ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା ଇନ୍ଦ୍ରଧନୁ

     ଇନ୍ଦ୍ରଧନୁ

       ବଙ୍ଗଳା ଶ୍ରୀ

 

ପୂର୍ବାହ୍ନ କିଅବା

ଅପରାହ୍ନ କାଳେ

ମନୋହର ଇନ୍ଦ୍ରଧନୁ

ଝିପି ଝିପି ମେଘ

ଅଙ୍ଗେ ଶୋଭାପାଏ

ଭୂଲି ନୁହେଁ ଜମା ମନୁ |1|

 

ପ୍ରକୃତି ସୁନ୍ଦରୀ

ନବ ନୀରଦରେ

ବେଳେ ବେଳେ ଶୋଭାରାଶି

ସୁନ୍ଦର ଭାବରେ

ବୁଣିଦେଇ ଯାଏ

ବର୍ଷାବେଳେ ପରକାଶୀ |2|

 

ନୟନ ପଲକେ

ଅପୂର୍ବ ସୁନ୍ଦର

ଇନ୍ଦ୍ରଧନୁ ସପ୍ତରଙ୍ଗେ

ବାରିଦେ ବାରିଦେ

ଝଲସି ଉଠଇ

ସୂର୍ଯ୍ୟାଲୋକେ ସଙ୍ଗେ ସଙ୍ଗେ |3|

 

ବାଘ ନିଶ ହଲା

ନାରେ ଝଟକଇ

ସୂର୍ଯ୍ୟାଲୋକେ ପାଶେ ମହୀ

ସାରା ଜଗତର

ଶୋଭାର ସାଗର

ଖଞ୍ଜିଛନ୍ତି ବିହି ରହି |4|

 

ମନ ଆକାଶରେ

ଶତ ଇନ୍ଦ୍ରଧନୁ

ନିତି ନିତି ଉଙ୍କିମାରେ

କଳ୍ପନା ବିଳାସେ

ଉଠଇ ଚହଟି

ଅମାକିବା ପୁର୍ଣିମାରେ |5|

 

ବାଇଗଣି ଘନ

ନୀଳ ସବୁଜିମା

ହରିତାଦି ନାଲେ ଶୋହେ

ପ୍ରକୃତି ରାଣୀର

ସୌନ୍ଦର୍ଯ୍ୟ ଭଣ୍ଡାର

ସମସ୍ତଙ୍କ ମନମୋହେ,|6|

 

କେତେଯେ ସୁନ୍ଦର

ରମ୍ୟଇନ୍ଦ୍ରଧନୁ

କେତେବଡ ତାର କାୟା

ଭୂମିରୁ ଲମ୍ବିଛି

ଭୂମାଯାଏ ଦୃଶ୍ୟ

କି ରୁଚିର ତାର ଛାୟା |7|

 

ପ୍ରକୃତିର ଏହା

ଅସୀମ ଅନନ୍ତ

ସୌନ୍ଦର୍ଯ୍ୟର ଗନ୍ତାଘର

ଜଗତର ହିତେ

ଗଢୁ ଛନ୍ତି ବିହି

କିସ ଇଛା ଅଛି ତାର |8|

 

 ଜଳେ ସ୍ଥଳେକିବା

ଆକାଶ ମାର୍ଗରେ

ରିମି ରିମି ବରଷାରେ

ଇନ୍ଦ୍ରଧନୁ ଦୃଶ୍ୟ

ଦେଖାଯାଏ ମର୍ତ୍ତ୍ୟେ

କହିନୁହେଁ ଯାଭାଷାରେ |8|

 

ବିଧାତାହେ ତୁମ

କରୁଣା ଅପାର

ବିଚିତ୍ର ତୁମର ଲୀଳା

ମନୁଷ୍ୟ ଜାଣିବା

ନୁହଇ ସହଜ

ସ୍ବପ୍ନ କିବା ପରମିଳା |10

 

ବିଧାତାହେ ତୁମ

ଅସୀମ ଭିଆଣ

ବଖାଣିବା ଅସମ୍ଭବ

ଅସମ୍ଭବ ଯାହା

କରୁଛ ସମ୍ଭବ

ଆମେ କରୁ ଅନୁଭବ |11|

 

ଇନ୍ଦ୍ରଧନୁ ଦେଖି

ମାନବେ ଉଚ୍ଚାଟ

ନୃତ୍ୟଗୀତେ ମଗ୍ନ ମନ

ସଂସାରର ରତ୍ନ

ଲଭିଲା ପରାୟେ

ଭାବନ୍ତି ସକଳ ଜନ |12|

ଶ୍ରୀ ବିଦ୍ୟାଧର ମହାନ୍ତ

ତମ୍ବାହରା , ହରିଚନ୍ଦନ ପୁର, କେନ୍ଦୁଝର

 

 

Related posts

ବିଷ ପାନ କରି ଜୀବନ ହାରିଲେ ଯୁବକ, କାରଣ ଅସ୍ପଷ୍ଟ, ପୋଲିସର ତଦନ୍ତ ଜାରି

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ନୂଆଖାଇ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ବର୍ଷା

Sunil Chandra Nayak

Leave a Comment

error: Content is protected !!