ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜ୍ୟୋତ୍ସ୍ନା ରାଣୀ ଦେବୀ ଙ୍କ କବିତା ପ୍ରୀତିମୟ ଜୀବଧାରା

ପ୍ରୀତିମୟ ଜୀବଧାରା

 

        ଜ୍ୟୋତ୍ସ୍ନା ରାଣୀ ଦେବୀ

 

ହୃଦୟ କାରାରେ ସଞ୍ଚିତ ଧନ ବଞ୍ଚିତ ଧନ

   ନୁହେଁ ସୁନାରୂପା ଭଳି

ହୀରାମୋତିଠାରୁ ଅଟେ ଦୁର୍ଲ୍ଲଭ ସେ

   ପାରି କେ ଆଣିଛ ତୋଳି ?

 

ନିମିଳ ନୟନେ ବିମଳ ହସରେ

   ପ୍ରୀତିର ପାଖୁଡା ମେଲି

ଆସ ଆସ ଵୋଲି ଡାକିଦେଲେ ଥରେ

     କ୍ରୋଧାଗ୍ନି ନ ଉଠେ ଝଳି ।

 

ସହସ୍ର ଝଡର ବନ୍ଧନ ହଜେ

      ଖିଅଟେ ହସର ଧାରେ

ଜ୍ଵାଳାମୁଖି ଅଗ୍ନି ନିର୍ବାପିତ ହୁଏ

     ମଇତ୍ରୀର ସାତସୁରେ ।

 

ପାଷାଣ ତରଳେ ଧଇର୍ଯ୍ୟର ତେଜେ

      ସଂକୁଚିତ ସାତସିନ୍ଧୁ

ଅମୀୟଧାରାରେ ଉଜାଣି ବହଇ

   ଝରେ ସଦା ବିନ୍ଦୁବିନ୍ଦୁ ।

 

ଦୁର୍ବାସା କ୍ରୋଧ ଦୁର୍ବାର ପଥ

    ଅଲଭ୍ୟ ଅଗମ୍ୟ ଯାହା

ସ୍ମିତହସ ନିଏ ଦୂରେ ପଥ ବାହି

   ହୋଇ ଅନୁକୂଳ ବାଆ ।

 

ପ୍ରକୃତି ରଚଇ ତାଣ୍ଡବ କେବେ

    ଅସୂୟା କ୍ରୋଧର ଝଡେ

ଅହଂକାର ରଚେ ମଦାନ୍ଧ ପାହାଡ଼

    ଭାଙ୍ଗି ବନ୍ଧନ ବାଡେ ।

 

ସ୍ନେହର ନିକୁଞ୍ଜ ତିଆରଇ ପଥ  

       ପ୍ରୀତିମୟ ଜୀବଧାରା

ସାତସୁରେ ହୁଏ ବିଶ୍ଵ ମଧୁମୟ

    ତପୋବନ ମଧୁଝରା ।

ବ୍ରହ୍ମପୁର, ଗଂଜାମ

Related posts

ଆର ପାରି ରେ ବରିଷ୍ଠ ସମାଜସେବୀ ମଧୁସୂଦନ ନାୟକ

Sunil Chandra Nayak

ବିରିକୋଟ ଗ୍ରାମରେ ମାଁ ଡୋକରୀ ଦେବୀ ଙ୍କ ଦଶହରା ପର୍ବ

Sunil Chandra Nayak

ଚୋରି ସନ୍ଦେହ, ଯୁବକ ଅଟକ

Sunil Chandra Nayak

Leave a Comment

error: Content is protected !!