ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରୁପ୍ରାରେ ସମ୍ବାଦ ସାହିତ୍ୟଘର  ତରଫରୁ ବୃକ୍ଷରୋପଣ

ରୁପ୍ରା, ୭/୭ (ମନୀସ) : ନର୍ଲାବ୍ଲକ୍ ଅଧିନ ରୁପ୍ରା ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ‘ସମ୍ବାଦ – ସାହିତ୍ୟଘର’ ଓ ବନ ବିଭାଗ ତରଫରୁ ଗୁରୁବାର ଦିନ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରୁପ୍ରା ‘ସମ୍ବାଦ – ସାହିତ୍ୟଘର’ ସଭାପତି ସୁଦାମ ଚରଣ ମିଶ୍ର, ସମ୍ପାଦକ ଡିଲେଶ୍ୱର ରଣା ଓ ଶିଶୁ ମନ୍ଦିର ପରିଚାଳନା କମିଟିର ସମ୍ପାଦକ ବୁଡୁ ମହାଲିଙ୍ଗ ପ୍ରମୁଖଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନର୍ଲା ଜୋନ୍ ନଂ ୧ ର ଜିଲ୍ଲା ପରିଷଦ ସଭ୍ୟା ନମ୍ରତା ସାହୁ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ରୁପ୍ରା ପଞ୍ଚାୟତ ସରପଞ୍ଚ ଡଲି ବେହେରା, ରୁପ୍ରାରୋଡ୍ ଫରେଷ୍ଟର୍ ବିଶ୍ୱଜିତ ଠାକୁର, ସମାଜସେବୀ ଦୁର୍ଲଭ ମାହାର, ସମାଜସେବୀ ପ୍ରିୟରଞ୍ଜନ ବେହେରା, ଅବସରପ୍ରାପ୍ତ ବାୟୁସେନା କର୍ମଚାରୀ ବରୁଣ କୁମାର ସାହୁ, ରାଜିବ ସାହୁ ଓ ସୁଶାନ୍ତ ସେନାପତି ପ୍ରମୁଖ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା ସାମ୍ବାଦିକ ଅଜୟ କୁମାର ସେନାପତି କରିଥିଲେ। ଦଳପତି ହେମନ୍ତ ସାହୁ, ବନରକ୍ଷୀ ଫକୀର ବିଶ୍ୱାଳ, ପ୍ରକୃତି ମିତ୍ର ହେମସାଗର ସାହୁ, ‘ସମ୍ୱାଦ – ସାହିତ୍ୟଘର’ ସଭ୍ୟ ଜେମନ୍ତ ପୁଟେଲ ଓ ଉକ୍ତ ଅନୁଷ୍ଠାନର ଗୁରୁଜୀ ଯୁବରାଜ ସାହୁ, ସୁନୀଲ ନାଏକ, ଭବାନୀ ଶଙ୍କର ଭୋଇ, ମାଧବ ଚନ୍ଦ୍ର ସାହୁ , ପୂର୍ଣ୍ଣଚନ୍ଦ୍ର ସା ଗୁରୁମା ସୁବାସିନୀ ମହାଲିଙ୍ଗ, ଜେଲି ମିଶ୍ର, ପଦ୍ମିନୀ ସାହୁ, ଟୁନୀମଞ୍ଜରୀ ଖମାରୀ, ଆରତୀ ମିଶ୍ର ଓ ଦ୍ରୌପଦି ମାଝୀ ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ତୁମେ

Sunil Chandra Nayak

ଜୁନାଗଡ ବିକାଶ ନେଇ ଆଶଙ୍କାରେ ବୁଦ୍ଧିଜୀବୀ

Sunil Chandra Nayak

ଫୁଲବାଣୀ ମିଳିତ ନାଗରିକ କମିଟି ପକ୍ଷରୁ ନୂତନ ଏସଡ଼ିପିଓ ଙ୍କୁ ସ୍ୱାଗତ ଓ ପୁରାତନ ଏସଡିପିଓ ଙ୍କୁ ବିଦାୟୀ କାଳୀନ ସମ୍ବର୍ଦ୍ଧନା 

Sunil Chandra Nayak

Leave a Comment

error: Content is protected !!