ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗିଦିଘାଟୀ ଏବଂ ହେଁସଡା ଠାରେ ସାନ୍ତଳୀ ହୁଲ ମାହା (କ୍ରାନ୍ତି ଦିବସ) ପାଳିତ

ମୟୂରଭଞ୍ଜ:- ୩୦/୦୬/୨୨;(ମସିହା) ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଗିଦିଘାଟୀ ଗ୍ରାମପଞ୍ଚାତ ଗିଦିଘାଟୀ ଗ୍ରାମ ଏବଂ ହେଁସଡା ଗ୍ରାମ ଠାରେ ସାନ୍ତାଳୀ ହୁଲ୍ ଦିବସ (କ୍ରାନ୍ତି ଦିବସ) ପାଳିତ ହୋଇ ଯାଇଛି। ହେଁସଡା ଠାରେ ପେସା ଗ୍ରାମସଭା ସମିତି ପକ୍ଷରୁ ସିଦୋ-କାହ୍ନୁ’ଙ୍କ ସ୍ମୃତୀରେ ୧୬୭’ ତମ ହୁଲ ଦିବସ ପାଳିତ ହୋଇ ଯାଇଥିବା ବେଳେ ଗିଦିଘାଟୀ ରାଜୀବଗାନ୍ଧୀ ସେବା କେନ୍ଦ୍ର ପରିସରରେ ପଳସା ପିଳ୍ ମାଝୀ ପାରଗାନା ଯୁମିଦ୍, ବହଳଦା ବ୍ଲକ ପେସା ଗ୍ରାମସଭା ସମିତି, ବାବା ତିଲକା ମାଝୀ ପାଠାଗାର ପାଟ୍ରା ମହୁଲପାଣି ଏବଂ ଗୁରୁ ଗୋମକେ ମେମୋରିଆଲ ଟ୍ରଷ୍ଟ ରାଇରଙ୍ଗପୁର ପକ୍ଷରୁ ସିଦୋ-କାହ୍ନୁ ହୁଲ ମାହା (କ୍ରାନ୍ତି ଦିବସ) ପାଳିତ ହେବା ସହିତ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ରାଇରଙ୍ଗପୁର ବିଧାୟକ ଲକ୍ଷ୍ମଣ ହେମ୍ବ୍ରମ ପହଞ୍ଚି ଥିବାବେଳେ ସମ୍ମାନୀୟ ଅତିଥି ଭାବେ ସରପଞ୍ଚ ସାଲ୍ହାଇ ବେଶ୍ରା, ବରିଷ୍ଠ ସାମ୍ବାଦିକ ତଥା ବାବା ତିଲକା ପାଠାଗାର ପ୍ରତିଷ୍ଠାତା ସମ୍ପାଦକ ରାମଦାସ ମୁର୍ମୁ, ପଳସା ପିଳ୍ ପାରଗାନା ଭାଗିରଥି ହାଁସଦାଃ, ତାରଣା ମାଝୀବାବା ରାମଚନ୍ଦ୍ର ହେମ୍ବ୍ରମ, ଗିଦିଘାଟୀ ମାଝୀବାବା ଭଜରାୟ ହାଁସଦାଃ, ଚାଡ୍ରୀ ମାଝୀବାବା ଶ୍ୟାମସୁନ୍ଦର ହାଁସଦାଃ, ଗିଦିଘାଟୀ ନାଏକେ ବାବା ଜୀତମୋହନ ମାର୍ଣ୍ଡି ପ୍ରମୁଖ ଉପସ୍ଥିତ ରହିଥିଲେ।

   ହେଁସଡା ଠାରେ ପେସା ଗ୍ରାମସଭା ସମିତି ପକ୍ଷରୁ କ୍ରାନ୍ତିକାରୀ ବୀର ସିଦୋ-କାହ୍ନୁ’ଙ୍କ ଫୋଟ ଚିତ୍ରରେ ଆଦିବାସୀ ପରମ୍ପରା ଅନୁସାରେ ଗ୍ରାମବାସୀ’ଙ୍କ ଉପସ୍ଥିତିରେ ପୂଜକ ସାଲଖାନ ଟୁଡୁ’ଙ୍କ ଦ୍ବାରା ପୂଜାପାଠ କରାଯାଇଥିଲା। ଗିଦିଘାଟୀ ଠାରେ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇ ଯାଇଥିବା କାର୍ଯ୍ୟକ୍ରମରେ କ୍ରାନ୍ତିକାରୀ ସହିଦ୍ ସିଦୋ-କାହ୍ନୁ’ଙ୍କ ଫୋଟଚିତ୍ର ସମେତ ଅନ୍ୟାନ୍ୟ ଆଦିବାସୀ ପୂର୍ବ ପୁରୁଷ’ଙ୍କ ଫୋଟ ଚିତ୍ରରେ ପୂଜାପାଠ ସହ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା। ପରେ ଅନୁଷ୍ଠିତ ସାଧାରଣ ସଭାରେ ବିଭିନ୍ନ ଗ୍ରାମରୁ ଉପସ୍ଥିତ ସର୍ବ ସାଧାରଣଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ଅତିଥି ମାନେ କ୍ରାନ୍ତିକାରୀ ସିଦୋ-କାହ୍ନୁ’ଙ୍କ ଅବଦାନ ବିଷୟରେ ବକ୍ତବ୍ୟ ରଖିବା ସହ ପୂର୍ବ ପୁରୁଷ’ଙ୍କ ସ୍ମୃତୀ ଚାରଣ କରିଥିଲେ। ଏବଂ ଆଦିବାସୀ’ଙ୍କ କ୍ଷେତ୍ରରେ ଉପୁଜୁ ଥିବା ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରାଯିବା ସହ ଆଦିବାସୀ ସମାଜ’କୁ ସଂଗଠିତ ହୋଇ ବିଭିନ୍ନ ସାମାଜିକ ସମସ୍ୟା ବିରୁଦ୍ଧରେ ସାମୁହିକ ଭାବେ ଲଢିବାକୁ ଆହ୍ବାନ ଦେଇଥିଲେ। ବହଳଦା ବ୍ଲକ ପେସା ଗ୍ରାମସଭା ସଂଯୋଜକ ତଥା ସାମ୍ବାଦିକ ବସନ୍ତ ସାଣ୍ଡିଲ ଏବଂ ପେସା ଗ୍ରାମସଭା ସଂଯୋଜକ ପିତାମ୍ବର ମୁର୍ମୁ’ଙ୍କ ସଂଯୋଜନା ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାଓନା ହେମ୍ବ୍ରମ, ଲାଲୁ କିସ୍କୁ, ସୁନାରାମ ବେଶ୍ରା, ଅର୍ଜୁନ ମହାଲି, ତନୁ ପାତ୍ର, ବାଗାତ ଟୁଡୁ ଏବଂ ଜାକ୍ତୁ ଟୁଡୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ପାରମ୍ପାରିକ ବେଶଭୁଷାରେ ସମସ୍ତେ ଉପସ୍ଥିତ ରହିଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳଙ୍କ ରିପୋର୍ଟ

Related posts

ଗଞ୍ଜେଇ ସହ ଅଟୋ ଜବତ, ଅଟୋ ଚାଳକ ଫେରାର  

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

ପବ୍ଲିକ୍ ସ୍କୁଲ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ରାଗିଂ ପିଟିବା ସହ ଅଶ୍ଳୀଳ ଭିଡିଓ ଦେଖାଉଥିଲେ ସହପାଠୀ

Sunil Chandra Nayak

Leave a Comment

error: Content is protected !!