ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜୟ କୁମାର ଜେନା ଙ୍କ କବିତା ମୋ ସ୍ଵପ୍ନ ଓ ଜଣାଣ

ମୋ ସ୍ଵପ୍ନ ଓ ଜଣାଣ

ବିଜୟ କୁମାର ଜେନା

 

ପ୍ରତି ନିଶିଥ ରେ ସ୍ବପ୍ନ ଦେଖେ

        ସେଇ ଦାରୁବ୍ରହ୍ମ

ସାଗରର ଢେଉ, ବାଇଶି ପାହାଚ

     ପତିତପାବନ ବାନା

  ହଠାତ୍ ନିଦ୍ରା ଭାଜି ଯାଏ

ଟିକେ ବାହାରକୁ ଚାହେଁ

ସିନ୍ଧୂରା ଫାଟି ଆସୁଛି

କୁଆଁ ତାରା ଲୁଚିବ ବୋଲି

  ସଜବାଜ ହେଉଛି

ଅଲକ୍ଷ୍ୟରେ ହାତରେ ଲେଖନୀ ଧରେ

      କେଇ ପଦ ଲେଖି ଦିଏ

ତାହାକୁ ଭାବରେ ସଜାଏ, ପୁଣି

  ଜଗନ୍ନାଥଙ୍କୁ ସମର୍ପଣ କରି ଦିଏ

ମନେ ମନେ କୁହେ, ହେ ମହାବାହୁ

ସପନ ରେ ଯାହା ଟା ଦେଖିଛି

ତାହାହିଁ ଭାଷାରେ ଫୁଟାଇଛି

ଏଇ ମୋର ସ୍ବପ୍ନ ଓ ତୁମକୁ ନିତି

        ଭେଟି ଦେଉଥିବା ଜଣାଣ

       କୃପା କରି ଗ୍ରହଣ କରିବ

 ଅବସର ପ୍ରାପ୍ତ ପ୍ରାଧ୍ୟାପକ ଶାମୁକା ସାହି ରଣପୁର ନୟାଗଡ଼

Related posts

ମେଗାଲିଫ୍ଟ ପାଇପ ଲାଇନ କାମରେ ଆସୁନଥିବା ପ୍ରତିବାଦରେ ଧାରଣାରେ ବସିଲେ ଚାଷୀ

Sunil Chandra Nayak

ସରକାର ରାସ୍ତା ନିର୍ମାଣ କରୁଛିନ୍ତି ଠିକା ସଂସ୍ଥା ରାସ୍ତା ତିଆରି କରି ନର୍କ କୁଣ୍ଡ କରୁଛି _ ମରାମତି ହେଉନି ଦୂର୍ଦ୍ଦଶା ବଢୁଛି

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ବାପା

Leave a Comment

error: Content is protected !!