ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଏନଡିଏର ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କ ଦିଲ୍ଲୀରେ ନାମାଙ୍କନ ପତ୍ର ଦାଖଲ ନେଇ ରାଇରଙ୍ଗପୁର ବାସ ଭବନ ସମ୍ମୁଖରେ ନୃତ୍ଯ ଆତଶବାଜୀ,ମିଷ୍ଟା ବଣ୍ଟନ

ମୟୂରଭଞ୍ଜ -୨୪/୬/୨୨ (ମସିହା) ଆଜି ଭାରତ,ଓଡ଼ିଶା, ମୟୂରଭଞ୍ଜ, ରାଇରଙ୍ଗପୁର ଏକ ଐତିହାସିକ ଦିନ । ଆଜିର ଦିନରେ ଏନଡିଏ ପ୍ରାର୍ଥିନୀ ରାଇରଙ୍ଗପୁର ମାଟିର ସୁକନ୍ୟା ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଦିଲ୍ଲୀରେ ନାମାଙ୍କନପତ୍ର ଦାଖଲ କରୁଛନ୍ତି । ଏହାକୁ ନେଇ ତାଙ୍କ ରାଇରଙ୍ଗପୁର ବାସ ଭବନ ସମ୍ମୁଖରେ ଜାତି ଦଳ,ମତ, ନିର୍ବିଶେଷରେ ହଜାର ହଜାର ଶୁଭେଛୁ ଛୁଟି ଆସି ନୃତ୍ୟ,ଆତଶବାଜୀମିଷ୍ଟାନ୍ନ ବଣ୍ଟନ,କେକ ବଣ୍ଟନ, ପରସ୍ପରକୁ ଆଲିଙ୍ଗନ କରିବାର ନିଆରା ଦୃଶ୍ୟ ଦେଖିବାକୁ ମିଳୁଥିଲା ।ମାଡାମ ଦ୍ରୌପଦୀ ମୁର୍ମୁ ଙ୍କ ଘର ସମ୍ମୁଖ ଜାତୀୟ ରାଜପଥ ୨୨୦ ନମ୍ବର ଏକ ରକମର ଗହଳିପୁର୍ଣ ହୋଇ ଉଠିଥିଲା ।ପୋଲିସକୁ ଗହଳି କମାଇବାକୁ ନାକେଦମ ହେବାକୁ ପଡ଼ିଥିଲା । ଆଦିବାସୀ ଲୋକେ ତାଙ୍କ ନିଜ ପାରଂପାରିକ ବେଶଭୂଷାରେ ଢୋଲ,ବାଜା,ମାଦଳରେ ଉତ୍ସବ ମୁଖର କରି ଦେଇଥିଲେ ସମଗ୍ର ରାଇରଙ୍ଗପୁର ସହରକୁ ।ଚାରିଆଡେ ଆନନ୍ଦ ଓ ଖୁସିର ହାସଲ ଦେଖିବାକୁ ମିଳିଥିଲା ।ଇନ୍ଦ୍ର ଦେବତା ମଧ୍ଯ ଆକାଶରେ ଥାଇ ଆନନ୍ଦରେ ବିଭୋର ଭାରିବର୍ଷା ଢାଳିଥିଲେ ।ଜନତା ରିମଝିମ୍ ବର୍ଷାକୁ ଖାତିର ନ କରି ଭିଜି ଭିଜି ମାଦଳା ତାଳେ ତାଳେ ନୃତ୍ୟ କରି ନିଜକୁ ସଜାଡି ଦେଇଥିଲେ ।

ମୟୂରଭଞ୍ଜରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ

Related posts

ଆଇସିକ୍ୟୁସିସି – ୨୨ : ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରର ୫ଟି ସ୍ଵର୍ଣ ପଦକ ହାସଲ

Sunil Chandra Nayak

ଜାମଦା ଓ ବେଲପୋଷି ଗ୍ରାମରେ ବିଜେଡ଼ିର ଜନସଂପର୍କ ପଦଯାତ୍ରା

Sunil Chandra Nayak

ନବନିର୍ବାଚିତ ଅଧ୍ଯକ୍ଷ ଓ ଉପାଧ୍ଯକ୍ଷାଙ୍କ ଦାୟିତ୍ୱ ଗ୍ରହଣ

Sunil Chandra Nayak

Leave a Comment

error: Content is protected !!