୍ସବ ପାଳିଲେ ଆଦିବାସୀ

Sunil Chandra Nayak

କୋକସରା ବ୍ଲକ ସଂଘ ପକ୍ଷରୁ ଲଡୁଗାଁ ସରପଞ୍ଚଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!