ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରଥ ଯାତ୍ରା ପାଇଁ ଶାନ୍ତି କମିଟି ବୈଠକ

ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ପରିସରରେ ଚଳିତବର୍ଷ 2022 ପାଇଁ ରଥ ଯାତ୍ରା ଶାନ୍ତି ଶୃଂଖଳାର ସହ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।ଏଥିରେ ରଥ ଓ ବାହୁଡା଼ ଯାତ୍ରାର ସମୟ ନିର୍ଘଣ୍ଟ,ରାସ୍ତା,ଡ୍ରେନସଫା,ଆମ୍ବୁଲାନ୍ସ ,ବିଦ୍ୟୁତ,ପାନୀୟ ଜଳ ବ୍ୟବସ୍ଥା,ମହାପ୍ରଭୁଙ୍କ ଅଳଙ୍କାର ସୁରକ୍ଷା,ଟ୍ରାଫିକ ବ୍ୟବସ୍ଥା,ରଥ ସାଜସଜା ଆଦି ଉପରେ ସୁବିସ୍ତୃତ ଆଲୋଚନା ହୋଇଥିଲା ।ଏହି ବୈଠକରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ,ଖଡ଼ିଆଳ ଯୁବରାଜ ଦେବ ଦେବ ସିଂ ଦେଓ , ମେଜର ଡ. ରାମଚନ୍ଦ୍ର ମିଶ୍ର, ଖଡ଼ିଆଳ ଏନଏସି ଅଧକ୍ଷ ଉଜ୍ଜ୍ୱଳ ଗୁପ୍ତା, ଖଡ଼ିଆଳ ଏସଡିପିଓ ସନ୍ତକ ଜେନା, ଖଡ଼ିଆଳ ଆଇଆଇସି ଅନିରୁଦ୍ଧ ମୁଦୁଲି , ଖଡ଼ିଆଳ ଏନଏସି ଇଓ ଚିନ୍ମୟ ଆଚାର୍ଯ୍ୟ, ଖଡ଼ିଆଳ ଉପଖଣ୍ଡ ଇନଚାର୍ଜ ଦିନବନ୍ଧୁ ମହାନନ୍ଦ ଙ୍କ ସମେତ ଚାରୋଟି ମନ୍ଦିରର ଟ୍ରଷ୍ଟ ସଭ୍ୟ ମାନେ ଉପସ୍ଥିତ ଥିଲେ । ଆଜିର ବୈଠକରେ ସଞ୍ଜୟ ତିୱାରୀ, ଅର୍ଜୁନ ପଣ୍ଡା,ପ୍ରଦୀପ କୁମାର ମିଶ୍ର, ଖଡ଼ିଆଳ ବିଦ୍ୟୁତ ଜେଇ ଆଦିତ୍ୟ ପ୍ରସାଦ ବେହେରା, ବ୍ଲକ ରୁ ପାର୍ଥ ସାରଥୀ ମୁଣ୍ଡ ,ଆଶୁତୋଷ ଯୋଶୀ,ଉମାକାନ୍ତ ରାଉତ , ସାମ୍ବାଦିକ ପରମେଶ୍ୱର ବାରିକ, ସୁଜିତ କୁମାର ପ୍ରଧାନ, ହେମନ୍ତ କୁମାର ବେହେରା, ଯୁଗଳ ମହାନନ୍ଦ ଙ୍କ ସମେତ ବହୁ ସଂଖ୍ୟା ରେ ବୁଦ୍ଧିଜୀବୀ ସାମିଲ ହୋଇଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଭାରତ ଜୋଡୋ ଅଭିଯାନ କୋକସରା ଠାରେ କଂଗ୍ରେସ ଯୋନ ସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ

Sunil Chandra Nayak

ଖଣ୍ଡିଆ ଖାବରା ବୃଦ୍ଧାଂକୁ ସହାୟତା ହାତ ବଢ଼ାଇଲେ ବିଜେଡି ଜୋନାଲ ନେତା ସୌମିକ ଦାସକାନୁନଗୋ

Sunil Chandra Nayak

ଶ୍ରୀ ଶ୍ରୀ ଲକ୍ଷ୍ମୀମାଙ୍କ ୧୨୯ତମ ଜନ୍ମ ଦିବସ ପାଳନ କଲେ ଡାବୁଗାଁ ସତସଙ୍ଗୀ ଭାଇ ଓ ମାଆ ମାନେ

Sunil Chandra Nayak

Leave a Comment

error: Content is protected !!