ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶିକ୍ଷା ହିଁ ଆଲୋକ,ଆତ୍ମନିର୍ଭରଶୀଳ ନହେଲେ ଭାଷା ବଂଚାଇବା ଅସମ୍ଭବ

ସୁନ୍ଦରଗଡ଼ ଜିଲ୍ଲା ଲେଖକ ସାମୁଖ୍ୟର ସାହିତ୍ୟ ଆସର ଓ ନାଗରା ଉନ୍ମୋଚନ ..

ରାଉରକେଲା/ ଶିକ୍ଷା ହିଁ ଆଲୋକ। କୁସଂସ୍କାର ରୁ ଶିଶୁ ମାନଙ୍କୁ ମୁକ୍ତ କରିବାକୁ ହେଲେ ସେମାନଙ୍କୁ ସଂସ୍କାର ଓ ଶିକ୍ଷା ଦେବାର ଆବଶ୍ୟକତା ରହିଛି। ଆତ୍ମନିର୍ଭରଶୀଳ ନହେଲେ ଭାଷାକୁ ବଂଚାଇବା ଅସମ୍ଭବ ବୋଲି ସଭାପତିତ୍ବ ଅଭିଭାଷଣରେ ଅଭୟ କୁମାର ଦାସ ସୁନ୍ଦରଗଡ ଜିଲ୍ଲା ଲେଖକ ସାମୁଖ୍ୟ ର ସାହିତ୍ୟ ଆସରରେ କହିଥିଲେ। ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ସୁନ୍ଦରଗଡ ଲେଖକ ସାମୁଖ୍ୟ ମାସିକ ସାହିତ୍ୟ ଆସର , କବିତା ପାଠୋତ୍ସବ ଓ ପୁସ୍ତକ ଲୋକାର୍ପଣ ଉତ୍ସବ ଛେଣ୍ଡ ମଧୁସୂଦନ ପାଠାଗାର ଠାରେ ଅନୁଷ୍ଠିତ ହୋଇଯାଇଛି। ସାମୁଖ୍ୟର ସଭାପତି ଅଭୟ କୁମାର ଦାସଙ୍କ ସଭାପତିତ୍ବ ଓ ଅନୁଷ୍ଠାନର ମୁଖ୍ୟ ସ୍ତମ୍ଭକାର ଭୁପେନ ମହାପାତ୍ରଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରିମ୍ସ ର ଅଧ୍ୟକ୍ଷା ନଳିନୀପ୍ରଭା ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଡଃ ସୁମନ ଦତ୍ତ ଓ ସାମାଜିକ କର୍ମୀ ପଶୁପତିନାଥ ଚାଟାର୍ଜୀ ଯୋଗଦେଇ ଅନୁଷ୍ଠାନର ମୁଖପତ୍ର ନାଗରା ଓ ବିନୋଦିନୀ ନନ୍ଦଙ୍କ ମନ ତରଙ୍ଗ ପୁସ୍ତକକୁ ଉନ୍ମୋଚନ କରିଥିଲେ। ଶ୍ରୀ ମହାପାତ୍ର ଅତିଥିଙ୍କ ପରିଚୟ ପ୍ରଦାନ ପରେ ନିଜ ବକ୍ତବ୍ଯ ରେ କହିଥିଲେ ଯେ ଶିଶୁ ସାହିତ୍ୟରେ ଅନ୍ଧବିଶ୍ବାସ ଓ କୁସଂସ୍କାର ବିରୁଦ୍ଧରେ ଲେଖା ହେବା ଉଚିତ। ବିଶ୍ବ ରେ ସବୁଠାରୁ ଅଧିକ ଅନ୍ଧବିଶ୍ବାସ ଭାରତବର୍ଷରେ ରହିଛି। ଏହା ସହ ସେ ବିଚ୍ଛିନ୍ନାଞ୍ଚଳରେ ଓଡିଆ ଭାଷା ସମ୍ମୁଖୀନ ହେଉଥିବା ସମସ୍ୟା ଉପରେ ଆଲୋକପାତ କରିଥିଲେ। ସଭାପତି ଶ୍ରୀ ଦାସ ଅଶିକ୍ଷା କୁସଂସ୍କାର କୁ ଜନ୍ମ ଦିଏ ଓ ପିଲାମାନଙ୍କୁ ଟେକ୍ନୋଲୋଜି ମାଧ୍ୟମରେ ଓଡିଆ ଭାଷା କିପରି ଶିକ୍ଷା