ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଡ଼ିଆଳ ବ୍ଲକ ପାର୍ବତ୍ୟାଅଞ୍ଚଳ ରେ ବ୍ଲକ ଅଧ୍ୟକ୍ଷାଙ୍କ ସହ ବ୍ଲକ ପ୍ରଶାସନ

ଦ୍ବାର ମୁହଁରେ ଲୋକଙ୍କୁ ସେବା ପ୍ରଦାନ କରିବା ମୁଖ୍ୟ ଲକ୍ଷ – ପୁଷ୍ପାଞ୍ଜଳୀ ନନ୍ଦ

 ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ରାଣୀମୁଣ୍ଡା ଗ୍ରାମପଂଚାୟତ ର ସମାଡ଼ପଦର ଗ୍ରାମ। ଏହି ଗ୍ରାମ ଟି ସମୁଦ୍ର ପତ୍ତନରୁ ଏକ ହଜାର ଫୁଟ ରେ ଅବସ୍ଥିତ ଅଟେ। ଗ୍ରାମବାସୀଙ୍କୁ ମୌଳିକ ସେବା ପ୍ରଦାନ ସହ ତାଙ୍କ ମୁହଁରେ ତାଙ୍କ ସମସ୍ୟା ଶୁଣି, ତାର ସମାଧାନର ବାଟ ଫିଟାଇବା ନେଇ ବ୍ଲକ ପ୍ରଶାସନ ଉପରୋକ୍ତ ଗ୍ରାମକୁ ପରିଦର୍ଶନ କରିଥିଲେ। ଆଜି ଖଡ଼ିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ ପାଦରେ ଚାଲି ଚାଲି ପାର୍ବତ୍ୟାଅଞ୍ଚଳ ସମାଡ଼ପଦର କୁ ଯାଇଥିଲେ। ଖଡ଼ିଆଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନାରାୟଣ ସାହୁ, ଖଡ଼ିଆଳ ବିଧାୟକ ପ୍ରତିନୀଧି ଅକ୍ଷୟ ନନ୍ଦ, ବିଭାଗୀୟ ଯନ୍ତ୍ରୀ ପ୍ରଶାନ୍ତ ସାହୁ, ପଂଚାୟତ ନିର୍ବାହୀ ଅଧିକାରୀ ଭୀଷ୍ମରାଜ ମେହେର, ଯୋଗ ଦେଇଥିଲେ। ଗ୍ରାମ ଉପସ୍ଥିତ ରହି ନିଜ ସମସ୍ୟା ଉପରେ ଆଲୋକପାତ କରିଥିଲେ। ଆଗାମି ଦିନରେ ସମସ୍ୟା ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ବିଧାୟକ ସହଯୋଗ ରେ ଗାଁ କୁ ଯାନବାହାନ ଚଳାଚଳ ହେଉଅଛି।ପାନୀୟ ଜଳ ସମସ୍ୟା, ସଡ଼କ ଉନ୍ନତିକରଣ, ସଡ଼କ ଉଭୟ ପାର୍ଶ୍ଵରେ ଡ୍ରେନ ନିର୍ମାଣ କରିବା ପାଇ ବଦାବୀ କରିଥିଲେ। ଅନେକ ପଦକ୍ଷେପ ନିଆ ଯିବ। ସେହିପରି ଗ୍ରାମରେ ଥିବା ମିଶନଶକ୍ତି ଗୃହ ପରିଦର୍ଶନ କରିଛନ୍ତି। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ବରଷା ରାଣୀ

Sunil Chandra Nayak

ମାତୃଭାଷା ଦିବସ ଅବସରରେ ସାହିତ୍ୟିକ କବି ବନ୍ଧୁ ପରିବାରର କବିତା ଆସର

Sunil Chandra Nayak

ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ NCC କ୍ୟାଡେଟ ମାନଙ୍କର କାର୍ଗିଲ ବିଜୟ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!