ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ବ୍ଲକ ରେ ରଥଯାତ୍ରା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ

କୋକସରା,୨୮/୬-  (ମ ନି ସ  ) ଆସନ୍ତା ଜୁଲାଇ ୧ ତାରିଖ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ପର୍ବ ଅନୁଷ୍ଠିତ ହେବାକୁ ଥିବାବେଳେ, ରଥଯାତ୍ରା କୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ପାଇ ମଙ୍ଗଳବାର କୋକସରା ବ୍ଲକ ବିଡ଼ିଓ ମନୀଷା ଦାସ ଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ପରିଚାଳନା ପାଇଁ ସମନ୍ୱୟ ବୈଠକ କୋକସରା ବ୍ଲକ ସଭାଗୃହ ର ରେ ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରା ଶାନ୍ତି ଶୃଙ୍ଖଳାର ସହ କରିବା ପାଇଁ ପ୍ରତି ରଥଯାତ୍ରା କମିଟି ପକ୍ଷରୁ ସ୍ବେଛାସେବୀ ଯୁବକ ସମେତ ସ୍ୱୟଂ ସହାୟକ ଗୋଷ୍ଠି ର ମହିଳା ଙ୍କୁ ରଥଯାତ୍ରା ପରିଚାଳନା ପାଇଁ ଦାୟିତ୍ୱ ଦେବାକୁ ନିଷ୍ପତ୍ତି ନିଆଯାଇଛି। ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୋଲିସ ମୁତୟନ ରହିବେ। କୋକସରା ବ୍ଲକ ର ବିଭିନ୍ନ ରଥଯାତ୍ରା କମିଟି ର ସଦସ୍ୟ ମାନଙ୍କ ସହିତ ଏହି ବୈଠକରେ କୋକସରା ଅତିରିକ୍ତ ତହସିଲଦାର କମଳାସନ ରଥ, ଜିପିଓ ନାରାୟଣ ଭୋଇ, ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା, ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ଦେହୁରୀ, କୋକସରା ଥାନା ଅଧିକାରୀ ପ୍ରସନ୍ନ ବେହେରା, ଆମପାଣି ଥାନା ଅଧିକାରୀ ଚତୁର୍ଭୁଜ ନାଏକ, ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଚିଦାନନ୍ଦ ପଣ୍ଡା ସମେତ କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ, ତ୍ରିନାଥ ପ୍ରସନ୍ନ ରାୟ, ଜିତେନ୍ଦ୍ର ପଣ୍ଡା ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହିଥଲେ।

Related posts

ବ୍ଳକ ଅଧ୍ୟକ୍ଷା ମନୋରମା ମହାନ୍ତିଙ୍କ ଦାୟିତ୍ଵ ଗ୍ରହଣ

Sunil Chandra Nayak

ଗରିବ କଣ୍ଟା ପୁଟେଲକୁ ଭତ୍ତା ଓ ଏକ ଟ୍ରାଇସାଇକେଲ ଯୋଗାଇ ଦେବା ପାଇଁ ଦାବି

Sunil Chandra Nayak

ପୁଣି ଭାଙ୍ଗିଲା ଅପ୍ରୋଚ  ରୋଡ଼,, ଜୁନାଗଡ -ଧର୍ମଗଡ ଜାତୀୟ ରାଜପଥ ରେ ଯାତାୟତ ଠପ, ଅସ୍ଥାୟୀ ପୋଲ ଉପରେ ୨ରୁ ୩ଫୁଟ ପାଣି

Sunil Chandra Nayak

Leave a Comment

error: Content is protected !!