ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିବାଦ ଘେରରେ ଖଙ୍ଗାର ଗୁଡା -ଡ଼ଙ୍ଗାରିଗୁଡା ପ୍ରଧାନ ମନ୍ତ୍ରୀ ରାସ୍ତା ,ଅଧପାନ୍ତରିଆ କାମ ଶେଷ ହେବ କେବେ?

କଲମପୁର ୨୮/୭(ମସିହା) କଲମପୁର ବ୍ଲକ ଅନ୍ତର୍ଗତ ଖଙ୍ଗାରଗୁଡା କର୍ମେଲ ଡଙ୍ଗରିଗୁଡା ପ୍ରଧନମନ୍ତ୍ରୀ ରାସ୍ତା ନିର୍ମାଣରେ ଆଜକୁ ଦଶ ବର୍ଷ ହେବ ବିବାଦ ଲାଗିରହିଛି ।ଜମି ମହାଜନ ରାସ୍ତାନିର୍ମାଣ ନିମନ୍ତେ ଛାଡୁନଥିବା କାରଣ ରୁ ରାସ୍ତାନିର୍ମାଣ ସମ୍ପୂର୍ଣ୍ଣ ହୋଇପାରୁନଥିବା ଅଭିଯୋଗ ହେଉଛି ଯାହାରି ଫଳରେ ରାସ୍ତାକର୍ଯ୍ୟ ଅଟକିଯାଇଥିବା ରୁ ଜନସାଧାରଣ ଦୟନୀୟ ଅବସ୍ଥାରେ ଯାତାୟାତ କରୁଛନ୍ତି । ପ୍ରକାଶ ଯେ ବଡ଼ କ୍ରୁଟୁ ଠାରୁ ଡଙ୍ଗରିଗୁଡା ହାତୀ ନଦୀ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ନିମନ୍ତେ ଗ୍ରାମ୍ୟ ଉନ୍ନୟନ ବିଭାଗ ଉଦ୍ୟମକରି କାର୍ଯ୍ୟ ଆରମ୍ବ କରିଥିଲେ ସେଥିମଧ୍ୟରୁ ରୁ ପ୍ରାୟ ଦେଡ଼ କିଲୋମିଟର ରାସ୍ତା ନିର୍ମାଣ ହୋଇପାରିନାହିଁ ।ଖାଲ ଖମା ପଥରେ ଯାତାୟାତ କରି ଧନଜୀବନ ହେଉଥିବା ବେଳେ ବିଭାଗ ଅସହାୟ ଭାବେ ନିରବଦ୍ରଷ୍ଟା ସାଜିଛନ୍ତି ।କେଉଁ କାରଣରୁ ଜମି ଅଧିଗ୍ରହଣ କରାଯାଇ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରୁନାହିଁ ତାହା ବୁଝା ପଡୁନଥିବା ବେଳେ ଦୀର୍ଘ ଦିନ ହେବ ରାସ୍ତା ନିର୍ମାଣ ସମ୍ପୂର୍ଣ କରିବା ପାଇଁ ଜନସାଧାରଣ ଦାବୀ କରି ଆସୁଛନ୍ତି ।ଯଦିଓ ଏହି ରାସ୍ତା ଦୀର୍ଘ ୪୦ବର୍ଷରୁ ଅଧିକ ହେବ ଜନ ସାଧାରଣଙ୍କ ଯାତାୟାତ ର ମାଧ୍ୟମ ପାଳଟିଛି ତଥା ସରକାରଙ୍କ ରାଜକୋଷରୁ ଅର୍ଥ ବିନିଯୋଗ ହୋଇ ଆସୁଛି ତେବେ ସେହି ରାସ୍ତାକୁ ଅଧି ଗ୍ରହଣ କରାଯାଇ ପାରୁ ନାହିଁ ତାହା ହି ଏଠାରେ ବଡପ୍ରଶ୍ନ ।

ପରମାନନ୍ଦ ଠାକୁର  ମସିହା ପ୍ରତିନିଧି କଲମପୁର କଳାହାଣ୍ଡି

Related posts

ଭୋଟର ତାଲିକା ପଞ୍ଜିକରଣ ଓ ସଂଶୋଧନ ଅଭିଯାନ

Sunil Chandra Nayak

ଲାଞ୍ଜିଗଡ-: ରାବଣଦରୋ ସମିକ୍ଷା ବୈଠକରେ ଡିଏଫଓ ଓ ରେଞ୍ଜର ଯୋଗ ନ ଦେବା ନେଇ ବିଧାୟକଙ୍କ ଅସନ୍ତୋଷ

କଳାହାଣ୍ଡି ଦିବ୍ୟାଙ୍ଗ ମଞ୍ଚ ତରଫରୁ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!