ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଣୁଧର ସୂତାର  ଙ୍କ କବିତା ଭବମୟ ତୁମେ ଜଗନ୍ନାଥ

ଭବମୟ ତୁମେ ଜଗନ୍ନାଥ

      ବେଣୁଧର ସୂତାର 

 

ତୁମେ ଲୀଳାମୟ ଭାବର ଠାକୁର    

 ଭକ୍ତିର ଅମୃତ ଯୋଗ

ହୃଦୟେ ଜଗାଅ କୋଟି ପୁଲକର

ଭକ୍ତିମୟ ଅନୁରାଗ 

ତୁମେ, ଚିନ୍ମୟ ପରମାନ୍ଦ

ତୁମେ ନିଖିଳର ଭାବ ଅନ୍ତଃସ୍ୱର

ଭକ୍ତିର ଅମିୟ ଛନ୍ଦ ……………

 

ଅନନ୍ତ ବିଶ୍ୱର ତୁମେ ରୂପକାର

ତୁମେ ପ୍ରଭୁ ଭକ୍ତ ପ୍ରାଣ

ଘେନ ନିରାଜନା ଭକତି ଅର୍ଚ୍ଚନା

ଭାବମୟ ସମର୍ପଣ

ପ୍ରଭୁ ନିରାକାର ଆଦିକନ୍ଦ

ତୁମରି ରୂପର ମୋହନ ଛନ୍ଦରେ

ଝରୁଥାଇ ମକରନ୍ଦ

ଭକ୍ତିର ଅମିୟ ଛନ୍ଦ ……………

 

କନ୍ଦର ନିବାସୀ ପ୍ରଭୁ ବ୍ରହ୍ମରାଶି

ବ୍ରହ୍ମମୟ ସନାତନ

ଭାବ ମାଧୂର୍ଯ୍ୟର ଚାରୁ ରୂପକଳ୍ପ

ତୁମେ ସତ୍ୟ ଚିରନ୍ତନ

ବିମୋହନ ରୂପଛନ୍ଦ

ଭାବ ଭକତିର ମୋକ୍ଷ ଓ ମୁକ୍ତିର

ଭାବାତୀତ ଅନୁବନ୍ଧ            

ଭକ୍ତିର ଅମିୟ ଛନ୍ଦ ।।

 

ସବୁ ବନ୍ଧନର ଉର୍ଦ୍ଧ୍ୱରେ ତୁମେତ

କୋଟି ଜଗତର ନାଥ

ଜୀବନ ପଥର ତୁମେହିଁ ପାଥେୟ

ଭାବମୟ ଜଗନ୍ନାଥ 

ଶ୍ରୀ ଗୀତ ଗୋବିନ୍ଦ ଛନ୍ଦ

ମୁଗ୍ଧ ଆବେଗରେ ଗାଏମୁଁ ଅଧୀରେ

ନାଚଇ ହୃଦୟ କନ୍ଦ          

ଭକ୍ତିର ଅମିୟ ଛନ୍ଦ ।।

କେଶଦୁରାପାଳ କେନ୍ଦୁଝର

 

Related posts

ଭାରତୀୟ ଜନତା ଯୁବମୋର୍ଚା ତରଫରୁ କ୍ରାନ୍ତି ଦିବସ ଉପଲକ୍ଷେ ତ୍ରିରଙ୍ଗା ରାଲି

Sunil Chandra Nayak

ବୁଢ଼ାରଜା ମଞ୍ଚରେ ମନ ମୋହିଲା ସାଂସ୍କୃତିକ କାର୍ଯ୍ୟକ୍ରମ

Sunil Chandra Nayak

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା ଜଗନ୍ନାଥଙ୍କୁ ମୋର ଖୋଲା ଚିଠି 

Sunil Chandra Nayak

Leave a Comment

error: Content is protected !!