ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅମୃତ ସରୋବର ପାଇଁ ଭୂମି ପୂଜନ

ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ସନମହେଶ୍ଵର ଗ୍ରାମ ପଞ୍ଚାୟତ ଠାରେ କେନ୍ଦ୍ର ସରକାରଙ୍କ ବହୁମୁଖୀ ଯୋଜନା ଅମୃତ ସରୋବର ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ଖଡ଼ିଆଳ ବିଡିଓ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସାଇନ ବୋର୍ଡ ଅନାବରଣ କରି ଭୂମି ପୂଜନ କରିଛନ୍ତି। ପୋଖରୀ ଖନନ ଏବଂ ପଂଚାୟତର ସ୍ଥାବର ସମ୍ପତି ବୃଦ୍ଧି କରିବାକୁ ସେ ଆହ୍ବାନ କରିଛନ୍ତି।ଏହା ଚଳିତ ଆର୍ଥିକ ବର୍ଷ ୨୦୨୨-୨୩ ମସିହାରେ କାର୍ଯ୍ୟ ଆରମ୍ଭ ହେବାକୁ ଥିବା ବେଳେ ଦେଢ଼ ଏକର ଜମି ପରିସୀମାରେ ଖନନ ହେବ। ଏଥିପାଇଁ ୩୨ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରହିଥିବା ଜଣାପଡିଅଛି।।ଆଜି ଖଡ଼ିଆଳ ବିଡ଼ିଓଙ୍କ ସହ ସରପଞ୍ଚ ଆହ୍ଲାଦିନୀ ବେହେରା, ପୂର୍ବତନ ସରପଞ୍ଚ ଅମ୍ବିକା ତ୍ରିବେଦୀ, କନିଷ୍ଠ ଯନ୍ତ୍ରୀ ଉଦଣ୍ଡ ରାୟ, ବି ଏଫ ଟି ସତ୍ୟବାନ ସିଂ,ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ କୁନ୍ତୀ ସତନାମୀ, ଗ୍ରାମ ରୋଜଗାର ସେବକ ଦୟାନନ୍ଦ ମହାନନ୍ଦଙ୍କ ସମେତ ୱାର୍ଡ ସଭ୍ୟ ସଭ୍ୟା, ସଚେତନ ନାଗରିକ ଏବଂ ବୁଦ୍ଧିଜୀବୀ ଯୋଗ ଦେଇଥିଲେ। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଆରପାରି ରେ ପୂର୍ବତନ ସାଂସଦ ସୁବାସ ନାୟକ, ପୁରୀ ସ୍ୱର୍ଗଦ୍ୱାର ରେ ଶେଷକୃତ୍ୟ ସଂପନ୍ନ

Sunil Chandra Nayak

ନଗେନ୍ଦ୍ର କୁମାର ରାଉତ ଙ୍କ କବିତା ଲୀଳାମୟୀ ମା ମହାମାୟୀ

Sunil Chandra Nayak

ମଦନ ମୋହନ ବହୁମୂଖି ସମବାୟ ସମିତି ନିର୍ବାଚିତ ପ୍ରତିନିଧି ଙ୍କୁ ସମ୍ବର୍ଦ୍ଧନା 

Sunil Chandra Nayak

Leave a Comment

error: Content is protected !!