ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରାଥମିକ ଶିକ୍ଷା ହିଁ ସଫଳତାର ପ୍ରଥମ ମୂଳ ଭିତ୍ତିଭୂମି: ଅତନୁ ଭୌମିକ

ରାଉରକେଲା/ ପ୍ରାଥମିକ ଶିକ୍ଷା ହିଁ ସଫଳତା ର ପ୍ରଥମ ମୂଳ ଭିତ୍ତିଭୂମି। ଆଜିର ସଫଳତା ପଛରେ ବିଦ୍ୟାଳୟ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଅବଦାନ ଅନେକ। ଶୃଙ୍ଖଳା ହିଁ ସଫଳତାର ଚାବିକାଠି ବୋଲି ରାଉରକେଲା ଇସ୍ପାତ କରଖାନାର ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ ସେଣ୍ଟପଲ ସ୍କୁଲରେ ସମ୍ବର୍ଦ୍ଧିନାର ପ୍ରତ୍ୟୁତ୍ତରରେ କହିଥିଲେ। ଆଜି ହମିରପୁର ସ୍ଥିତ ସେଣ୍ଟପଲ ସ୍କୁଲରେ ୧୯୮୧ ମସିହା ପ୍ରାକ୍ତନ ଛାତ୍ର ତଥା ସଂପ୍ରତି ରାଉରକେଲା ଇସ୍ପାତ କାରଖାନା ର ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକଙ୍କୁ ଉଛ୍ବସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ବିଦ୍ୟାଳୟର ଅଧ୍ୟକ୍ଷ ଫାଦର ଏସ୍ ଯୋଶେଫ ଓ ପ୍ରାକ୍ତନ ଅଧ୍ୟକ୍ଷ ଫାଦର ଜୋଏ ମେନନଙ୍କ ଉପସ୍ଥିତିରେ ଶ୍ରୀ ଭୌମିକଙ୍କୁ ଉତ୍ତରୀୟ, ପୁଷ୍ପଗୁଛ,ମେମୋଣ୍ଟୋ ଓ ଗଛଚାରା ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଶ୍ରୀ ଭୌମିକ ଏହି ଅବସରରେ ଉପରୋକ୍ତ ବକ୍ତବ୍ଯ ସହ କହିଲେ ଯେ ମୁଁ ଏହି ବିଦ୍ୟାଳୟରେ ୧୯୭୧ ମସିହାରୁ ୧୯୮୧ ପର୍ଯ୍ୟନ୍ତ ପାଠ ପଢିଛି। ବିଦ୍ୟାଳୟ ମୋତେ ଇଂରାଜୀ ସହ ଶୃଙ୍ଖଳା, ସମୟାନୁବର୍ତ୍ତିତା ଓ ଆତ୍ମବିଶ୍ବାସ ଶିଖାଇଛି। ସବୁଠାରୁ ଶିକ୍ଷକ ମାନଙ୍କ ସ୍ବତନ୍ତ୍ର ପାଠପଢ଼ା ବେଶ ପ୍ରଭାବିତ କରିଛି। ଏହି ଅବସରରେ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ବାରା ବିଭିନ୍ନ ପ୍ରଶ୍ନର ଉତ୍ତର ସେ ରଖିଥିଲେ। ଏହାପରେ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ବାରା ମନୋରଞ୍ଜନ କାର୍ଯ୍ୟକ୍ରମ କରାଯାଇଥିଲା। ଛାତ୍ର ଏ ଟପ୍ପୋ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷୟିତ୍ରୀ ସୁପ୍ରିତା ଚୌଧୁରୀ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଶ୍ରୀ ଭୌମିକଙ୍କୁ ବ୍ୟାଣ୍ଡର ତାଳେତାଳେ ବିଦ୍ୟାଳୟର ସଭାଗୃହକୁ ପାଛୋଟି ନିଆଯାଇଥିଲା। ଏହି ଅବସରରେ ଶ୍ରୀମତୀ ସୀମା ଭୌମିକଙ୍କୁ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରାରମ୍ଭରେ ଅଞ୍ଜନା ମାମ୍ ଙ ନିର୍ଦ୍ଦେଶନା ରେ ଛାତ୍ର ଛାତ୍ରୀ ମାନେ ଅତିଥିଙ୍କ ଉଦ୍ଦେଶ୍ୟରେ ସ୍ବାଗତ ସଂଗୀତ ଗାନ କରିଥିଲେ। ଅଧ୍ୟକ୍ଷ ଫାଦର ଯୋଶେଫ ଶ୍ରୀ ଭୌମିକଙ୍କୁ ବିଦ୍ୟାଳୟର ଗର୍ବ ଓ ଗୌରବ ବୋଲି ଅଭିହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ଉପାଧ୍ୟକ୍ଷା ସିଷ୍ଟର ମାରିଆ ଯୋଶେଫିନଙ୍କ ସମେତ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ

Related posts

ଜଙ୍ଗଲ ସୁରକ୍ଷା ଓ ନିଆ ଦାଉ ରୁ ରକ୍ଷା କରିବା ନେଇ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

କବିତା – ଧନ୍ୟ ରେ ମାନବ ଜାତି

Sunil Chandra Nayak

ଲଡୁଗାଁ ଠାରେ ଡେଙ୍ଗୁ ନିରାକରଣ ଉପରେ ସଚେତନତା କର୍ମଶାଳା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!