ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖସିଗୁଡ଼ାରେ ଗଢିଲା ତିନି ଠାକୁରଙ୍କ ୩ ରଥ

ଚିଲିଗୁଡା ( ମ ନି ସ )  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଖସିଗୁଡା ଗ୍ରାମରେ ୩ ଠାକୁରଙ୍କ ପାଇଁ ୩ ଗୋଟି ରଥ ଟଣା ଯାଇ ଥିବା ଦେଖିବାକୁ ମିଳିଥିଲା ।ଗତ ୨ ବର୍ଷ ହେଲା ମହାମାରୀ କରୋନା କଟକଣା ଯୋଗୁଁ ଯାତ୍ରା ସମ୍ପୂର୍ଣ ବନ୍ଧ ହୋଇଥିଲା ।କେବଳ ମହାପ୍ରଭୁଙ୍କ ପୂଜାବିଧି ଚାଲୁ ରହିଥିଲା ।ରଥ ଟଣା ବନ୍ଧ ରହିଥିଲା ।କିନ୍ତୁ ଚଳିତ ବର୍ଷ ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କ ମନରେ ଉତ୍ସ।ହ ଓ ଆଗ୍ରହ ଦେଖିବାକୁ ମିଳିଥିଲା ।ଚଳିତ ବର୍ଷ ଖସିଗୁଡ଼ାରେ ବହୁ ଆଡମ୍ବର ସହିତ ରଥଯାତ୍ରା ପାଳନ କରାଯାଇଛି ।୩ ଠାକୁରଙ୍କ ତିନିଟି ରଥକୁ ସୁନ୍ଦର ଭାବରେ ସଜାଯାଇ ଥିଲା । ଗ୍ରାମର ଆଦିତ୍ୟ ପ୍ରସାଦ ରାୟ ଗୁରୁ ଛେରା ପହଁରା କରିଥିବା ବେଳେ ପୂଜକ ଗୋଲେକ ଚନ୍ଦ୍ର ଯୋଶୀ ପୂଜାବିଧି ସମ୍ପନ୍ନ କରିଥିଲେ ।ଏଥିରେ ଆୟୋଜକ କମିଟିର ସଭାପତି ଅଂଶୁମାନ ଯୋଶୀ ,ବଡ଼ କାଣ୍ଡ ,ମଙ୍ଗଳ କାଣ୍ଡ ,ଦିବ୍ୟ ନ।ଏକ ,ତ୍ରିଲୋଚନ କରୁଆ ,ଗୁରୁ ନ।ଏକ ,ନବୀନ ନ।ଏକ ,ପ୍ରେମ ପାତ୍ର ,ସଞ୍ଜିତ ପାତ୍ର ,ସମ୍ଭୁ ପାତ୍ର ,ଲୋଚନ କାଣ୍ଡ ,ସୁବଳ ଠାକୁର ,କାଶୀ ନ।ଏକ ପ୍ରମୁଖ ଦାୟିତ୍ୱ ଗ୍ରହଣ କରିଥିଲେ । ସୁଭଦ୍ରା ରଥକୁ ମହିଳାମାନେ ଟାଣି ଥିଲେ ।ଏଥିରେ ହେମନ୍ତ କୁମାର ଯୋଶୀ ,ବିଶ୍ୱ ରଞ୍ଜନ ଯୋଶୀ ,ଅଭିଳାଷ ପାତ୍ର ଏବଂ ଗୌର ଚନ୍ଦ୍ର ଯୋଶୀ ପ୍ରମୁଖ ସହଯୋଗ କରିଥିଲେ ।ଚଳିତ ବର୍ଷ ରଥଯାତ୍ରା ରେ ବହୁ ଜନସମାଗମ ଦେଖିବାକୁ ମିଳିଥିଲା ।ସେହିପରି ଅଞ୍ଚଳର ଦାସିଗାଁ ,ହାବସପୁର ,ଚିକିଲି ,ରାଜପୁର ଭଳି ଅନେକ ସ୍ଥାନରେ ରଥଯାତ୍ରା ଶାନ୍ତି ଶୃଙ୍ଖଳା ର ସହିତ ସମ୍ପନ୍ନ ହୋଇଥିଲା ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ବେଣୁଧର ସୂତାର ଙ୍କ କବିତା ସୁଧାମୟୀ ସନ୍ଧ୍ୟା

Sunil Chandra Nayak

ଗଅଁଲିଆ କବି ସୁଧୀର୍‌ ପଂଡା ଙ୍କ କବିତା ଶାଶ୍‌ଖିଆ ପିଲା

Sunil Chandra Nayak

ବିଦାୟ ସମ୍ବର୍ଦ୍ଧନା ଜଣାଇଲା ନିଳମଣି ମହାବିଦ୍ୟାଳୟ 

Sunil Chandra Nayak

Leave a Comment

error: Content is protected !!