ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭିଜିଲାନ୍ସ ଯନ୍ତାରେ ଲାଞ୍ଚୁଆ ରରୁଆଁ ତହସିଲଦାର ଏବଂ ଅମିନ

ମୟୂରଭଞ୍ଜ – ୮/୭/୨୨ (ମସିହା) ଦିନକୁ ଦିନ ଦୁର୍ନୀତି ,ଲାଞ୍ଚ କାରବାର ସରକାରୀ ବିଭାଗରେ ହୁ ହୁ ବୃଦ୍ଧି ପାଉଛି ।ଲାଞ୍ଚ ନ ଦେଲେ ଫାଇଲ ଆଗୋଉ ନାହିଁ ।୬ଟି ଖାତିର ନାହିଁ।୬ଟି ମାତ୍ର ନାମକୁ । ସରକାର ଦୁର୍ନିତିଖୋରଙ୍କ ପାଇଁ ଯେତେ କଠିନ ଆଇନ କଲେ ମଧ୍ୟ ଦୁର୍ନୀତିଖୋର‌ କର୍ମଚାରୀଙ୍କ ଖାତିର ନାହିଁ । ଦୁର୍ନିତିଖୋର ସରକାରୀ ଚାକିରିଆଙ୍କ ମୁଣ୍ଡରେ ପଶିଛି ସରକାରୀ ଚାକିରୀ କରିବୁ;ଇଲିଶି ଖାଇବୁ ! ଆଜି ମୟୂରଭଞ୍ଜ ଜିଲ୍ଲାର ରରୁଆଁ ତହସିଲଦାର ସତ୍ୟ ସୁନ୍ଦର ରାଉତ ବଲାଣପଶିମୌଜାର ଜମି କିଶମ ପରିବର୍ତ୍ତନ ଓ ପଟ୍ଟା ପାଇଁ ଅମିନ କମଲ ଲୋଚନ ପାତ୍ରଙ୍କ ଜରିଆରେ ଭଂଜକିଆ ଗ୍ରାମର ଚକ୍ରଧର ମହାନ୍ତଙ୍କ ଠାରୁ ବକେୟା ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବାବେଳେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଭିଜିଲାନ୍ସ ବିଭାଗର କର୍ମଚାରୀମାନେ କାର୍ଯ୍ୟାଳୟ ଭିତରେ ରଙ୍ଗାହାତରେ ତହସିଲଦାର ଏବଂ ଅମିନକୁ ମାଡିବସିଥିଲେ । ବାଲେଶ୍ଵର ଭିଜିଲାନ୍ସ ଏବଂ ମୟୂରଭଞ୍ଜ ଭିଜିଲାନ୍ସ ବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ମାଡ଼ି ବସିଥିଲେ । ସୂଚନାଯୋଗ୍ୟ କିସମ ପରିବର୍ତ୍ତନ ପାଇଁ ତହସିଲଦାର ତାଙ୍କ ତଳସ୍ତନ କର୍ମଚାରୀ କମଲଙ୍କ ଦ୍ବାରା ଚକ୍ରଧର ମହାନ୍ତଙ୍କଠାରୁ ଅଗ୍ରିମ ୨୫,୦୦୦ ଟଙ୍କା ଲାଞ୍ଚ ନେଇଥିଲେ ।ସେତିକିରେ ତହସିଲଦାର ମହାଶୟ ସନ୍ତୁଷ୍ଟ ନ ଥିଲେ ।ବାକି ୧୫,୦୦ ଟଙ୍କା ଦେଲେ ଫାଇଲ ଆଗେଇବ ନେଇ ବାରମ୍ବାର ହଇରାଣ କରୁଥିଲେ । ଶେଷରେ ପିଡିତ ଚକ୍ରଧର ମହାନ୍ତ ଭିଜିଲାନ୍ସର ଶରଣ ପଶିଥିଲେ । ଭିଜିଲାନ୍ସ ତରଫରୁ ଏକ ମାମଲା କେଶ ନଂ ୧୯/୨୨ ଅଣ୍ଡର ସେକ୍ସନ ୭ପିସି ନିୟମାବଳୀ ୨୦୧୮ ରୁଜୁ ହୋଇଛି ।ଏକ କାଳିନ ଶ୍ରୀ ରାଉତଙ୍କ ୪ଟି ସ୍ଥାନରେ ଭିଜିଲାନ୍ସ ଚଢାଉ ହୋଇଛି ।ଚଢ଼ାଉ ଜାରି ରହିଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳଙ୍କ ରିପୋର୍ଟ

Related posts

ଉମାକାନ୍ତ ଦାସ ଙ୍କ କବିତା ମାଆ ବିରଜାଙ୍କୁ ଅଳି

Sunil Chandra Nayak

ସାମାଜିକ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ଯ ପାଇଁ ରାୟଗଡା ଜିଲ୍ଲା ପୁରସ୍କୃତ

Sunil Chandra Nayak

କଳାହାଣ୍ଡି ଜ଼ିଲ୍ଲା ବିଜୁ ମହିଳା ମୋର୍ଚ୍ଚା ତରଫରୁ ସରବତ ପାଣି ବଣ୍ଟନ

Leave a Comment

error: Content is protected !!