ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ରଥଯାତ୍ରା

ରଥଯାତ୍ରା

 

ମାନଗୋବିନ୍ଦ ସ୍ବାଇଁ

ବରଷକେ ଥରେ ପୁରୀ ରଥଯାତ୍ରା

     ଭକ୍ତ ପ୍ରଭୁଙ୍କ ମିଳନ

ହାତ ମେଲି କରି ଡାକେ ପ୍ରଭୁ ଭକ୍ତ

       ଭୁଲିବା ଦୁଃଖ ଜୀବନ।

ଛୁଇଁ ଦେଲେ ରଥ ଚାଲିଯିବ ପାପ

        ଭକ୍ତ ବତ୍ସଳ ହରି

ଗୁହାରୀ କରିଲେ ସବୁ ସେହି ବୁଝେ

       କେବେ ଯିବା ନାହିଁ ହାରି।

ତା ରଥ ଦଉଡ଼ି ଭକ୍ତ ଆଣେ ଭିଡ଼ି

     ଭକ୍ତିରେ ନେଉଛି ଟାଣି

ଘର ଘର ଶବ୍ଦ ଘୁଞ୍ଚାଇ ବିପଦ

    ଭକ୍ତିରେ ଫଳକୁ ପୁଣି।

ରଥର ପାଦୁକା ତୁଣ୍ଡେ ପାଇ ଦେଲେ

     ଦେହ ଆସେ ଶକ୍ତି ବଳ

ଡାହୁକ ଡାକର ଶବ୍ଦ ଶୁଣି ଦେଲେ

         ମନ ହୁଏ ନିରିମଳ।

ହରି ବୋଲ ଧ୍ବନି ଯେତେ ଦୂର ଯିବ

       ପ୍ରଭୁ ନାମ ଥିବ ଡାକ

ଅନ୍ଧାର ଦୂରେଇ ଆଲୋକ ପ୍ରବେଶ

       ଭକ୍ତ ପ୍ରଭୁ ଆଜ୍ଞା ଲୋକ।

ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା

Related posts

ଲଙ୍ଗଳେଶ୍ଵର ମିଡିଆ ହାଉସ୍ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

Sunil Chandra Nayak

ଅସହାୟ ଗରିବ ବିଧବା ବୃଦ୍ଧା ପୌଙ୍ଗାଲୁ ବିଛଣାରେ

Sunil Chandra Nayak

ନର୍ଲା: ଉତ୍ତର ବନଖଣ୍ଡରେ ହାତୀ ଉପଦ୍ରବ,ଧାନ ଫସଲ ନଷ୍ଟ

Sunil Chandra Nayak

Leave a Comment

error: Content is protected !!