ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

କର୍ଲାମୁଣ୍ଡା: ଭାରତ ସରକାର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଲେଖାପାଳ ଦୁତୀୟ ବନଛୋର ଓ ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ କୁମାର ମେହେର ନେତୃତ୍ୱରେ କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଯୋରାଡବାର ପଞ୍ଚାୟତ କୁସୁର୍ଲା ହଜାରୀପଡା ଗ୍ରାମର କଳାରୁଦ୍ର ଯୁବକ ସଂଘ, ଖୋଲାଝରକା ଯୁବ ଅନୁଷ୍ଠାନ, ସୋସିଆଲ ଆକ୍ଟିଭିଷ୍ଟି ଅଫ କଳାହାଣ୍ଡି ଓ ହରଗୌରୀ ୟୁଥ ରେଡ କ୍ରସ ସ୍ୱେଚ୍ଛାସେବୀ ମାନଙ୍କ ଆନୁକଲ୍ୟରେ ଡ଼ଃ ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ୧୨୧ ତମ ଜନ୍ମଦିନ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ଯୋରାଡବରା ଛକ ଠାରେ ରକ୍ତଦାନ ପଦଯାତ୍ରା କରିବା ପରେ ହରଗୌରୀ ମହାବିଧ୍ୟାଳୟ କୁସୁର୍ଲା ଠାରେ ବୃକ୍ଷ ରୋପଣ ଓ ଶ୍ୟାମ ପ୍ରସାଦ ମୀଖାର୍ଜୀଙ୍କ ୧୨୧ ତମ ଜନ୍ମଦିନ ପାଳନ କରାଯାଇଥିଲା l ଏଥିରେ ମୁଖ୍ୟଅତିଥି ଭାବରେ କଳାହାଣ୍ଡି ଜିଲ୍ଳା ପରିଷଦ ଅଧକ୍ଷ ଶ୍ରୀଯୁକ୍ତ ପୁଷ୍ପେନ୍ଦ୍ର ସିଂ ଦେଓ, ସମ୍ମାନିତ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ କମ୍ବୁପାଣି ମିଶ୍ର, ଉଦ୍ଧବ ପଣ୍ଡା, ସମାଜସେବୀ ସତ୍ୟ ସାହୁ, ମ.ରାମପୁର ସରପଞ୍ଚ ବୀଣାପାଣି ସାହୁ, ପଣ୍ଡକାମାଲ ସରପଞ୍ଚ ରୀନା ସାହୁ, ବୋରପଦର ସରପଞ୍ଚ ସୁବାଷ ସାହୁ, ହରଗୌରୀ ମହାବିଦ୍ୟାଳୟ ଅଧକ୍ଷ୍ୟ ସୁବୋଧ ଶତପଥୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ଆଗେଇ ନେଇଥିଲେ l ଜାତୀୟ ଯୁବ ସ୍ୱେଚ୍ଛାସେବୀ ସନତ କୁମାର ସାହୁ, ଅମର ସିଂ ଭୋଇ, ବିକାଶ ସୁନା କଳାରୁଦ୍ର ଯୁବକ ସଂଘ କୁସୁର୍ଲା (ହଜାରୀପଡା) ସମ୍ପାଦକ ରେଶବ ସାହୁ, ଲଳିତ, ଅରବିନ୍ଦ, ଲୁଲୁ, ହରପ୍ରସାଦ, ଶମ୍ଭୁ, ନୀଳକଣ୍ଠେଶ୍ଵର, ଡୋଲମଣୀ, ତ୍ରିଲୋଚନ, ହେମନ୍ତ, ଠାକୁର, ରଘୁମଣୀ, ପୂର୍ଣଚନ୍ଦ୍ର, ପିଣ୍ଟୁ (ଭୈରବ)ରହିଥିବା ବେଳେ ଖୋଲାଝରକା ଯୁବ ଅନୁଷ୍ଠାନ ବାଞ୍ଜିପଦାର ସଭାପତି ମିଟୁ ସାହୁ ଓ ସୋସିଆଲ ଆକ୍ଟିଭିଷ୍ଟ ଅଫ କଳାହାଣ୍ଡି ପ୍ରତିଷ୍ଠାତା ପ୍ରମୋଦ ସାହୁ, ଜିଲ୍ଲା ସମ୍ପାଦକ ଡମ୍ବରୁ ସାହୁ, ବୀରେନ୍ଦ୍ର ଚୌଧୁରୀ ରହି ମୋଟ ୨୮ୟୁନିଟ ରକ୍ତ ସଂଗ୍ରହ କରି ଭବାନୀପାଟଣା ରକ୍ତ ଭଣ୍ଡାରର ସହାୟତା ଓ ଏଲଟି କ୍ରିଷ୍ଣା ସାହୁ, ଗିରେଶ ନାଏକ ସହାୟତରେ ଭବାନୀପାଟଣା ରକ୍ତଭଣ୍ଡାରକୁ ପଠାଯାଇଥିଲା l କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ବନଲକ୍ଷ୍ମୀ ମହାନ୍ତି ଙ୍କ କବିତା ଜୀବନ ଗୀତି

Sunil Chandra Nayak

କଳାହାଣ୍ଡି ଉତ୍ସବ ଘୁମୁରା ପ୍ରତିଯୋଗିତା ଉପ କମିଟିର ବୈଠକ  

Sunil Chandra Nayak

Leave a Comment

error: Content is protected !!