ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମମତା ସାହୁ ଙ୍କ କବିତା ପ୍ରଗାଢ ପ୍ରେମ

  ପ୍ରଗାଢ ପ୍ରେମ

ଜୀବନର ପ୍ରତି ମୁହୂର୍ତ୍ତରେ

ଶୁଣୁଥିବା ସେଇ ମଧୁର ମୁର୍ଚ୍ଛନା

ହୃଦୟରେ ଅରୁଣରିତ ହୁଏ

ଯାହା ପ୍ରଗାଢ ପ୍ରେମର ଅନୁଭବର ସତ୍ତା

ବ୍ୟାପିଯାଏ ମନର ସବୁ ଧମନିରେ

ଭରିଦିଏ ଅସୁମାରି ଆଶା

କ୍ଷଣେ କ୍ଷଣେ ଖେଳାଏ ଶିହରିତ

ଦୁଇଟି ଆତ୍ମାକୁ ପ୍ରେମର ଆକର୍ଷଣରେ

ଯେତେ ଦୂରେ ଥାଉ ନା କାହିଁକି

ଆତ୍ମାର ନିବିଡ ସାନିଧ୍ୟ ଅନୁଭବ କରି ହୁଏ

ପ୍ରତ୍ୟକଟି ଅନୁଭବ ଅନନ୍ୟ ସ୍ବତନ୍ତ୍ର

କଳ୍ପନାର ନାହିଁ ତାର ସୀମା।।

ଜୀବନ ବିସ୍ତିର୍ଣ୍ଣ ପ୍ରାନ୍ତରେ

ଦୂର ଚକ୍ରାବଳୟର

ଶୀତଳ ଜ୍ୟୋସ୍ନା ଭିଜା ନିଶିରେ

ସ୍ବଚ୍ଛ ଜହ୍ନ ରାତିରେ

ମଧୁ ମାଳତିର ଭୁରୁ ଭୁରୁ ବାସ୍ନାରେ

ଏଇ ମନ ପ୍ରେମ ଚାହାଣିରେ

ନିସ୍ତବ୍ଧତାର ମୁଖରିତ ହୁଏ

ପ୍ରେମ ଏକ ମିଠା ଅନୁଭବ

ଏକ ମିଠା ଆକର୍ଷଣ

ଏକ ମଧୁର ଯନ୍ତ୍ରଣା

ଏକ ଅଭିନବ ଅନୁଭବ

ଆତ୍ମାର ସଂଯୋଗ ଆକସ୍ମିକ ଯୋଡି ହୁଏ

ଉପସ୍ଥିତି ହେଉ ଅବା ଅନୁପସ୍ଥିତ

ପ୍ରତି ମୁହୂର୍ତ୍ତରେ ହୃଦୟ ଅନୁଭବ କରିଥାଏ।।

ପ୍ରେମର ଗଭିରତା ମାପିବାକୁ ହେଲେ

ପ୍ରେମ ଫରୁଆକୁ ନିଶ୍ଚିତ ରୁପେ

ସ୍ପର୍ଶ କରିବାକୁ ପଡେ

ପ୍ରେମ ଶ୍ଵାଶତ ଚିରନ୍ତନ ସୁନ୍ଦର ପିୟୁଷ।

ପ୍ରେମ ନୃଣ୍ମୟୀ ପ୍ରତିମାର ପରିକଳ୍ପନା

ଅଫୁରନ୍ତ ପ୍ରାଣ ପ୍ରାଚୁର୍ଯ୍ୟ ବିଭିଷିକା

ଦୁଇଟି ଆତ୍ମାର ମିଳନର ପରିଭାଷା

ଯେଉଁଠି ରହେ ନାହିଁ ସ୍ବର୍ଥର ଚିହ୍ନ

ଥାଏ ଶାନ୍ତି ଭକ୍ତି ଶକ୍ତି ଓ ବିଶ୍ଵାସ ନିୟତା।। 

     

          ମମତା ସାହୁ

           ଗାଈଗାଁ,କଳାହାଣ୍ତି

Related posts

ନର୍ଥ ଆଫ୍ରିକା(ତୁନିଶିଆ)ଦେଶରୁ କ୍ରିଷ୍ଣା ଡିକେଙ୍କୁ ନିମନ୍ତ୍ରଣ

Sunil Chandra Nayak

ବାଙ୍କି ରେଞରେ ନିଆଁ ନିବାରଣ ନେଇ ସଚେତନତା ଅଭିଯାନ ଆରମ୍ଭ

Sunil Chandra Nayak

ମସୀହା ର ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଟିତ ପ୍ରତିଯୋଗିତା ରେ ଶ୍ରେଷ୍ଟ ବିବେଚିତ କବି ଉପେନ୍ଦ୍ର କୁମାର ବସ୍ତିଆ, ରାଉରକେଲା  ଙ୍କୁ ସୁନୀଲ ଚନ୍ଦ୍ର ନାୟକ,ସଂପାଦକ, ମସୀହା ଓ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ, ସଂଯୋଜକ,ସାହିତ୍ୟ ଅଗଣା ଙ୍କ ଦ୍ଵାରା ଡିଜିଟାଲ ମାନପତ୍ର ପ୍ରଦାନ

Leave a Comment

error: Content is protected !!