ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବି ରାମଚନ୍ଦ୍ର ମହାନ୍ତି ଙ୍କ କବିତା ପବିତ୍ର ରଥଯାତ୍ରା

ପବିତ୍ର ରଥଯାତ୍ରା

ହୋଇଅଛି ସଜ ରଥ ପଥ ଆଜ

ଜାଗାକୁ ନେବେ ବୁଲାଇ

ଗଜପତି ରାଜ ଝାଡୁ ଧରି ସଜ

ଛେରା ପହଁରା ର ପାଇଁ।।

 

ଭକତ ଙ୍କ ସୁଅ ବଡ଼ଦାଣ୍ଡ ମୁହଁ

ଦେଖିବେ କଳା ଗୋସାଇଁ

ଆତ୍ମା ପରମାତ୍ମା ଭେଟ ହେବା ସହ

ପାତକ ଯିବ ଦୂରେଇ।।

 

ସୁଭିଲାଣି ଘଣ୍ଟ କାହାଳୀ ନିର୍ଘଣ୍ଟ

ପଣ୍ଡା ମାନଙ୍କର ରଡ଼ି

ଭାଇ ଭଗ୍ନୀ ସହ ପହଣ୍ଡି ସମୟ

ଯିବେ ଶ୍ରୀ ମନ୍ଦିର ଛାଡ଼ି।।

 

ମାଉସୀ ମନ୍ଦିର ଦିଶଇ ସୁନ୍ଦର

ନେବକି ସତେ କୋଳେଇ

ଜଗତ ଜନକୁ ଦର୍ଶନ ଦେବାକୁ

ପ୍ରସ୍ତୁତ କଲା ଗୋସାଇଁ।।

 

ବଡ଼ ଦାଣ୍ଡ ଧୂଳି ଆନନ୍ଦେ ଉଛୁଳି

ପବିତ୍ର ହୋଇବ ଧନ୍ୟ

ନାହିଁ ଧର୍ମ ଭେଦ ମନରେ ବିଷାଦ

ରୁଣ୍ଢ ଲକ୍ଷ ଲକ୍ଷ ଜନ ।।

କବି ରାମଚନ୍ଦ୍ର ମହାନ୍ତି

Related posts

ଅପର୍ତ୍ତି ସେଠୀ ଙ୍କ କବିତା ଶୀତ ଆସେ ନ‌ଇଁ ନ‌ଇଁ ଲୋ

Sunil Chandra Nayak

ଶ୍ରୀମଦ୍ ଭଗବତ୍ ଗୀତାର ଚତୁର୍ଦ୍ଦଶ ଅଧ୍ଯାୟର ସାରକଥା-୧୪

କୋକସରାରୁ ଗଡ଼ିଲା “ପଢ଼ନା ଲିଖନା” ସଚେତନ ରଥ

Sunil Chandra Nayak

Leave a Comment

error: Content is protected !!