ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋପ୍ନେଶ୍ଵର ବେମାଲ ପାଇଲେ “ପ୍ରକୃତି ବନ୍ଧୁ” ସମ୍ମାନ

କୋକସରା,୮/୭-( ମ ନି ସ  ) କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଅଧିକାରୀ ଙ୍କ କାର୍ଯ୍ୟାଳୟ ଠାରେ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ 73 ତମ ବନ ମହୋତ୍ସବ ପାଳିତ ହୋଇଯାଇଛି l ଏହି ଅବସରରେ କୋକସରା ବ୍ଲକ ଗମ୍ଭାରୀଗୁଡା ଗ୍ରାମ ପଞ୍ଚାୟତ ଚିକିଲି ଗ୍ରାମର କୋପ୍ନେଶ୍ଵର ବେମାଲ ଙ୍କୁ ପ୍ରକୃତି ବନ୍ଧୁ ସମ୍ମାନ ରେ ସମ୍ମାନିତ କରାଯାଇଛି l କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ଵେଷା ରେଡି ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାଙ୍କୁ ମାନପତ୍ର ଦେଇ ସମ୍ମାନିତ କରିଥିଲେ l ଅନ୍ୟ ଅତିଥିଙ୍କ ମଧ୍ୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି, ଡି ଏଫ ଓ ଲାଡେ ଗଜାନନ ଦୟାନନ୍ଦ, ଜିଲ୍ଲା ପରିଷଦ ଚେୟାରମ୍ୟାନ ପୁଷ୍ପେନ୍ଦ୍ର ସିଂ ଦେଓ, ସିଆରପିଏଫ କମାଣ୍ଡେଣ୍ଟ ବିପ୍ଳବ ସରକାର, ଏସିଏଫ ଅନିଲ କୁମାର ରାଏ, ରେଞ୍ଜର ଆତ୍ମାରାମ ମହାନନ୍ଦ ଉପସ୍ଥିତ ଥିଲେ l କୋପ୍ନେଶ୍ଵର ଜଣେ ପ୍ରକୃତିପ୍ରେମୀ ଓ ବିଭିନ୍ନ ସମାଜସେବା କ୍ଷେତ୍ରରେ ସାମିଲ ଅଛନ୍ତି। ଏହା ସହ ପଶୁପକ୍ଷୀଙ୍କ ପ୍ରତି ସର୍ବଦା ସମ୍ବେଦନଶୀଳ ହେବା ସହ ପ୍ରକୃତିର ସୁରକ୍ଷା ପାଇଁ ଅନେକ ସମୟରେ ବୃକ୍ଷରୋପଣ, ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଭାଗ ନେଇଥାନ୍ତି । ପରିବେଶ ପ୍ରତି ତାଙ୍କର ଏଭଳି ନିଷ୍ଠା ଏବଂ ସମାଜସେବା ଯୁବଗୋଷ୍ଠୀଙ୍କୁ ପ୍ରଭାବିତ କରିଛି l ବୃକ୍ଷ ରୋପଣ କରି ପରିବେଶକୁ ସବୁଜିମା କରିଛନ୍ତି ଏବଂ ଜନସାଧାରଣଙ୍କୁ ସମ୍ପ୍ରତି କରୋନା ସମୟରେ ମଧ୍ୟ ଗାଁ ଗାଁକୁ ଯାଇ ମାସ୍କ, ସାନିଟାଇଜର ଏବଂ ଶୁଖିଲା ଖାଦ୍ୟ ବାଣ୍ଟିବା ସହ ଲୋକଙ୍କୁ କରୋନା ସଚେତନତା ବାଣୀ ମଧ୍ୟ ପ୍ରଦାନ କରିଥିବା ଦୃଷ୍ଟିଗୋଚର ହୋଇଥିଲା । ସୂଚନାଯୋଗ୍ୟ ଯେ କୋପ୍ନେଶ୍ଵର ହେଉଛନ୍ତି ଚିକିଲି ଗ୍ରାମର ରତ୍ନାକର ବେମାଲ ଙ୍କ ପୁତ୍ର। ଏହି ଅବସରରେ ଅଞ୍ଚଳର ବହୁ ବୁଦ୍ଧିଜୀବୀ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ଶୁଭେଚ୍ଛା ବାର୍ତ୍ତା ପଠାଇଅଛନ୍ତି।

 

 

 

 

 

Related posts

ଚୁରୁଚୁଣ୍ଡା ରେ ପାଳନ ହୁଏ ବାସି  ଦଶହରା 

Sunil Chandra Nayak

ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ରପତି ବିଜୟ ନେଇ ରାଇରଙ୍ଗପୁରରେ ବିଜେଡ଼ି ତରଫରୁ ଉତ୍ସଵ ପାଳିତ

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ଶୁନ୍ୟ ନୁହେଁ ସିଏ ପୂର୍ଣ୍ଣ

Leave a Comment

error: Content is protected !!