ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଦ୍ବୁତ ସଂପର୍ଶ ରେ ଆସି ଯୁବକ ଗୁରୁତର

ଉତ୍କେଲା,୦୨/୦୭,( ମ ନି ସ ) ଗତ ଗୁରବାର ଉପର ଓଳି ୪ ଟା ସମୟରେ ଭୋଦେବ ବିଶି କେସିଙ୍ଗା ବ୍ଲକ ଚାଞ୍ଚେର ପଞ୍ଚାୟତ ଅମଠା ର ଯୁବକ ନିଜ କ୍ଷେତ କୁ ଯାଇ ଫେରୁଥିବା ବେଲେ ମାତ୍ର ପାଞ୍ଚ ଫୁଟ ଉଛ୍ଛତା ରେ ଥିବା ଲାଇନ ତାର ସଂର୍ପଶ ରେ ଆସିଥିଲେ। ତାଙ୍କରି ହାତ ରେ ଜୋରରେ ଝଟକା ମାରିବାରୁ ସେ ଛିଟିକି ହୋଇ ପଡିଥିଲେ। ଗତ ମାର୍ଚ ମାସ ୨୦୨୨ ରେ ମଧ୍ୟ ଭୋଦେବ ଙ୍କ ମାଁ ମଧ୍ୟ ଝଟକା ଏହି ତାର ରେ ମାରିଥିଲା। ସେହି ସମୟରେ ଏ ବିଷୟରେ ଉତ୍କେଲା ବିଦ୍ବୁତ ବିଭାଗ କୁ ମଧ୍ୟ ଜଣାଇଥିବା ସତ୍ବେ ଏହାର ପ୍ରତିକାର ବ୍ୟବସ୍ଥା କରାଯାଇନଥିଲା। ସେ ସମୟରେ ଏହାକୁ ସୁଧାରିଥିଲେ ଆଜି ଭୋଦେବ ଙ୍କ ଅବସ୍ଥା ଏପରି ହୋଇନଥାନ୍ତା। ବର୍ତ୍ତମାନ ଭୋଦେବ ଙ୍କ ଗୋଟିଏ ହାତ ଝିମ୍ଝିମ ହୋଇ ପାରାଲିସେସ ଭଳି ହୋଇ କାମ କରୁନଥିବା କହୁଛନ୍ତି। ସେ ଗରିବ ଶ୍ରେଣୀ ର ଲୋକ ହୋଇଥିବା ଯୋଗୁଁ ଅର୍ଥାଭାବରୁ ଚିକିତ୍ସା ନ ହୋଇ ଘରେ ରହିଥିଲେ।ଏ ବିଷୟରେ ଉତ୍କେଲା ର ଏକ ସମାଜସେବୀ ଯୁବକ ଜଣେ ତାଙ୍କୁ ହସପିଟାଲ ନେବା ସହ ଅର୍ଥ ସହଯୋଗ କରିଥିବା ଜଣାପଡିଛି। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଉକ୍ତ ତାରକୁ ଉଚ୍ଚତାରେ ଟାଣିବାକୁ ବିଭାଗିୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାପାଇଁ ସାଧାରଣରେ ଦାବୀ ହେଉଛି।

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ

Related posts

ଡେନ୍ସ ଏକାଡେମୀ ଫୁଲବାଣୀ ର ୨୨ ତମ ବାର୍ଷିକ ରଜ ଉତ୍ସବ ୨୦୨୨ ଅନୁଷ୍ଠିତ

Sunil Chandra Nayak

କୋକସରା ବ୍ଲକରେ ନୂତନ ବିଡିଓ ଙ୍କ ଯୋଗଦାନ

Sunil Chandra Nayak

ବାଇକ୍ ଓ ସାଇକେଲ ଧକ୍କା, ଉଭୟ ମେଡ଼ିକାଲରେ ଭର୍ତ୍ତି

Leave a Comment

error: Content is protected !!