ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଳିକା ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

ଜୁନାଗଡ଼ ୦୬/୦୭( ମ ନି ସ ) ଜୁନାଗଡ଼ ସ୍ଥିତ ସରକାରୀ ବାଳିକା ବିଦ୍ୟାଳୟ ଠାରେ ବନ ମହୋତ୍ସବ ପାଳିତ ହୋଇଯାଇଛି।ବନ ବିଭାଗ ଓ ବିଦ୍ୟାଳୟ ଇକୋ କ୍ଲବ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ତହସିଲଦାର ବେଦବ୍ୟାସ ଭୋଇ ମୂଖ୍ୟ ଅତିଥି ଭାବେ ଯୋଗଦାନ କରି ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରେଞ୍ଜର ସୀମାଞ୍ଚଳ ମିଶ୍ର, ଫରେଷ୍ଟର ନିହାର ରଞ୍ଜନ ଠାକୁର, ଜୟଦେବ ମାଝୀ, ଫରେଷ୍ଟ ଗାର୍ଡ କାହ୍ନୁ ତ୍ରିପାଠୀ,ଗଙ୍ଗା ବେହେରା,ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ସମେତ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।ଆଗାମୀ ଦିନରେ ବୃକ୍ଷ ରୋପଣ ବ୍ୟାପକ କରାଯିବ ବୋଲି ଆଲୋଚନା ହୋଇଥିଲା।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ହେରା ପଞ୍ଚମୀର ମାହାତ୍ମ୍ୟ

ଅର୍ଦ୍ଧେନ୍ଦୁ ଦାସଙ୍କ ଗିରଫଦାରୀ ପ୍ରତିବାଦରେ ଧର୍ମଗଡରେ କଂଗ୍ରେସର ପ୍ରତିବାଦ

ବାଂଶୁଳୀରେ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟରେ ରାଇରଙ୍ଗପୁର ଏବଂ ଚାଇଁବସା ଫୁଟବଲ ଟିମ୍ ଯୁଗ୍ମ ବିଜେତା

Sunil Chandra Nayak

Leave a Comment

error: Content is protected !!