ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ନବ ଯୌବନ ଦର୍ଶନରେ ଚକା ନୟନ

ନବ ଯୌବନ ଦର୍ଶନରେ ଚକା ନୟନ

      (ରାଗ – କଲ୍ୟାଣ ଆହାରୀ)

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର

 

ମହାପ୍ରଭୁ ମୋର କେତେ ଯେ ସୁନ୍ଦର ନବ ଯଉବନ ବେଶରେ

ଖଡ଼ିଲାଗି ଆଉ କନକ ଲାଗିରେ ଉଜ୍ଜ୍ୱଳ ଦିଶନ୍ତି ହସରେ

ଶ୍ରୀଜୀଉ ମାନେ ଅନୁପମ ଦିଶନ୍ତି,

ଆଷାଢ଼ ମାସର ଅମାବାସ୍ୟା ଦିନ ନବ ଯଉବନ ହୁଅନ୍ତି…….(୧)

 

ସ୍ନାନ ଯାତ୍ରା ପରେ ଅଣସର ଘରେ ରହିଥିଲେ ପନ୍ଦର ଦିନ

ଭକତଙ୍କ ଦୁଃଖ ମଳିନ ଯେ ମୁଖ ପ୍ରଭୁଙ୍କୁ ନ ମିଳେ ଦର୍ଶନ

ଏ ବେଶ ଧରି ସେ ଭକ୍ତଙ୍କୁ ତୋଷନ୍ତି,

ଚକା ନୟନରେ ଚାହଁ ସେ ପ୍ରେମରେ ଅପାର କରୁଣା ଢାଳନ୍ତି…(୨)

 

କେତେ ମନୋହର ପ୍ରଭୁ ବିଶ୍ୱେଶ୍ୱର କେତେ କେତେ ତାଙ୍କ ମହିମା

କିଏ ବଖାଣିବ କିଏ ବା ଗାଇବ କାହିଁ କେତେ ତାହାର ସୀମା

ଶ୍ରୀଜୀଉ ମାନଂକ ଚରଣେ ପ୍ରଣାମ,

ଅସହାୟକୁ ସେ ସହାୟ ହୁଅନ୍ତୁ ତାଙ୍କ କୃପା ଅଟେ ମହିମ …(୩)

ଫୁଲବାଣୀ, କନ୍ଧମାଳ

Related posts

ସମାଜସେବୀ ଙ୍କ ଉଦ୍ୟମ ବଳରେ ମାନଝରି ଗାଁ ରେ ଲାଗିଲା ଟ୍ରାନ୍ସଫରମର   

Sunil Chandra Nayak

ଲଗାଣ ବର୍ଷାରେ ବହୁ ଘର ଓ ଦୋକାନରେ ପସିଲା ପାଣି

Sunil Chandra Nayak

ଉତ୍କେଲା ରେ ଭାରତବନ୍ଧ ପାଳନ

Leave a Comment

error: Content is protected !!