ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରତିଦିନ ସାପ କୁ ଉଦ୍ଧାର କରି ଲୋକଙ୍କ ଜୀବନ କୁ ସୁରକ୍ଷା ଦେଉଛନ୍ତି ନିରଞ୍ଜନ

କୋକସରା,୨/୭-( ମ ନି ସ ) ବିଷାକ୍ତ ସାପ ହେଉ ଅବା ଅଜଗର ସବୁ ପ୍ରକାର ସାପ କୁ କାବୁ କରିବା ତାଙ୍କର ନିତିଦିନିଆ କାମ । ନିଶା ହେଉ ଅବା ପେଶା ପ୍ରତିଦିନ ସକାଳ ରୁ ରାତି ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରୁ ତାଙ୍କ ନିକଟକୁ ଫୋନ ଆସେ, ଶୀଘ୍ର ଆସି ସାପ କୁ ଉଦ୍ଧାର କର ଓ ଆମକୁ ସୁରକ୍ଷିତ କର । ସେ ମଧ୍ୟ ତୁରନ୍ତ ଉକ୍ତ ସ୍ଥାନରେ ପହଞ୍ଚି ବିଷାକ୍ତ ସାପକୁ କାବୁ କରି ପରବର୍ତ୍ତୀ ସମୟରେ ନିକଟସ୍ଥ ଜଙ୍ଗଲରେ ଛାଡି ଦିଅନ୍ତି। କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ରେଙ୍ଗାଳପାଲି ଗ୍ରାମର ନିରଞ୍ଜନ ଶବର(୩୫) ଆଜିକୁ ୧୦ ବର୍ଷ ରୁ ଉର୍ଦ୍ଧ ହେବ ସାପ ଧରି ଆସୁଛନ୍ତି। ଜୁନାଗଡ଼ ବ୍ଲକ ଦାସିଗା ର ବିରେନ୍ଦ୍ର ସାହୁ ଙ୍କ ଠାରୁ ପ୍ରେରଣା ପାଇ ଭୁବନେଶ୍ୱର ସ୍ନେକ ହେଳ୍ପ ଲାଇନ ରୁ ଟ୍ରେନିଂ କରି ଏବେ ସେ ଜଣେ ଦକ୍ଷ ସାପ ଧରାଳି। ଜୟପାଟଣା, କୋକସରା ଓ କଲମପୁର ବ୍ଲକ ଅଞ୍ଚଳ ରେ ସେ ସାପ ଧରାଳି ଭାବେ ପରିଚିତ । ସେ ବର୍ତ୍ତମାନ ସୁଦ୍ଧା ୧୦ ହଜାର ରୁ ଅଧିକ ବିଷାକ୍ତ ସାପ ଧରିବା ସହ ସେମାନଙ୍କୁ ସୁରକ୍ଷିତ ଭାବେ ଜଙ୍ଗଲ ରେ ଛାଡିଥିବା କହିଛନ୍ତି । ଯେ କୌଣସି ସ୍ଥାନରେ ସାପ ରହିଥିବା ଖବର ମିଳିବା ମାତ୍ରେ ସେ ପହଞ୍ଚି ସାପ କୁ ଉଦ୍ଧାର କରି ଲୋକଙ୍କ ଜୀବନ କୁ ସୁରକ୍ଷିତ ଓ ଭୟମୁକ୍ତ କରନ୍ତି। ସ୍ନେକ ମ୍ୟାନ ଭାବେ ଅଞ୍ଚଳ ରେ ପରିଚିତ ନିରଞ୍ଜନ ଶବର ଙ୍କ କାର୍ଯ୍ୟ ପାଇଁ ଅଞ୍ଚଳ ରେ ତାଙ୍କୁ ଧନ୍ୟବାଦ ଦେଉଛନ୍ତି ସାଧାରଣ ଲୋକେ।

Related posts

କୁଶଳେଶ୍ବର ମନ୍ଦିର ରେ ଅତ୍ୟାଧୁନିକ ବିଶୁଦ୍ଧ ପାନୀୟ ଜଳ ମେସିନ ଉଦଘାଟିତ

Sunil Chandra Nayak

ଥୁଆମୂଳ ରାମପୁର ବ୍ଳକର ଦୁର୍ଗମ ଅଞ୍ଚଳକୁ ମୌଳିକ ସୁବିଧା ଅପହଞ୍ଚ 

Sunil Chandra Nayak

ସସ୍ମିତା ପଣ୍ଡା ଙ୍କ କବିତା ପ୍ରିତୀ ପଲକେ

Leave a Comment

error: Content is protected !!