ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚିଲିଗୁଡା ଡଙ୍ଗା ଘାଟ ରାସ୍ତା ଏବେ ଶୋଚନୀୟ , ବର୍ଷା ଦିନେ ଯାତାୟତ ଠପ

 ଚିଲିଗୁଡା ( ମ ନି ସ ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକର ଚିଲିଗୁଡା ଗ୍ରାମ ନିକଟରେ ଥିବା ହାତୀ ନଦୀ କୁ ଯିବା ପାଇଁ ହେଲେ ଭଲ ରାସ୍ତା ଖଣ୍ଡିଏ ନାହିଁ ।କହିବାକୁ ଗଲେ ଆଗରୁ ଚିଲିଗୁଡା ହାତୀ ନଦୀ ଠାରେ ଲୋକଙ୍କ ସୁବିଧା ପାଇ ଏକ ଦେଶୀ ଡଙ୍ଗା ବ୍ୟବହାର କରଯାଉଥିଲା ଲୋକଙ୍କ ଯିବା ଆସିବା ପାଇଁ ।ଯାହାକି ଡଙ୍ଗା ପାରି ହୋଇ ହାବସପୁର ,ଖୁର୍ଷେଲ ଗୁଡା ,ବେଳଗୁଡା ,ଚାରବାହାଲ ଏବଂ ସପ୍ତ।ହିକ ବଜାର କୁ ଯିବାକୁ ପଡୁଥିଲା ।ସେତେବେଳେ ଲୋକେ ଏହି ଚିଲିଗୁଡା ଡ଼ଙ୍ଗ।ଘାଟ ରାସ୍ତା ଦେଇ ଯିବାକୁ ପଡୁଥିଲା । ବର୍ତ୍ତମାନ ଦୁଇ ରୁ ୩ ବର୍ଷ ହେବ ଲୋକେ ଆଉ ଏହି ରାସ୍ତା ଦେଇ ଯିବା ଆସିବା କରୁନାହାନ୍ତି ।ନିକଟସ୍ଥ କରଚଲା ହାତୀ ନଦୀ ଠାରେ ବ୍ରିଜ ନିର୍ମାଣ ହୋଇ ଥିବାରୁ ସେହି ସ୍ଥାନରେ ଯିବା ଆସିବା କରୁଛନ୍ତି ।ବର୍ତ୍ତମାନ ହାତୀ ନଦୀରେ ଦେଶୀ ଡଙ୍ଗା ମଧ୍ୟ ୩ ବର୍ଷ ହେଲା ସମ୍ପୂର୍ଣ୍ଣ ବନ୍ଦ ରହିଛି । କିନ୍ତୁ ଚିଲିଗୁଡା ଗ୍ରାମବାସୀଙ୍କ ମୁଖ୍ୟ ରାସ୍ତା ହେଉଛି ଏହି ଡଙ୍ଗା ଘାଟ ରାସ୍ତା ।ଏହି ରାସ୍ତାକୁ ଛାଡି ଦେଇ ଅନ୍ୟ ରାସ୍ତା ଆଉ ନାହିଁ ହାତୀ ନଦୀକୁ ଆସିବା ପାଇଁ ।ଚିଲିଗୁଡା ଗ୍ରାମର ଅଧିକାଂଶ ଲୋକେ ଏହି ହାତୀ ନଦୀ ଉପରେ ନିର୍ଭର କରିଥାନ୍ତି ।ଖରା ହେଉ କିମ୍ବା ବର୍ଷା କି ଶୀତ ଏହି ନଦୀରେ ଲୋକେ ଗାଧୋଇଥାନ୍ତି ।ଏପରିକି ଶବ ଦାହ କରିବା ପାଇଁ ମଧ୍ୟ ହାତୀ ନଦୀକୁ ଆସିବାକୁ ପଡିଥାଏ ।ଗାଁ ସ୍ମସ।ନ ଘାଟ ହେଉଛି ହାତୀ ନଦୀ । ଏଣୁ ଏହି ରାସ୍ତା ହେଉଛି ମୁଖ୍ୟ ରାସ୍ତା ଗ୍ରାମ ବାସୀଙ୍କ ପାଇଁ । ବର୍ଷା ଦିନେ ଏହି ରାସ୍ତା ଦେଇ ଚାଲି ଯିବା ମଧ୍ୟ ଘୋର ଅସୁବିଧା ଦେଖା ଦିଏ ।ରାସ୍ତା ମଝିରେ ଆଣ୍ଠୁଏ କାଦୁଅ ଏବଂ ପାଣି ଜମିକି ରହିଥାଏ ।ଫଳରେ ଶବ ଦାହ ବେଳେ ଏବଂ ଗାଧୋଇ ଯିବା ସମୟରେ ଲୋକେ ବହୁତ ଅସୁବିଧାର ସମ୍ମୁଖିନ ହେବାକୁ ପଡିଥାଏ ।ନଦୀର ପାର୍ଶ୍ୱରେ ଗାଡ଼ ୱେଲ ନିର୍ମାଣ କରି ରାସ୍ତା ନିର୍ମାଣ କଲେ ଲୋକେ ସୁବିଧା ସୁଯୋଗ ପାଇପାରିବେ ନହେଲେ ବର୍ଷ ତମାମ ଲୋକଙ୍କୁ ଅସୁବିଧା ଭୋଗିବାକୁ ପଡ଼ିବ ।କାହିଁକି ନଦୀକୁ ଆସିବାକୁ ହେଲେ ଡଙ୍ଗା ଘାଟ ରାସ୍ତା ହେଉଛି ଏକ ମାତ୍ର ରାସ୍ତା ।ଏଣୁ ଜନସାଧାରଣ ଙ୍କ ସୁବିଧା ନିମନ୍ତେ ବ୍ଲକ ପ୍ରଶାସନ ଓ ପଞ୍ଚାୟତ କର୍ତ୍ତୃପକ୍ଷ ତୁରନ୍ତ ଏହି ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ନେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ଋଚିକା ମହାନ୍ତି ଙ୍କୁ ନ୍ୟାୟ ଓ କ୍ୟାମ୍ପସ କୁ ରେଗିଂ ମୁକ୍ତ କରିବା ପାଇଁ ଏଆଈଏସଏଫ ର ଦାବୀ

Sunil Chandra Nayak

ପାପଡାହାଣ୍ଡି ବ୍ଲକ ସଦର ମହକୁମା ସମସ୍ତ ସାହି ରାସ୍ତା ଅବସ୍ଥା ଶୋଚନୀୟ 

Sunil Chandra Nayak

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ

Sunil Chandra Nayak

Leave a Comment

error: Content is protected !!