ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉମାକାନ୍ତ ଦାସ ଙ୍କ କବିତା ମୋ ସଂସ୍କୃତି ସମ୍ରାଟ

ଜୟ ମାଆ ବିରଜା

 

ଉମାକାନ୍ତ ଦାସ

 

ମୋ ସଂସ୍କୃତି ସମ୍ରାଟ

ସଂସ୍କୃତି ସମ୍ରାଟ ଆମ ଜଗନ୍ନାଥ

ଜଗିଛନ୍ତି ଶିରୀକ୍ଷେତ୍ର

ଉପଦେଶ ତାଙ୍କ ଓଡିଶା ମାଟିକୁ

ରଖ ନାହିଁ ଜାତି ଗୋତ୍ର ।।

 

ଶବର ବ୍ରାହ୍ମଣ ଆର୍ଯ୍ୟଙ୍କୁ ନେଇ ସେ

ଗଢ଼ିଛନ୍ତି ପୁରୀ କ୍ଷେତ୍ର,

ସଭିଙ୍କ ଉପରେ ସମ ଭାବ ଦୃଷ୍ଟି

ରଖିଥାଏ ତାଙ୍କ ନେତ୍ର ।।

 

ସାଲବେଗ ଆଉ ଦାଶିଆ ବାଉରୀ

ହୋଇଥିଲେ ତାଙ୍କ ଭକ୍ତ

ସବୁ ସମୟରେ ତାହାଙ୍କ ପଛରେ

ଥିଲା ସମ୍ରାଟଙ୍କ ହାତ ।।

 

ବାରମାସେ ସେଠି ତେର ପୁନେଇର

ହେଉଥାଏ କେତେ ଜାତ,

ହିନ୍ଦୁତ୍ବ ସଂସ୍କୃତି ସାରା ଜଗତକୁ

ଦେଖାଏ ସୁଗମ ପଥ ।।

 

ଆଜି ଉଗ୍ର ଜନ ନମାନି ବଚନ

ଭାବୁଛନ୍ତି ଦାରୁ ଦେବ,

ଭୁଲି ସଂସ୍କୃତିକୁ ଅପସଂସ୍କୃତିରେ

ରଖୁଛନ୍ତି ବହୁ ଭାବ ।।

 

ସମୟ ଆସିବ ସମ୍ରାଟ ମାତିବ

ସଂସ୍କୃତିକୁ ରକ୍ଷା ଦେବ

ବାରହାତ ଖଣ୍ଡା ବୁଲିବ ଜଗତେ

ଧର୍ମ ସଂସ୍ଥାପନ ହେବ ।।

ଲାଲବାଗ ,ଖାନନଗର
ମଙ୍ଗଳ ପୁର , ଯାଜପୁର

 

Related posts

କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସମସ୍ୟାକୁ ନେଇ ତହସିଲ ଅଫିସ ଘେରାଉ ଓ ଯୁବ ସମ୍ପର୍କ ପଦଯାତ୍ରା

Sunil Chandra Nayak

ଧର୍ମଗଡ ଠାରେ ଜିଲ୍ଲାସ୍ତରୀୟ କଳାହାଣ୍ଡି ଉତ୍ସବ-୨୦୨୩ ପାଳନ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ଲଗାଣ ବର୍ଷା ରେ ଘର ଭୂଷଡ଼ିଲା, ମହିଳା ଆହତ

Sunil Chandra Nayak

Leave a Comment

error: Content is protected !!