ଦିଆଯାଇପାରିବ ସେ ସଂପର୍କରେ ଆଲୋଚନା କରିଥିଲେ। ମୁଖ୍ୟ ଅତିଥି ଶ୍ରମତୀ ପଟ୍ଟନାୟକ ଶ୍ରୀମା ଙ୍କ ଉପରେ ଆଲୋଚନା ସହ କବିତା ପାଠ କରିଥିଲେ। ସମ୍ମାନିତ ଅତିଥି ଡଃ ଦତ୍ତ ଖାଲି ଲେଖିଲେ ହେବନାହିଁ ବରଂ ପାଠକ ସୃଷ୍ଟି ଓ ଭାଷା ର ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଥିଲେ। ଅନ୍ୟତମ ଅତିଥି ଶ୍ରୀ ଚାଟାର୍ଜୀ କହିଲେ ଯେ ସାହିତ୍ୟ ଯଦି ଲୋକାଭିମୁଖି ଓ ସାଧାରଣ ମଣିଷର କଥା ନ କହିବ ତେବେ ସାହିତ୍ୟର ମୂଲ୍ୟ ରହିବ ନାହିଁ। ଏହି ଅବସରରେ ସ୍ମିତା ମିଶ୍ର ଓ ଡଲିରାଣୀ ବ୍ରହ୍ମାଙ୍କ ସଂଯୋଜନାରେ କବିତା ପାଠରେ ସର୍ବଶ୍ରୀ କୁଞ୍ଜବିହାରୀ ରାଉତ,ବିନୋଦିନୀ ନନ୍ଦ,ସୁଶ୍ରୀ ସଂଗୀତା ଦାସ,ସୁଚିସ୍ମିତା ପଣ୍ଡା,ସ୍ମିତା ସୁଚରିତା, ଅଶୋକ କୁମାର ପଟ୍ଟନାୟକ, ରୀତାରାଣୀ ମହାପାତ୍ର,ବ୍ରହ୍ମାନନ୍ଦ ପାଢୀ, ଡଃ ସୁଚିତ୍ରା ମହାନ୍ତି,ବସନ୍ତ ବିଶ୍ବକର୍ମା, ମୀନକେତନ ପଶାୟତ, ଚିତ୍ତରଂଜନ ବ୍ରହ୍ମା ପ୍ରମୁଖ କବିତା ପାଠ କରିଥିବାବେଳେ ବବିତା ମହାଳିକ, ଗୀତାରାଣୀ ବେହେରା,ସୁପ୍ତି କର, କନକଲତା ମିଶ୍ର,ଡାକ୍ତର ମନୋଜ କୁମାର ନାୟକ ଓ ସ୍ମିତା ମିଶ୍ର ପ୍ରମୁଖ ଗଳ୍ପ ପଠନ କରିଥିଲେ। ଶେଷରେ ଚିତ୍ତରଂଜନ ବ୍ରହ୍ମା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ବିଜୟ କୁମାର ବରାଳ,କିଶୋର ଚନ୍ଦ୍ର ନନ୍ଦ,କିଶୋରୀ ମୋହନ କର,କୌଶଲ୍ଯା ରାଉତ,ପ୍ରଫୁଲ୍ଲ ସାମଲ,ବିନତା ମହାନ୍ତ,ଦିଲୀପ କୁମାର ମହାନ୍ତ,ଜୈରାମ ସାମଲ,ବ୍ରଜକିଶୋର ପାଣି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ

Related posts

ଚନ୍ଦ୍ରକଳା ଦେବୀ ଙ୍କ କବିତା ବାହୁଡା଼ ଯାତ୍ରା                   

ଢେଙ୍କାନାଳ ଥିଙ୍କର୍ସ ଫୋରମ୍ ପକ୍ଷରୁ ଗୋପବନ୍ଧୁ ଜୟନ୍ତୀ ପାଳିତ

Sunil Chandra Nayak

ଟ୍ରାନ୍ସଫର୍ମର ଅଚଳ କାରଣରୁ ୨୭ ଦିନ ହେବ ଅନ୍ଧାର ରେ ସାନ ପୋଡ଼ାଗୁଡା ଗ୍ରାମବାସୀ

Sunil Chandra Nayak

Leave a Comment

error: Content is protected !!