ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଗଜ୍ଜୀବନ ସା ଙ୍କ କବିତା ମଣିଷ

ମଣିଷ

ମଣିଷ ହୃଦୟେ ପାଞ୍ଚଟି ମନ

କୁମନ, ସୁମନ, ଅମନ, ବିମନ

ଆଉ ମନ l 

ମନ ତ ବିବେକରେ ବନ୍ଧା l

କୁମନ ଆସିଲେ ପାପ, ଅହମିକାରେ

ଧ୍ବଂସ ଓ ଶକ୍ତି ଦେଖାଇ

ନିଜକୁ ସର୍ବସ୍ବ ମନେ କରେ l 

ସୁମନ ଆସିଲେ ବଗିଚାରେ ଫୁଲ ଫୁଟେ

ମହ ମହ ସୁବାଷ ଛୁଟେ,

ସତ୍ୟ, ନ୍ୟାୟ, ଜ୍ଞାନ ର 

ଗୀତ ଗାଏ l

ବିମନ ଆସିଲେ ହିଂସା, ଚୋର, ଭୟ

ହୃଦୟେ ଜାଗ୍ରତ ହୁଏ l

ଅମନ ଆସିଲେ ଅଳସୁଆ, ନିକମା,

ଖାଇ, ଶୋଇ ଦିନ କାଟେ l

ପାଞ୍ଚ ମନରେ ପଚିଶ ପ୍ରକୃତି

ସ୍ୱୟଂ ଭଗବାନ ଆୟତ୍ତ

କରି ନ ପାରିଲେ

ହୃଦୟ,ବିବେକ ଧକ୍ ଧକ୍ କରି

ନୀରବ ପ୍ରାର୍ଥନା କରେ l

ଆଜି ଧର୍ମ ନାମରେ

କର୍ମ ନାମରେ

ସେବା ନାମରେ

ମଣିଷ ଖରାପ କାମ କରି 

ମାନବିକତାକୁ ମାରି ଦିଏ l

ମଣିଷ ପଣିଆ

କଳିଯୁଗରେ

ସତ କଥା କଷ୍ଟ ଦିଏ l

ମିଛ ପ୍ରତିଶୃତି

ହୃଦୟ ବନ୍ଧନ ଅଳ୍ପ ଦିନ

ରହିଥାଏ l

ସତର ମଣିଷ

ନ୍ୟାୟର ମଣିଷ 

ସବୁ ଦିନ ପାଇଁ

ସ୍ମୃତି ହୋଇ ରହିଯାଏ,

ମଣିଷ ସମାଜେ ସତ କହୁଥିଲେ

ମଣିଷ ଅପ୍ରିୟ ହୁଏ l

କୁଟ କପଟରେ ଲୁଚା ଛୁପା କଥା

ସମସ୍ତକୁ ଭଲ ଲାଗେ l

ହେଲେ ଜାଣେ ନାହିଁ

ଯିଏ ରୁକ୍ ଠୁକ୍ ସତ କଥା କହେ

ସିଏ କେବେ ମିଥ୍ୟା ପ୍ରଶୟ ନ ଦିଏ l

ଏହି କଥା ସବୁ ବୁଝି ପାରେ ଯିଏ 

ସିଏ ହିଁ ପ୍ରକୃତ ମଣିଷଟିଏ,

ତାହା ପରି ପ୍ରକୃତ ବନ୍ଧୁ

ଏ ଦୁନିଆରେ କେହି ନୁହେଁ l

ଜଗଜ୍ଜୀବନ ସା

କୁମ୍ଭାରୀ, ଗୋଲାମୁଣ୍ଡା , କଳାହାଣ୍ଡି (ଓଡିଶା )

Related posts

ସର୍ବଭାରତୀୟ ଏନସିସି ଟ୍ରାଇବାଲ ଟ୍ରେକିଂ, ଅନାଲୋଚିତ ସ୍ଥାନ ଲୋକଲୋଚନକୁ ଆଣିବାକୁ ପ୍ରୟାସ

Sunil Chandra Nayak

ବିଦୁଲତା ବେହେରା ଙ୍କ କବିତା ଦେବେ କରନ୍ତି ସ୍ତୁତି ବିଘ୍ନ ନାଶହେ ଗଣପତି

Sunil Chandra Nayak

ମୈଦଲପୁର ଗ୍ରୀନଡଟ କମ୍ପୁଟର ଶିକ୍ଷା ଅନୁଷ୍ଠାନ ପକ୍ଷରୁ ମୈଦଲପୁର ଶ୍ରୀ ଜଗନ୍ନାଥ ମନ୍ଦିର ସଫେଇ

Sunil Chandra Nayak

Leave a Comment

error: Content is protected !!