ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଜ୍ୟ ପୁରସ୍କାର ପ୍ରାପ୍ତ ସ୍କାଉଟ ଓ ଗାଇଡ ଙ୍କୁ ସମ୍ବର୍ଦ୍ଧନା

ଧର୍ମଗଡ:୮/୭/୨୨: ଆଜି ସରକାରୀ ଉଚ୍ଚ ବିଦ୍ୟାଳୟ ଧର୍ମଗଡ ଠାରେ ରାଜ୍ୟପାଳ ପୁରସ୍କାର ପାଇଥିବା ସ୍କାଉଟ୍ ଓ ଗାଇଡ କୁ ସମ୍ବର୍ଦ୍ଧନା କରାଯାଇଥିଲା। ଏଥିରେ ୭ଜଣ ସ୍କାଉଟ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଚନ୍ଦନ ନାଏକ, ତସ୍ମିତ୍ ସାହୁ,ପ୍ରଭାତ ବାଗ,ଶିବାଶିଷ ଛତ୍ରିଆ,ଉପେନ୍ଦ୍ର ଗୋପାଳ,ଉମାକାନ୍ତ ସୁନାନି,ଯଶୋବନ୍ତ ବୋଗର୍ତି ଓ ୫ଜଣ ଗାଇଡ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ରୁ ମଧୁସ୍ମିତା ବେହେରା,ଉର୍ବଶୀ ଡଙ୍ଗରି, ଏସଟୋନୀ ପାଣିଗ୍ରାହୀ, ତେଜସ୍ଵୀନୀ ଜାଲ,ଗାଇଡ ଶିକ୍ଷୟତ୍ରୀ ବୀଣାପାଣି ନାଏକ,ଓ ସ୍କାଉଟ୍ ଶିକ୍ଷକ ସନ୍ତୋଷ କୁମାର ପାଣିଗ୍ରାହୀ ଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା ।ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଚିତ୍ତରଞ୍ଜନ ମୁଣ୍ଡ ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭା ରେ ମୁଖ୍ୟ ଅତିଥି ଭାବରେ ତହସିଲଦାର ହରେକୃଷ୍ଣ ବରିହା , ସମ୍ମାନୀତ ଅତିଥି ଭାବରେ ଶାରୀରିକ ଶିକ୍ଷା ନିରୀକ୍ଷକ ମହେନ୍ଦ୍ର କୁମାର ପଣ୍ଡା ,ଧୀରେନ୍ଦ୍ର କୁମାର ପଣ୍ଡା , ରାମକୃଷ୍ଣ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗାୟତ୍ରୀ ମୁଣ୍ଡ, ବିଜ୍ଞାନ ନିରୀକ୍ଷକ ପ୍ରକାଶ ନିଶାଙ୍କ ଯୋଗ ଦେଇ କୃତି ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ କ୍ରୀଡା ଶିକ୍ଷକ ସନ୍ତୋଷ କୁମାର ପାଣିଗ୍ରାହୀ ପରିଚାଳନା କରିଥିଲେ ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ

 

Related posts

ରାଜସ୍ୱ ଫାଙ୍କି ଇଟା ବେପାରୀ ମାଲେମାଲ,,, ବର୍ଦ୍ଧିତ ଦର ଯୋଗୁଁ ଗ୍ରାହକଙ୍କ ହାଲ ବେହାଲ,,

Sunil Chandra Nayak

ଗୁଣ୍ଡୁରୀ ତେଲ ନଦୀ ପଥର ଚଟାଣରେ ଜଣେ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର

Sunil Chandra Nayak

ଆନନ୍ଦପୁର (ଇଚାଘୁଟୁ) ଗ୍ରାମରେ ପେସା ଗ୍ରାମସଭା ପ୍ରତିଷ୍ଠିତ

Sunil Chandra Nayak

Leave a Comment

error: Content is protected !!