ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୁରିଆ ନଦୀରେ ମାଛ ଧରୁ ଧରୁ ସ୍ରୋତରେ ଭାସି ବୃଦ୍ଧ ମୃତ

ମୟୂରଭଞ୍ଜ – ୩/୦୭/୨୨ (ମସିହା) ମୟୂରଭଂଜ ଜିଲ୍ଲାର ବହଳଦା ଥାନା ଅନ୍ତର୍ଗତ ଗୁଣ୍ଡୁରିଆ ଗ୍ରାମ ନିକଟରେ ଗୁରିଆ ନଦୀରେ ବିଜୁ ସେତୁ ନିର୍ମାଣାଧୀନ ପୋଲ ପାଖରେ ନଦୀରେ ଗୁଣ୍ଡୁରିଆ ଗ୍ରାମର ବୃଦ୍ଧ ମାଛ ଧରୁ ଧରୁ ନଦୀ ସ୍ରୋତରେ ଭାଷିଯାଇ ମୃତ୍ୟୁ ବରଣକରିଛି । ସୂଚନାଯୋଗ୍ୟ ଗୁଣ୍ଡୁରିଆ ଗ୍ରାମର ଗାନେ ବାସ୍କେ(୬୫) ଆଜି ସକାଳ ୭ ଟା ପାଖାପାଖି ସମୟରେ ନିର୍ମାଣଧୀନ ବିଜୁ ସେତୁ ନିକଟରେ ଗୁରିଆ ନଦୀରେ ମାଛ ଧରୁଥିଲେ । ବିଜୁ ସେତୁ ପୋଲତଳେ ନିର୍ମାଣ ସାମଗ୍ରୀ ଥିଲା । ବର୍ଷା ପାଣି ଯୋର ଆସୁଥିବାରୁ ଠିକାଦାର ସେହି ସାମଗ୍ରୀ ବାହାରକୁ ନେଇ ଯାଇ ପାଣି ଘାଇ ଖୋଲି ଦେଇଥିଲେ ।ଫଳରେ ପାଣିର ସ୍ରୋତ ବଢ଼ି ଯାଇଥିଲା ।ତଳ ମୁଣ୍ଡରେ ଗାନେ ବାସ୍କେ ମାଛ ଧରୁଥିବାବେଳେ ପ୍ରବଳ ସ୍ରୋତରେ ଭାସି ଯାଇଥିଲେ ।ଖବର ପାଇ ଗ୍ରାମବାସୀ ରାଇରଙ୍ଗପୁର ଅଗ୍ନିଶମ ବିଭାଗକୁ ଜଣାଇଥିଲେ ।ଅଗ୍ନିଶମ ବିଭାଗ ଅଧିକାରୀ ଲିଡିଂ ଫାୟାର ମେନ୍ ସୁନ୍ଦର ସୋରେନଙ୍କ ନେତୃତ୍ବରେ ଫାୟାର ମେନ୍ ସୁଶାନ୍ତ ନାୟକ,ବନମାଳି କିଷାନ,ରଶ୍ମି ରଂଜନ ନାୟକ,ଖେଲାରାମ ମାରାଣ୍ଡି ପ୍ରମୁଖ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଦିର୍ଘ ୩ ଘଣ୍ଟା ଖୋଜାଖୋଜି କଲାପରେ ଘଟଣାଠାରୁ ୧ କିମି ଦୂରରେ ନଦୀରୁ ବୁଡିଥିବା ଅବସ୍ଥାରେ ଉଦ୍ଧାର କରିଥିଲେ । ସେତେବେଳକୁ ପ୍ରାଣବାୟୁ ଉଡି ଯାଇଥିଲା ।

ମୟୂରଭଞ୍ଜ ରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ

Related posts

ବ୍ଲକ ଶିକ୍ଷା ଅଧିକାରୀ ଙ୍କ ପ୍ରତିଶୃତି ପରେ ଆନ୍ଦୋଳନ ରୁ ଉଠିଲେ କୋଷାଗୁମୁଡ଼ା ଆଦର୍ଶ ବିଦ୍ୟାଳୟ ର ଛାତ୍ର ଛାତ୍ରୀ

Sunil Chandra Nayak

ନୀତି ଆୟୋଗର କେନ୍ଦ୍ରୀୟ ପ୍ରଭାରୀଙ୍କ କେସିଙ୍ଗା ଗସ୍ତ

Sunil Chandra Nayak

ଷ୍ଟ୍ରିଟି ଲାଇଟ୍ ପାଇଁ ଏକର ଏକର ଧାନ ଚାଷ ନଷ୍ଟ :ଚିନ୍ତା ରେ ଚାଷୀକୂଳ 

Sunil Chandra Nayak

Leave a Comment

error: Content is protected !!