ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦାସିଗାଁ ପେକ୍ସ ସଭାପତି ଭାବେ ବିଶ୍ୱନାଥ କର ନିର୍ଦ୍ୱନ୍ଦରେ ନିର୍ବାଚିତ

ଚିଲିଗୁଡା ( ମ ନି ସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଦାସିଗାଁ ପ୍ରାଥମିକ କୃଷି ସମବାୟ ସମିତି ଲି ରେ ଆଜି ସଭାପତି ଭାବରେ ବିଶ୍ୱନାଥ କର ଜଣେ ହି ସଭ୍ୟ ନାମାଙ୍କନ ଦାଖଲ କରିଥିଲେ ।ତାଙ୍କ ବିପକ୍ଷରେ କେହି ମଧ୍ୟ ନାମାଙ୍କନ ପତ୍ର ଦାଖଲ କରି ନ ଥିବାରୁ ସେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି ।ପ୍ରକାଶ ଥାଉକି ଶ୍ରୀ କର ଦୂତୀୟ ଥର ପାଇଁ ସଭାପତି ପଦ ହାସଲ କରିଛନ୍ତି ।ତାଙ୍କ ସମୟରେ ଅନେକ ଚାଷୀଙ୍କ ସମସ୍ୟାର ସମାଧନ କରିଥିବା ବେଳେ ବେଳଗୁଡା ମଣ୍ଡି ,ଗୌଡ଼ ଛେଣ୍ଡିଆ ମଣ୍ଡି ,ଦାସିଗା ମଣ୍ଡି ଏବଂ ଚିଲକପୁର ମଣ୍ଡି ସ୍ଥାପନା ଦିଗରେ ଗୁରୁତ୍ୱ ଦେଇ ଚାଷୀ ମାନଙ୍କ ବିଭିନ୍ନ ସମୟରେ ସହଯୋଗ କରିଥିଲେ । ଆଜି ପେକ୍ସ ର ନବ ନିର୍ବାଚିତ ସଭ୍ୟ ଭାବରେ ପଞ୍ଚାନନ ଲହଜଳ ,ଯୁଧିଷ୍ଠିର ପଣ୍ଡା ,ଟିକଚନ ବାଗ ,ମସ୍କୁଲ ମାଝି ,ଗୋପୀନାଥ ନ।ଏକ ,ସାନ୍ତ ପୁଝ।ରି ,ପୀତବାସ ନାଗ ,ଖଗେଶ୍ୱର ସା ,ଦଶରଥ ହାତୀ ,ଫକୀର ମାଝୀ ,ରାଏସନ ହାତୀ ଏବଂ ପଦ୍ମନ ହାତୀ ଙ୍କ ଉପସ୍ଥିତିରେ ସଭାପତି ନିର୍ବାଚିତ ହୋଇଥିଲା ।ନିର୍ବାଚନ ଅଧିକାରୀ ଭାବରେ ଗଜାନନ ନ।ଏକ ଏବଂ ପେକ୍ସ ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଷ୍ଣୁ ପ୍ରସାଦ ସାହୁ ଦାୟିତ୍ୱ ବହନ କରିଥିଲେ ।ଶ୍ରୀ କର ଚଳିତ ଖରିଫ ଧାନ ଚାଷ ସମୟରେ ଚାଷୀ ମଣ୍ଡିରେ ଯେମିତି ଅସୁବିଧା ନ ହେବ ସେ ଦିଗରେ ଅଧିକ ଧ୍ୟାନ ଦିଆ ଯିବ ବୋଲି ଶ୍ରୀ କର ପ୍ରକାଶ କରିଥିଲେ ।ଏଥିରେ ଚିତ୍ତ ପଣ୍ଡା ,ଅଜୟ ପ୍ରହରାଜ ,ପ୍ରକାଶ ପ୍ରହରାଜ ,ନାରାୟଣ ପ୍ରସାଦ ପାଢ଼ୀ ,ଲଷ୍ମୀ କାନ୍ତ ବେହେରା ପ୍ରମୁଖ ଉପସ୍ଥିତ ରହି ଶ୍ରୀ କରଙ୍କୁ ଅଭିନନ୍ଦନ ଜଣାଇଥିଲେ ।ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ବେହେରା ଦନ୍ତେଶ୍ବରୀ ଉଚ୍ଚ ବିଦ୍ୟାଳୟରେ ବିଶ୍ବ ମାତ୍ରୁଭାଷା ଦିବସ ପାଳିତ

Sunil Chandra Nayak

ରାଇରଙ୍ଗପୁରରେ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ

Sunil Chandra Nayak

ମାନ ଗୋବିନ୍ଦ ସ୍ୱାଇଁ ଙ୍କ ଜଣାଣ

Sunil Chandra Nayak

Leave a Comment

error: Content is protected !!