ଧର୍ମଗଡ:୮/୭/୨୨: ଆଜି ସରକାରୀ ଉଚ୍ଚ ବିଦ୍ୟାଳୟ ଧର୍ମଗଡ ଠାରେ ରାଜ୍ୟପାଳ ପୁରସ୍କାର ପାଇଥିବା ସ୍କାଉଟ୍ ଓ ଗାଇଡ କୁ ସମ୍ବର୍ଦ୍ଧନା କରାଯାଇଥିଲା। ଏଥିରେ ୭ଜଣ ସ୍କାଉଟ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଚନ୍ଦନ ନାଏକ, ତସ୍ମିତ୍ ସାହୁ,ପ୍ରଭାତ ବାଗ,ଶିବାଶିଷ ଛତ୍ରିଆ,ଉପେନ୍ଦ୍ର ଗୋପାଳ,ଉମାକାନ୍ତ ସୁନାନି,ଯଶୋବନ୍ତ ବୋଗର୍ତି ଓ ୫ଜଣ ଗାଇଡ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ରୁ ମଧୁସ୍ମିତା ବେହେରା,ଉର୍ବଶୀ ଡଙ୍ଗରି, ଏସଟୋନୀ ପାଣିଗ୍ରାହୀ, ତେଜସ୍ଵୀନୀ ଜାଲ,ଗାଇଡ ଶିକ୍ଷୟତ୍ରୀ ବୀଣାପାଣି ନାଏକ,ଓ ସ୍କାଉଟ୍ ଶିକ୍ଷକ ସନ୍ତୋଷ କୁମାର ପାଣିଗ୍ରାହୀ ଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା ।ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଚିତ୍ତରଞ୍ଜନ ମୁଣ୍ଡ ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭା ରେ ମୁଖ୍ୟ ଅତିଥି ଭାବରେ ତହସିଲଦାର ହରେକୃଷ୍ଣ ବରିହା , ସମ୍ମାନୀତ ଅତିଥି ଭାବରେ ଶାରୀରିକ ଶିକ୍ଷା ନିରୀକ୍ଷକ ମହେନ୍ଦ୍ର କୁମାର ପଣ୍ଡା ,ଧୀରେନ୍ଦ୍ର କୁମାର ପଣ୍ଡା , ରାମକୃଷ୍ଣ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗାୟତ୍ରୀ ମୁଣ୍ଡ, ବିଜ୍ଞାନ ନିରୀକ୍ଷକ ପ୍ରକାଶ ନିଶାଙ୍କ ଯୋଗ ଦେଇ କୃତି ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ କ୍ରୀଡା ଶିକ୍ଷକ ସନ୍ତୋଷ କୁମାର ପାଣିଗ୍ରାହୀ ପରିଚାଳନା କରିଥିଲେ ।
ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