ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଶ୍ୟାମ ନାମ ଶୁଣାନା ତୁ

ଶ୍ୟାମ ନାମ ଶୁଣାନା ତୁ

ଉପେନ୍ଦ୍ର କୁମାର ବସ୍ତିଆ

 

ଶ୍ୟାମ ନାମ ସୁଣାନା ଗୋ 

ସଜନୀ ଆଉ 

ଦଗାଦିଆ ପୀରତି ତା 

ସେତିକି ଥାଉ 

ଶ୍ୟାମ ନାମ ଶୁଣାନା ଗୋ ••••।

 

ସରାଗ ନୟନେ ଚାହିଁ 

ନିଶିଉଜାଗର ହୋଇ 

ଜାଗର ଜାଳି ବସିଲି 

ମଦନ ଦାଉ 

ଶ୍ୟାମ ନାମ ଶୁଣାନା ଗୋ ••••।

 

ଅଗୁରୁ ଚୁଆ ଚନ୍ଦନେ 

ସଜାଇ ଅତି ଯତନେ 

ବିଫଳେ ବିତିଲା ରାତି 

ତା ପଥ ଚାହୁଁ 

ଶ୍ୟାମ ନାମ ଶୁଣାନା ଗୋ ••••।

 

ବାସିହେଲା ମିଛେ ଯାହା 

କୁସୁମ ଶେଯ ବିଡ଼ିଆ 

ବଢି ଗଲାଣିକି ତାର 

ପୀରତି ଦାଉ 

ଶ୍ୟାମ ନାମ ଶୁଣାନା ଗୋ ••••।

 

ଚନ୍ଦ୍ରା ବଳୀ ସଙ୍ଗତରେ 

ଭାବ ରଖି ଗୁପତରେ 

ଧିକ ସେ କପଟୀ ଯେବେ 

ଯାଉଛି ଯାଉ 

ଶ୍ୟାମ ନାମ ଶୁଣାନା ଗୋ ••••।

ରାଉରକେଲା

 

Related posts

ପ୍ରଧାନ ଶିକ୍ଷକ ମହମ୍ମଦ ଅବଦୁଲ ବାରୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

Sunil Chandra Nayak

ରାଜ୍ୟରେ ୨ଟି ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନିଷ୍ପତ୍ତିକୁ ହାଇକୋର୍ଟ ବାର୍ ଆସୋସିଏସନ୍ ର ବିରୋଧ

ଚିତ୍ତ ରଞ୍ଜନ ନନ୍ଦ ଙ୍କ କବିତା ବିବେକକୁ ପ୍ରକାଶ କର

Sunil Chandra Nayak

Leave a Comment

error: Content is protected !!